ଏଣିକି ଇପିଏଫର ସମସ୍ୟାର ସମାଧାନ ଆଞ୍ଚଳିକ ଅଫିସରେ ହୋଇପାରିବ

ନୂଆଦିଲ୍ଲୀ: କରୋନା ପାଇଁ ଇପିଏଫଓ ଅଫିସର କାର୍ଯ୍ୟବାଧା ପ୍ରାପ୍ତ ହୋଇଛି। ଅନଲାଇନରେ ଅନେକ ଇପିଏଫଓ ସଦସ୍ୟ ଅଭିଯୋଗ ଦାଖଲ କରିଛନ୍ତି। ଲୋକଙ୍କ ସମସ୍ୟାର ସମାଧାନକୁ ଗୁରୁତ୍ୱ ଦେଇ ଇଫିଏଫଓ ପକ୍ଷରୁ ବହୁସ୍ଥାନୀୟ ଦାବି ସମାଧାନ ସୁବିଧାର ଶୁଭାରମ୍ଭ କରାଯାଇଛି। ଏହା ଇପିଏଫଓର କାର୍ଯ୍ୟ ପ୍ରଣାଳୀରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିବ। ଏହାଫଳରେ ଦେଶର ଯେକୌଣସି ସ୍ଥାନରେ ଥିବା ଆଞ୍ଚଳିକ କାର୍ଯ୍ୟାଳୟରେ ଅନଲାଇନ ଦାବିଗୁଡ଼ିକର ସମାଧାନ କରାଯାଇପାରିବ। ସମସ୍ତ ପ୍ରକାରର ଅନଲାଇନ ଦାବି ଯେପରିକି, ଭବିଷ୍ୟନିଧି ପାଣ୍ଠି, ପେନସନ, […]

epfo

epfo

Subhransu Sekhar
  • Published: Monday, 15 June 2020
  • Updated: 15 June 2020, 10:31 PM IST

Sports

Latest News

ନୂଆଦିଲ୍ଲୀ: କରୋନା ପାଇଁ ଇପିଏଫଓ ଅଫିସର କାର୍ଯ୍ୟବାଧା ପ୍ରାପ୍ତ ହୋଇଛି। ଅନଲାଇନରେ ଅନେକ ଇପିଏଫଓ ସଦସ୍ୟ ଅଭିଯୋଗ ଦାଖଲ କରିଛନ୍ତି। ଲୋକଙ୍କ ସମସ୍ୟାର ସମାଧାନକୁ ଗୁରୁତ୍ୱ ଦେଇ ଇଫିଏଫଓ ପକ୍ଷରୁ ବହୁସ୍ଥାନୀୟ ଦାବି ସମାଧାନ ସୁବିଧାର ଶୁଭାରମ୍ଭ କରାଯାଇଛି। ଏହା ଇପିଏଫଓର କାର୍ଯ୍ୟ ପ୍ରଣାଳୀରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିବ। ଏହାଫଳରେ ଦେଶର ଯେକୌଣସି ସ୍ଥାନରେ ଥିବା ଆଞ୍ଚଳିକ କାର୍ଯ୍ୟାଳୟରେ ଅନଲାଇନ ଦାବିଗୁଡ଼ିକର ସମାଧାନ କରାଯାଇପାରିବ। ସମସ୍ତ ପ୍ରକାରର ଅନଲାଇନ ଦାବି ଯେପରିକି, ଭବିଷ୍ୟନିଧି ପାଣ୍ଠି, ପେନସନ, ଆଂଶିକ ଉଠାଣ ଏବଂ ଦାବି ଏବଂ ସ୍ଥାନାନ୍ତର ଦାବି ଆଦି ଏହି ଆଦର୍ଶ ପ୍ରକ୍ରିୟାରେ ସମାଧାନ କରାଯାଇପାରିବ।

