ସାମ୍ନାକୁ ଆସିଲା ସତ: ଚୀନର ୨୩୦ ସହର କରୋନାରେ ଆକ୍ରାନ୍ତ

ବେଜିଂ: କିଲର କରୋନା ଭାଇରସର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଚୀନର ଆଉ ଏକ ମିଛ ଧରାପଡ଼ିଛି। ହୁବେଇ, ମ୍ୟାନଲାଣ୍ଡ ଚାଇନା ଏବଂ ଆଉ ଗୋଟିଏ ଦୁଇଟି ସ୍ଥାନରେ କରୋନା ବିସ୍ତାର ହୋଇଥିବା କଥା କହିଥିଲା ଚୀନ୍। ହେଲେ ଏସବୁ ମିଛ। ସତ ଆହୁରି ସାଙ୍ଘାତିକ। ଚୀନର ମିଲିଟାରୀ ନ୍ୟାଶନାଲ ୟୁନିଭରସିଟି କରୋନାକୁ ନେଇ ଏକ ଡାଟା ଲିକ୍ କରିଛି। ଯାହାକି ଚୀନର ଅସଲ ମୁଖା ଖୋଲି ଦେଇଛି। ଚୀନରେ ଏଯାବତ ୮୨,୨୧୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା […]

china corona virus

china corona virus

Subhransu Sekhar
  • Published: Thursday, 14 May 2020
  • Updated: 15 May 2020, 06:44 AM IST

Sports

Latest News

ବେଜିଂ: କିଲର କରୋନା ଭାଇରସର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଚୀନର ଆଉ ଏକ ମିଛ ଧରାପଡ଼ିଛି। ହୁବେଇ, ମ୍ୟାନଲାଣ୍ଡ ଚାଇନା ଏବଂ ଆଉ ଗୋଟିଏ ଦୁଇଟି ସ୍ଥାନରେ କରୋନା ବିସ୍ତାର ହୋଇଥିବା କଥା କହିଥିଲା ଚୀନ୍। ହେଲେ ଏସବୁ ମିଛ। ସତ ଆହୁରି ସାଙ୍ଘାତିକ। ଚୀନର ମିଲିଟାରୀ ନ୍ୟାଶନାଲ ୟୁନିଭରସିଟି କରୋନାକୁ ନେଇ ଏକ ଡାଟା ଲିକ୍ କରିଛି। ଯାହାକି ଚୀନର ଅସଲ ମୁଖା ଖୋଲି ଦେଇଛି।

ଚୀନରେ ଏଯାବତ ୮୨,୨୧୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୪,୬୩୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହେଲେ ମିଲିଟାରୀ ନ୍ୟାଶନାଲ ୟୁନିଭରସିଟିର ରିପୋର୍ଟ ଅନୁଯାୟୀ ଚୀନର ୨୩୦ଟି ସହରରେ ଏହି ମହାମାରୀ ବ୍ୟାପିଛି। ଏବେ ୬୪୦,୦୦୦ ଜଣ କରୋନାରେ ସଂକ୍ରମିତ ରହିଛନ୍ତି ବୋଲି ଜଣାପଡ଼ିଛି। ଏମିତିକି ଯେଉଁମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କ ଠିକଣା ଯୋଗାଯୋଗ ନମ୍ୱର ଆଦି ଏକ ସର୍ଭର ଜରିଆରେ ଏନକୋଡ କରି ଚୀନ୍ ସରକାର ରଖିଥିବା ଜଣାପଡ଼ିଛି। ତେବେ ବିଶ୍ୱବିଦ୍ୟାଳୟ କିଭଳି ଏହି ଡାଟା ପ୍ରସ୍ତୁତ କରିଛି ତାହା ଜଣାପଡ଼ିନି। ଯେଉଁ ବ୍ୟକ୍ତି ଏହି ଡାଟା ଲିକ୍ କରିଛନ୍ତି ସେ ତାଙ୍କ ନାମ ଗୋପନ ରଖି ସୂଚନା ଦେଇଛନ୍ତି।

