ଅର୍ଣ୍ଣବଙ୍କ ଚ୍ୟାଟ ଭାଇରାଲ ମାମଲା: ‘ମିଲିଟାରୀ ଅପରେସନର ତଥ୍ୟ ଲିକ୍‌ କରିଥିବା ବ୍ୟକ୍ତି ଦେଶଦ୍ରୋହୀ’

ନୂଆଦିଲ୍ଲୀ: ମିଲିଟାରୀ ଅପରେସନର ଅଫିସିଆଲ ସିକ୍ରେଟ ଲିକ୍‌ କରିବା ଗୋଟିଏ ଦେଶଦ୍ରୋହ ଘଟଣା। ଯେଉଁମାନେ ମିଲିଟାରୀ ଅପରେସନର ଗୁପ୍ତ ତଥ୍ୟକୁ ଲିକ୍‌ କରିଛନ୍ତି, ସେମାନଙ୍କୁ ଦଣ୍ଡ ମିଳିବା ଦରକାର ଆଜି କଂଗ୍ରେସ ନେତା ଏକେ ଆଣ୍ଟୋନୀ କହିଛନ୍ତି। ସୋଶାଲ ମିଡିଆରେ ରିପବ୍ଲିକ ଟିଭର ମାଲିକ ଅର୍ଣ୍ଣବ ଗୋସ୍ୱାମୀ ଓ ବାର୍କର ପୂର୍ବତନ ସିଇଓ ପାର୍ଥୋ ଦାସ୍ତଗୁପ୍ତଙ୍କ ମଧ୍ୟରେ ହ୍ୱାଟସଆପ୍‌ ଚ୍ୟାଟ୍‌ର କିଛି ସ୍କ୍ରିନ ଶଟ୍‌ ଭାଇରାଲ ହେଉଛି। ଭାରତୀୟ ବାୟୁସେନା ପାକିସ୍ତାନରେ ଏୟାର ଷ୍ଟ୍ରାଇକ ପୂର୍ବରୁ ହିଁ […]

g

g

Hemant Lenka
  • Published: Thursday, 21 January 2021
  • Updated: 21 January 2021, 04:29 PM IST

Sports

Latest News

ନୂଆଦିଲ୍ଲୀ: ମିଲିଟାରୀ ଅପରେସନର ଅଫିସିଆଲ ସିକ୍ରେଟ ଲିକ୍‌ କରିବା ଗୋଟିଏ ଦେଶଦ୍ରୋହ ଘଟଣା। ଯେଉଁମାନେ ମିଲିଟାରୀ ଅପରେସନର ଗୁପ୍ତ ତଥ୍ୟକୁ ଲିକ୍‌ କରିଛନ୍ତି, ସେମାନଙ୍କୁ ଦଣ୍ଡ ମିଳିବା ଦରକାର ଆଜି କଂଗ୍ରେସ ନେତା ଏକେ ଆଣ୍ଟୋନୀ କହିଛନ୍ତି। ସୋଶାଲ ମିଡିଆରେ ରିପବ୍ଲିକ ଟିଭର ମାଲିକ ଅର୍ଣ୍ଣବ ଗୋସ୍ୱାମୀ ଓ ବାର୍କର ପୂର୍ବତନ ସିଇଓ ପାର୍ଥୋ ଦାସ୍ତଗୁପ୍ତଙ୍କ ମଧ୍ୟରେ ହ୍ୱାଟସଆପ୍‌ ଚ୍ୟାଟ୍‌ର କିଛି ସ୍କ୍ରିନ ଶଟ୍‌ ଭାଇରାଲ ହେଉଛି।

