ଲଣ୍ଡନ: ଜଣେ ମହିଳା ବିମାନ କର୍ମଚାରୀ ଏବଂ ତାଙ୍କ ସମଲିଙ୍ଗୀ ପାର୍ଟନରଙ୍କୁ କିଛି ଦୃର୍ବୃତ୍ତ ସର୍ବସାଧାରଣରେ ପରସ୍ପରକୁ ଚୁମ୍ବନ ଦେବା ପାଇଁ ବାଧ୍ୟ କରିବା ପରେ ସେମାନେ ଅମଙ୍ଗ ହେବାରୁ ସେମାନଙ୍କୁ ମାଡ଼ ମାରି ରକ୍ତାକ୍ତ କରିଦିଆଯାଇଥିବା ଅଭିଯୋଗ ହୋଇଛି। ପରେ ପୁଲିସ୍ କିଛି ସନ୍ଦିଗ୍ଧଙ୍କୁ ଏହି ମାମଲାରେ ଗିରଫ କରିଥିବା ମଧ୍ୟ ଜଣାପଡ଼ିଛି।
ଘଟଣା ଦିନ ସେମାନେ ବୁଲାବୁଲି ସାରି ଏକ ବସ୍ରେ ଫେରୁଥିଲେ। ସେମାନଙ୍କ ପଛରେ ବସିଥିବା କିଛି ବ୍ୟକ୍ତି ସେମାନଙ୍କୁ ଲେସବିଆନ୍ ବା ସମଲିଙ୍ଗୀ ଯୋଡ଼ି ବୋଲି ଜାଣିପାରି ଅଭଦ୍ରାମୀ କରିବା ସହ ପରସ୍ପରକୁ ଚୁମ୍ବନ ଦେବାକୁ ବାଧ୍ୟ କରିଥିଲେ।
ମେଲାନିଆ ଗେମୋନାଟ୍ ନାମକ ଏହି ପୀଡ଼ିତା ଯୁବତୀଙ୍କ କହିବା ଅନୁଯାୟୀ, ହଠାତ ତାଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଯାଇଥିଲା। ତାଙ୍କ ମୁହଁରେ ଗୋଟିଏ ମୁଥ ବାଜିଥିଲା ଏବଂ ଏହାପରେ ସେ ତଳେ ପଡ଼ିଯାଇଥିଲେ। ଏହାପରେ କିଛି ସମୟ ପାଇଁ ସେ ଅଚେତ ହୋଇଯାଇଥିଲେ।
ଗେମୋନାଟ୍ କହିବା ଅନୁଯାୟୀ, ସେମାନେ ଚାହୁଁଥିଲେ ଆମେ ପରସ୍ପରକୁ କିସ୍ କରୁ ଏବଂ ସେମାନେ ଦେଖିବେ। ମୁଁ ସେମାନଙ୍କୁ ଦୂରେଇ ରହିବାକୁ କହିଥିଲି। ସେମାନଙ୍କ ମଧ୍ୟରୁ ଜଣେ ସ୍ପାନିଶ୍ ଏବଂ ଜଣେ ଇଂଲିଶ୍ ଭାଷାରେ କଥାବାର୍ତ୍ତା କରୁଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।