ମଉଳି ଗଲା ଲ’ ଛାତ୍ରୀଙ୍କ ଲଭଷ୍ଟୋରୀ, ମାରିଦେଲା ପ୍ରେମିକ

ହାଇଦ୍ରାବାଦ: ବାହା ହେବାକୁ ଜିଦ୍‌ କରି ଜୀବନ ହରାଇଛନ୍ତି ଜଣେ ଯୁବତୀ। ଯୁବତୀ ଜଣଙ୍କ ପ୍ରେମିକଙ୍କୁ ବିବାହ କରିବାକୁ ବାରମ୍ବାର ଜିଦ୍‌ କରୁଥିଲେ। ଏଥିରେ ରାଗି ଯାଇ ପ୍ରେମିକ ଓ ତାଙ୍କ ଭାଇ ମିଳିତ ଭାବେ ପ୍ରେମିକାଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ ହାଇଦ୍ରାବାଦର ରେଇନ ବଜାରରେ ଏହି ଘଟଣା ଘଟିଥିଲା। ରବିବାର ୨୩ ବର୍ଷୀୟ ଯୁବତୀଙ୍କ ମୃତଦେହ ମିଳିବାରୁ ପୂରା ଘଟଣା ସାମ୍ନାକୁ ଆସିଛି। ଯୁବତୀ ଜଣଙ୍କ ନାରାୟଣଖେଡ ଜିଲ୍ଲାର। […]

i

Hemant Lenka
  • Published: Monday, 19 October 2020
  • , Updated: 19 October 2020, 10:03 PM IST

ହାଇଦ୍ରାବାଦ: ବାହା ହେବାକୁ ଜିଦ୍‌ କରି ଜୀବନ ହରାଇଛନ୍ତି ଜଣେ ଯୁବତୀ। ଯୁବତୀ ଜଣଙ୍କ ପ୍ରେମିକଙ୍କୁ ବିବାହ କରିବାକୁ ବାରମ୍ବାର ଜିଦ୍‌ କରୁଥିଲେ। ଏଥିରେ ରାଗି ଯାଇ ପ୍ରେମିକ ଓ ତାଙ୍କ ଭାଇ ମିଳିତ ଭାବେ ପ୍ରେମିକାଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ ହାଇଦ୍ରାବାଦର ରେଇନ ବଜାରରେ ଏହି ଘଟଣା ଘଟିଥିଲା। ରବିବାର ୨୩ ବର୍ଷୀୟ ଯୁବତୀଙ୍କ ମୃତଦେହ ମିଳିବାରୁ ପୂରା ଘଟଣା ସାମ୍ନାକୁ ଆସିଛି।

ଯୁବତୀ ଜଣଙ୍କ ନାରାୟଣଖେଡ ଜିଲ୍ଲାର। ସେ ହାଇଦ୍ରାବାଦର ମହାତ୍ମା ଗାନ୍ଧି ଲ’ କଲେଜରେ ଏଲଏଲବି କରୁଥିଲେ। ଏଥିସହ ସେ ପିପୁଲ୍ସ ଫର ଆନିମଲ ସୋସାଇଟ୍‌ର ସ୍ୱେଚ୍ଛାସେବୀ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ସୋସାଇଟ୍‌ରେ କାମ କରିବା ବେଳେ ଯୁବତୀ ଜଣଙ୍କ ସୟଦ ମୁସ୍ତାଫା ନାମକ ଜଣେ ଯୁବକଙ୍କ ସହ ବନ୍ଧୁତା କରିଥିଲେ।

ଧୀରେଧୀରେ ଏହି ବନ୍ଧୁତା ପ୍ରେମର ରୂପ ନେଇଥିଲା। ତେବେ କିଛି ଦିନ ହେବ ଯୁବକ ଜଣଙ୍କ ଯୁବତୀଙ୍କୁ ଅଣଦେଖା କରିବା ଆରମ୍ଭ କରିଥିଲେ। ଶନିବାର ଯୁବତୀ ଜଣଙ୍କ ତାଙ୍କ ପ୍ରେମିକଙ୍କ ଘରେ ପହଞ୍ଚି ବାହା ହେବ କି ନାହିଁ ପ୍ରଶ୍ନ କରିଥିଲେ। ଏଥିସହ ସେ ବାହା ହେବାକୁ ଜିଦ୍ ମଧ୍ୟ କରିଥିଲେ।

ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗି ଯାଇ ଯୁବକ ଜଣଙ୍କ ତାଙ୍କ ଭାଇଙ୍କ ସହ ମିଶି ଯୁବତୀ ଆକ୍ରମଣ କରିଥିଲେ। ଉଭୟ ଯୁବତୀଙ୍କୁ ଛୁରୀ ଭୁସି ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍ ଦୁଇ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅନ୍ୟପକ୍ଷରେ କିଛି ହିନ୍ଦୁ ସଂଗଠନ ଏହି ହତ୍ୟା ଘଟଣାକୁ ଷଡ଼ଯନ୍ତ୍ର ବୋଲି କହିବା ସହ ଲଭ୍‌ ଜିହାଦର ନାଁ ଦେଇଛନ୍ତି।

Related story