ଭାରତୀୟ ବାୟୁସେନା ପାକିସ୍ତାନରେ ଏୟାର ଷ୍ଟ୍ରାଇକ ପୂର୍ବରୁ ହିଁ ଅର୍ଣ୍ଣବ ଏ ବିଷୟରେ ଜାଣିଥିବା ପାର୍ଥୋଙ୍କୁ ହ୍ୱାଟସ ଆପ୍‌ରେ କହିଥିବା ତଥ୍ୟ ରହିଛି। ତେବେ ଏଥିରେ କେତେ ସତ୍ୟତା ରହିଛି, ତାହା ଏଯାଏ ଜଣାପଡ଼ିନି।

ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନୀ ଏଭଳି ଭାଇରାଲ ହ୍ୱାଟସ ଆପ୍‌ ଚ୍ୟାଟରେ କେତେ ସତ୍ୟତା ରହିଛି, ତାହା ଜାଣିବା ପାଇଁ ତଦନ୍ତ ଦାବି କରିଛନ୍ତି। ସେ କହିଛନ୍ତି, ସେନାର ଅପରେସନ ସମ୍ପର୍କରେ ତଥ୍ୟ ଲିକ୍‌ କରିବା ଜାତୀୟ ସୁରକ୍ଷା ପ୍ରସଙ୍ଗ ଓ ଦେଶଦ୍ରୋହ କାର୍ଯ୍ୟ। ଯେକୌଣସି ଲୋକ କିମ୍ବା ସଂସ୍ଥା ଏଥିରେ ସାମିଲ ରହିଛନ୍ତି, ସେମାନଙ୍କୁ ଦଣ୍ଡ ମିଳିବା ଦରକାର। ସେହିପରି ସେମାନଙ୍କୁ କେବେ ହେଲେ କ୍ଷମା ମିଳିବା କଥା ନୁହେଁ।

ଏୟାର ଷ୍ଟ୍ରାଇକ ଗୋଟିଏ ଗୁପ୍ତ ଅପରେସନ ଥିଲା। ଏ ସମ୍ପର୍କରେ କେବଳ ସେନାର କିଛି ବରିଷ୍ଠ ଅଧିକାରୀ, ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଓ ଏନଏସଏ ଜାଣିଥିଲେ। ତଥାପି ଅପରେସନ ପୂର୍ବରୁ ଷ୍ଟ୍ରାଇକ ପାକିସ୍ତାନରେ ହେବ ବୋଲି ଜଣେ ସାମ୍ବାଦିକ କେମିତି ଜାଣିଲେ ବୋଲି ଆଣ୍ଟୋନୀ ପ୍ରଶ୍ନ କରିଛନ୍ତି। ଷ୍ଟ୍ରାଇକ ବିଷୟରେ ଜାଣିଥିବା ଲୋକମାନେ ଉକ୍ତ ସାମ୍ବାଦିକଙ୍କୁ ତଥ୍ୟ ଦେଇଛନ୍ତି କି ନାହିଁ, ତା’ର ଯାଞ୍ଚ ଆବଶ୍ୟକ ବୋଲି ସେ ଦାବି କରିଛନ୍ତି।

୨୦୧୯ ଫେବୃଆରୀ ୧୪ରେ ଆତଙ୍କବାଦୀମାନେ ପୁଲୱାମରେ ଭୟଙ୍କର ହମଲା କରିଥିଲେ। ଏଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହାର ବଦଲା ନେବାକୁ ଭାରତୀୟ ବାୟୁସେନା ଫେବୃଆରୀ ୨୬ରେ ପାକିସ୍ତାନର ବାଲାକୋଟ ସ୍ଥିତ ଜୈଶ କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ କରିଥିଲା। ଏହାର ୩ ଦିନ ପୂର୍ବରୁ ଅର୍ଣ୍ଣବ ଗୋସ୍ୱାମୀ ହ୍ୱାଟସ ଆପରେ ପାର୍ଥୋଙ୍କୁ ପାକିସ୍ତାନରେ ବଡ଼ଧରଣ ଷ୍ଟ୍ରାଇକ ହେବ ବୋଲି କହୁଥିବା ଭାଇରାଲ ହେଉଥିବା ଚ୍ୟାଟରେ ଦାବି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story