ସେହିପରି ଏପ୍ରିଲରେ କରୋନାର ଉତ୍ପତ୍ତି ସହର କୁହାଯାଉଥିବା ହୁବେଇ ସହରକୁ କରୋନା ମୁକ୍ତ ବୋଲି ଚୀନ୍ ଘୋଷଣା କରିଥିଲା। ହେଲେ ଏବେ ପୁଣିଥରେ ହୁବେଇରେ ରହିଥିବା ୧୧ ମିଲିଅନ ଲୋକଙ୍କର କରୋନା ଟେଷ୍ଟ ହେବ ବୋଲି ଜଣାପଡ଼ିଛି। ଯଦି କରୋନା ମୁକ୍ତ ହୋଇଛି ତା’ହେଲେ ପୁଣିଥରେ କରୋନା ଟେଷ୍ଟ କେଉଁ କାରଣ ପାଇଁ ହେଉଛି ଏହାର ଜବାବ ଦେଇନି ଚୀନ୍।

ସୂଚନାଯୋଗ୍ୟ, ଏହା ପୂର୍ବରୁ ମାର୍ଚ୍ଚ ଶେଷରେ ଆଉ ଏକ ରିପୋର୍ଟ ଆସିଥିଲା ଯେଉଁଥିରେ ଚୀନର ୨ କୋଟି ଫୋନ୍ ଆକ୍ଟିଭ୍ ନଥିବା ଜଣାପଡ଼ିଛି। ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଚାଇନାରେ ଏବେ ଅନେକ ଲୋକଙ୍କ ମୃତ ଶରୀର ଶବ ଗୃହରେ ରହିଥିବା ଦେଖିବାକୁ ମିଳୁଛି। ଉହାନରେ ଥିବା ଶବ ଗୃହରେ ଶବ ଗୁଡ଼ିକ ରହିଛି। ଏଥିପାଇଁ ୫ ହଜାରରୁ ଅଧିକ ଅସ୍ଥି କଳଶ ମଗାଯାଇଛି। ଯଦି ୪ ହଜାରରୁ କମ୍ ଲୋକଙ୍କର କରୋନାରେ ମୃତ୍ୟୁ ଘଟିଛି ତା’ହେଲେ ୫ ହଜାର ଅସ୍ଥି କଳଶ କାହିଁକି ମଗାଯାଇଛି ତାହା ଏବେ ସନ୍ଦେହ ଘେରରେ।

ସେହିପରି ଚାଇନାରେ ୪ଟି ଟେଲିଫୋନ୍ କମ୍ପାନୀ ରହିଛି। ବିଭିନ୍ନ ରିପୋର୍ଟ ଅନୁଯାୟୀ ଦୁଇ-ତିନି ମାସ ହେବ ୨ କୋଟିରୁ ଅଧିକ ଲୋକଙ୍କ ଫୋନ୍ ଆକ୍ଟିଭ ନାହିଁ। ପ୍ରଥମଥର ପାଇଁ ଚାଇନାରେ ଏଭଳି ଦେଖିବାକୁ ମିଳିଛି। ତେବେ କେଉଁମାନଙ୍କ ମୋବାଇଲ ଫୋନ୍ ଏବେ ବନ୍ଦ ରହିଛି ତାହା ଏବେ ପ୍ରଶ୍ନ ଘେରରେ। ଲ୍ୟାଣ୍ଡ ଲାଇନ୍ ଗ୍ରାହକଙ୍କ ସଂଖ୍ୟା ୧୯.୮୩ କୋଟି ରହିଥିବା ବେଳେ ଏବେ ୧୮.୯୯ କୋଟି ଆକ୍ଟିଭ ରହିଥିବା ଜଣାପଡ଼ିଛି। ସେହିପରି ମୋବାଇଲ୍ ଫୋନ୍ ଉପୋଭକ୍ତାଙ୍କ ସଂଖ୍ୟା ୧.୬୦ ଅରବରୁ ଖସି ୧.୫୮ ଅରବ ରହିଛି। ଏହାକୁ ନେଇ ଅନେକ ତର୍କ ମଧ୍ୟ ସାମ୍ନାକୁ ଆସିଛି। ଅନେକ ବିଦେଶୀ ଏବେ ଚାଇନା ଛାଡ଼ି ପଳାଇ ଆସିଛନ୍ତି ତେଣୁ ସେମାନଙ୍କ ଫୋନ୍ ଏବେ ଆକ୍ଟିଭ ନାହିଁ ବୋଲି କୁହାଯାଉଛି।

ସୌଜନ୍ୟ: ଫରେନପଲିସି ଡଟ୍ କମ୍

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos