ଲିବିୟାରୁ ୪ ଭାରତୀୟ ଆତଙ୍କୀ ସଙ୍ଗଠନ ଆଇଏସ୍ ଦ୍ୱାରା ଅପହୃତ

ଲିବିୟା: ଆତଙ୍କୀ ସଙ୍ଗଠନ ଆଇଏସ୍ ଗୁରୁବାର ସନ୍ଧ୍ୟାରେ ଲିବିୟା ଓ ତ୍ରିପେଲିରୁ ୪ ଭାରତୀୟଙ୍କୁ ଅପହରଣ କରିନେଇଛନ୍ତି। ସେଥିମଧ୍ୟରୁ ୩ ଜଣ ସିରେତ ବିଶ୍ୱବିଦ୍ୟାଳୟ ଅଧ୍ୟାପକ ଅଛନ୍ତି । ଗତ ଏକ ମାସହେବ ଏମାନେ ବିଶ୍ୱବିଦ୍ୟାଳୟରେ ଶିକ୍ଷା ପ୍ରଦାନ କରୁଥିଲେ। ଏମାନଙ୍କ ମଧ୍ୟରେ ୨ ଜଣଙ୍କ ଘର ହାଇଦ୍ରାବାଦ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କ ଘର କର୍ଣ୍ଣାଟକ। ବୈଦେଶିକ ବିଭାଗ ଅପହରଣ ହୋଇଥିବା ଅଧ୍ୟାପକଙ୍କ ଘର ସହିତ ଲଗାତାର ସମ୍ପର୍କରେ ରହିଛି। ଏପଟେ ବୈଦେଶିକ ମନ୍ତ୍ରୀ […]

libiya

Rakesh Mallick
  • Published: Friday, 31 July 2015
  • , Updated: 04 May 2017, 03:45 PM IST

ଲିବିୟା: ଆତଙ୍କୀ ସଙ୍ଗଠନ ଆଇଏସ୍ ଗୁରୁବାର ସନ୍ଧ୍ୟାରେ ଲିବିୟା ଓ ତ୍ରିପେଲିରୁ ୪ ଭାରତୀୟଙ୍କୁ ଅପହରଣ କରିନେଇଛନ୍ତି। ସେଥିମଧ୍ୟରୁ ୩ ଜଣ ସିରେତ ବିଶ୍ୱବିଦ୍ୟାଳୟ ଅଧ୍ୟାପକ ଅଛନ୍ତି । ଗତ ଏକ ମାସହେବ ଏମାନେ ବିଶ୍ୱବିଦ୍ୟାଳୟରେ ଶିକ୍ଷା ପ୍ରଦାନ କରୁଥିଲେ। ଏମାନଙ୍କ ମଧ୍ୟରେ ୨ ଜଣଙ୍କ ଘର ହାଇଦ୍ରାବାଦ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କ ଘର କର୍ଣ୍ଣାଟକ।

ବୈଦେଶିକ ବିଭାଗ ଅପହରଣ ହୋଇଥିବା ଅଧ୍ୟାପକଙ୍କ ଘର ସହିତ ଲଗାତାର ସମ୍ପର୍କରେ ରହିଛି। ଏପଟେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏନେଇ ଆଲୋଚନା କରିଛନ୍ତି। ଏହି ଅପହରଣ ପଛରେ ଆଇଏସ୍ ଆତଙ୍କବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି।

Related story