ଚନ୍ଦ୍ରପୁର: ବାପା-ମା’ଙ୍କ ପାଖରେ ଶୋଇଥିବା ମାତ୍ର ୯ ମାସର ଶିଶୁକୁ ବି ଛାଡ଼ିଲାନି ହିଂସ୍ର କଲରାପତରିଆ ବାଘ। ତାକୁ ଦାନ୍ତ ଲଗାଇ ଘୋଷାଡ଼ି ନେବା ସହ ଅଧ କିଲୋମିଟର ଦୂରରେ ଫୋପାଡ଼ି ଦେଇଛି। ଏଭଳି ଘଟଣା ମହାରାଷ୍ଟ୍ରରେ ଘଟିଛି।
ସ୍ଥାନୀୟ ବନ ବିଭାଗ ଅଧିକାରୀଙ୍କ କହିବା ଅନୁଯାୟୀ, ଘଟଣାସ୍ଥଳ ଏକ ଜଙ୍ଗଲର ନିକଟବର୍ତ୍ତୀ ଅଞ୍ଚଳ। ଏହି ଶିଶୁଟି ତା ବାପା ମା’ଙ୍କ ପାଖରେ ଶୋଇଥିବା ସମୟରେ ହିଁ କଲରାପତରିଆ ବାଘଟି ତାଙ୍କ ଘରେ ପଶିଥିଲା। ସମସ୍ତଙ୍କ ଅଜାଣତରେ ବାଘଟି ଶିଶୁଟିକୁ ଝାମ୍ପି ନେଇଥିଲା।
ଭୋର ସମୟରେ ଶିଶୁଟିକୁ ପାଖରେ ନ ଦେଖି ତା' ବାପା ମା’ ଅନ୍ୟମାନଙ୍କୁ ଡାକିଥିଲେ ଏବଂ ପୁଲିସ୍ରେ ଜଣାଇଥିଲେ। ଖୋଜାଖୋଜି କରାଯିବା ପରେ ଶିଶୁର ମରଶରୀର ଅଧ କିଲୋମିଟର ଦୂର ଏକ ସ୍ଥାନରେ ମିଳିଥିଲା। ବର୍ତ୍ତମାନ ବନ ବିଭାଗ କ୍ୟାମେରା ଏବଂ ଯନ୍ତା ଲଗାଇ ବାଘଟିକୁ ଧରିବାର ପ୍ରୟାସ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜନ୍ମଦିନରେ ମୋବାଇଲ ଗିଫ୍ଟ ଦେବାକୁ ମନା କଲେ ମାଆ; ଜୀବନ ହାରିଲେ ନାବାଳକ
ଆର୍ଥିକ ଅସୁବିଧା କାରଣରୁ ପୁଅକୁ ମୋବାଇଲ କିଣିଦେବାକୁ ମନା କରିଥିଲେ ମାଆ।
National
ଏଥର ବି ସାଧାରଣତନ୍ତ୍ର ଦିବସରେ ଦିଶିବନି ଦିଲ୍ଲୀର ପ୍ରଜ୍ଞାପନ ମେଢ଼
ଏହାକୁ ମିଶାଇ ୪ର୍ଥ ଥର ପାଇଁ ଦେଶର ରାଜଧାନୀ ଦିଲ୍ଲୀର ପ୍ରଜ୍ଞାପନ ମେଢ଼କୁ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରଦର୍ଶିତ କରିବାକୁ ଅନୁମତି ମିଳିନାହିଁ।
Politics
ବିଭାଗ ବଣ୍ଟନକୁ ନେଇ ମହାୟୁତି ମେଣ୍ଟରେ ଅସନ୍ତୋଷ, ସ୍ୱୀକାର କଲେ ଅଜିତ ପାୱାର
ଶନିବାର ରାତିରେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀମଣ୍ଡଳ ବିଭାଗ ବଣ୍ଟନ ହୋଇଛି। ମନ୍ତ୍ରୀଙ୍କ ସଂଖ୍ୟା ଅଧିକ ଥିବାରୁ ସମସ୍ତଙ୍କୁ ଗୋଟିଏ ଲେଖାଏଁ ବିଭାଗ ଦେବାକୁ ପଡ଼ିଲା ବୋଲି କହିଲେ ଅଜିତ ପାୱାର।
National
ଅଲ୍ଲୁ ଅର୍ଜୁନଙ୍କ ଘର ଆଗରେ ବିକ୍ଷୋଭ ଓ ଭଙ୍ଗାରୁଜା, ୮ ଗିରଫ
ବିକ୍ଷୋଭକାରୀ ଅଲ୍ଲୁ ଅର୍ଜୁନଙ୍କ ବାସଭବନରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ୮ ଜଣଙ୍କୁ ଉଠାଇ ନେଇଛି ପୁଲିସ।
National
ବିଷ ବଳୟରେ ରାଜଧାନୀ; ‘ସିଭିୟର’ ସ୍ଥିତିରେ ବାୟୁ ପ୍ରଦୂଷଣ
ରବିବାର ଦିନ ୩ଟା ସୁଦ୍ଧା ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୬ରେ ପହଞ୍ଚିଛି। ୧୬ ଡିସେମ୍ବର ରାତିରୁ ଲାଗୁ ହୋଇଛି ଗ୍ରାପ-୪ କଟକଣା।