ଲିବ୍ୟା: ତୈଳ,ଖାଦ୍ୟ ଓ କ୍ଷମତାକୁ ନେଇ ଗୋଷ୍ଠୀ ସଂଘର୍ଷ, ୧୨ ମୃତ

କାଇରୋ: ଦକ୍ଷିଣ ଲିବ୍ୟାର ବଡ ସହର ବେନଘାଞ୍ଜି ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ତୈଳ ଓ ଖାଦ୍ୟକୁ ନେଇ ସଂଘର୍ଷ ଘଟି ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଲିବ୍ୟାର ସରକାରୀ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ଏହି ଅଞ୍ଚଳ ତୈଳ ଉତ୍ତୋଳନ କେନ୍ଦ୍ର ଭାବେ ପରିଚିତ। ତୈଳ, ଖାଦ୍ୟ ଓ କ୍ଷମତାକୁ ନେଇ ସ୍ଥାନୀୟ ଔରାଙ୍ଗ ଓ ତେବୁ ନାମକ ଦୁଇ ଜନଜାତି ମଧ୍ୟରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଥିବା ପ୍ରାଥମିକ ସୂତ୍ରରୁ ଜଣାପଡିଛି। ୪ଦିନ ହେବ […]

libya

Rakesh Mallick
  • Published: Tuesday, 21 July 2015
  • , Updated: 04 May 2017, 03:45 PM IST

କାଇରୋ: ଦକ୍ଷିଣ ଲିବ୍ୟାର ବଡ ସହର ବେନଘାଞ୍ଜି ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ତୈଳ ଓ ଖାଦ୍ୟକୁ ନେଇ ସଂଘର୍ଷ ଘଟି ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଲିବ୍ୟାର ସରକାରୀ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ଏହି ଅଞ୍ଚଳ ତୈଳ ଉତ୍ତୋଳନ କେନ୍ଦ୍ର ଭାବେ ପରିଚିତ। ତୈଳ, ଖାଦ୍ୟ ଓ କ୍ଷମତାକୁ ନେଇ ସ୍ଥାନୀୟ ଔରାଙ୍ଗ ଓ ତେବୁ ନାମକ ଦୁଇ ଜନଜାତି ମଧ୍ୟରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଥିବା ପ୍ରାଥମିକ ସୂତ୍ରରୁ ଜଣାପଡିଛି। ୪ଦିନ ହେବ ଏହି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଚାଲିଥିଲା।

ଅନ୍ୟପକ୍ଷରେ ତେବୁ ସରକାରୀ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ଅପରପକ୍ଷରୁ ଗୋଟିଏ ଚେକ ପଏଣ୍ଟର ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୮ ଜଣ ଗୁରୁତର ହୋଇଛନ୍ତି। ଅନ୍ୟପକ୍ଷରେ ଔରାଙ୍ଗ ଜନଜାତି ମୁତାବକ ଏହି ଗୋଷ୍ଠୀ ସଂଘର୍ଷରେ ୨୯ ଜଣଙ୍କର ମୃତ୍ୟୁ ହୋଇଥିବା ଦାବି କରାଯାଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି। ­­

 

Related story