କରୋନା ସଙ୍କଟ କାରଣରୁ ଇପିଏଫଓର ୧୩୫ଟି କ୍ଷେତ୍ରୀୟ କାର୍ଯ୍ୟାଳୟ ପ୍ରଭାବିତ ହୋଇଛି। ବିଭିନ୍ନ ଧରଣର ବହୁସଂଖ୍ୟକ ଦାବି ହସ୍ତଗତ ହେବା ଯୋଗୁ କାର୍ଯ୍ୟଭାର ବୃଦ୍ଧି ପାଇଛି। ମୁମ୍ବାଇ, ଥାଣେ, ହରିୟାଣା ଏବଂ ଚେନ୍ନାଇ କ୍ଷେତ୍ରରେ ବହୁସଂଖ୍ୟକ କାର୍ଯ୍ୟାଳୟ ଥିଲେ ମଧ୍ୟ କରୋନା କାରଣରୁ ଏଠାରେ ସର୍ବନିମ୍ନ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ହେଉଛନ୍ତି। କିନ୍ତୁ ନିକଟରେ କରୋନା ଅଗ୍ରୀମ ହାସଲ କରିବାର ବ୍ୟବସ୍ଥାର ପ୍ରଚଳନ କରାଯାଇଥିବାରୁ ଦାବି ସଂଗ୍ରହରେ ଅପ୍ରତ୍ୟାଶିତ ବୃଦ୍ଧି ପରିଲକ୍ଷିତ ହୋଇଛି। ଯାହାର ଫଳସ୍ୱରୂପ ଏସବୁ କାର୍ଯ୍ୟାଳୟରେ ବହୁସଂଖ୍ୟକ ଦାବି ସମାଧାନ ହୋଇନପାରି ପଡ଼ି ରହିଛି। ଏହି କାରଣରୁ ବହୁସଂଖ୍ୟକ ସଦସ୍ୟମାନଙ୍କ ଦାବି ଅନୁଯାୟୀ ଅର୍ଥ ପଇଠ କରାଯିବାର ପ୍ରକ୍ରିୟା ବିଳମ୍ବିତ ହୋଇଛି।

ଅପରପକ୍ଷରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲୁଥିବା ଏବଂ ନିକଟରେ ସ୍ଵୟଂକ୍ରିୟ ଦାବି ସମାଧାନ ପ୍ରକ୍ରିୟା ପ୍ରଚଳନ ହୋଇଥିବା କାର୍ଯ୍ୟାଳୟଗୁଡ଼ିକରେ କାର୍ଯ୍ୟଭାର ଅପେକ୍ଷାକୃତ କମ ରହିଥିବାରୁ ଏଠାରେ କରୋନା ସଂକ୍ରାନ୍ତ ଦାବିକୁ ମାତ୍ର ୩ ଦିନ ମଧ୍ୟରେ ସମାଧାନ କରାଯାଇପାରିବ। ଏହି ବ୍ୟବସ୍ଥାର ଶୁଭାରମ୍ଭ ଫଳରେ ଅବରୋଧ ଅଞ୍ଚଳରେ ପଡ଼ୁଥିବା କାର୍ଯ୍ୟାଳୟଗୁଡ଼ିକର ଦାବି ଅନ୍ୟ କ୍ଷେତ୍ରୀୟ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି।

ଆହୁରି ବହୁସ୍ଥାନୀୟ ଦାବି ସମାଧାନ ସୁବିଧା ପ୍ରଚଳନ କରାଯିବା ଫଳରେ ସାକ୍ଷାତମୁକ୍ତ ଦାବି ସମାଧାନ ପ୍ରକ୍ରିୟାର ବୃହତର ଉଦ୍ଦେଶ୍ୟ ସାଧିତ ହୋଇପାରିବ। ଯାହାକି ଅଧିକ ପାରଦର୍ଶିତା, ଦକ୍ଷତା ଆଣିବା ସହିତ ସଦସ୍ୟମାନଙ୍କ ଅଭିଯୋଗ ହ୍ରାସ କରିବ ଏବଂ ଅନଲାଇନ ଦାବି ସମାଧାନ ପ୍ରକ୍ରିୟାକୁ ଦ୍ରୁତ କରିପାରିବ। ଏହା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ଡିଜିଟାଲ ଇଣ୍ଡିଆ କ୍ଷେତ୍ରରେ ଏକ ଅନୁକୂଳ ପଦକ୍ଷେପ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos