ବିଅର ଭଳି ରମ୍ ଓ ହୁଇସ୍କି କ୍ୟାନରେ ମିଳିବ

ଲକ୍ଷ୍ନୌ: ବିଅର ଭଳି ରମ୍ ଏବଂ ହୁଇସ୍କି ମାଦକ ଜାତୀୟ ପାନୀୟ କ୍ୟାନରେ ମିଳିବ। ଏବେ କାଚ ବୋତଲରେ ଏହି ମାଦକଜାତ ଦ୍ରବ୍ୟ ଉପଲବ୍ଧ ହେଉଛି। କାଚ ବୋତଲ ଭାଙ୍ଗିବାରୁ ଅନେକ କ୍ଷତି ହେଉଛି ଏହାକୁ ନଜରରେ ରଖି ଆଲୁମିନିୟମରୁ ତିଆରି କ୍ୟାନ୍ ବୋତଲରେ ମାଦକଜାତ ସାମଗ୍ରୀ ବିକ୍ରି ହେବ। ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତର ପ୍ରଦେଶ କ୍ୟାନରେ ମଦ ବିକ୍ରି କରିବ। ନୂତନ ଏକ୍ସାଇଜ୍ ପଲିସି ଅଧୀନରେ ଏହି ନିଷ୍ପତ୍ତି ନିଆଯାଇଛି। ମୁଖ୍ୟ ସଚିବ, […]

wine bottle

wine bottle

Subhransu Sekhar
  • Published: Tuesday, 03 March 2020
  • Updated: 03 March 2020, 09:29 PM IST

Sports

Latest News

ଲକ୍ଷ୍ନୌ: ବିଅର ଭଳି ରମ୍ ଏବଂ ହୁଇସ୍କି ମାଦକ ଜାତୀୟ ପାନୀୟ କ୍ୟାନରେ ମିଳିବ। ଏବେ କାଚ ବୋତଲରେ ଏହି ମାଦକଜାତ ଦ୍ରବ୍ୟ ଉପଲବ୍ଧ ହେଉଛି। କାଚ ବୋତଲ ଭାଙ୍ଗିବାରୁ ଅନେକ କ୍ଷତି ହେଉଛି ଏହାକୁ ନଜରରେ ରଖି ଆଲୁମିନିୟମରୁ ତିଆରି କ୍ୟାନ୍ ବୋତଲରେ ମାଦକଜାତ ସାମଗ୍ରୀ ବିକ୍ରି ହେବ।

ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତର ପ୍ରଦେଶ କ୍ୟାନରେ ମଦ ବିକ୍ରି କରିବ। ନୂତନ ଏକ୍ସାଇଜ୍ ପଲିସି ଅଧୀନରେ ଏହି ନିଷ୍ପତ୍ତି ନିଆଯାଇଛି। ମୁଖ୍ୟ ସଚିବ, ଏକ୍ସାଇଜ୍ ବିଭାଗ ସଞ୍ଜୟ ଭୋସ୍ରେଡିଙ୍କ କହିଛନ୍ତି, ଆଲୁମିନିୟମ କ୍ୟାନ୍ ପ୍ୟାକେଜିଂ ପରିବେଶ ଉପରେ ସକାରାତ୍ମକ ପ୍ରଭାବ ପକାଇବ ଏବଂ ମଦ୍ୟପାନର ଅପମିଶ୍ରଣ ସମସ୍ୟାକୁ ମଧ୍ୟ ଦୂର କରିବ।

ବୋତଲ ଭାଙ୍ଗିବା କାରଣରୁ କ୍ଷତି ହ୍ରାସ ହେବା ସହ ପ୍ୟାକେଜିଂ ମୂଲ୍ୟ ହ୍ରାସ ହେତୁ କମ୍ପାନୀଗୁଡିକ ମଧ୍ୟ ଉପକୃତ ହେବେ। ବର୍ତ୍ତମାନ ବ୍ୟବହୃତ ହେଉଥିବା ଗ୍ଲାସ୍ ବୋତଲ ଅପେକ୍ଷା କ୍ୟାନର ଦାମ ଶସ୍ତା ରହିଛି। ନୂତନ ଏକ୍ସାଇଜ୍ ପଲିସି ଅନୁଯାୟୀ ଟେଟ୍ରା ପ୍ୟାକରେ ଦେଶରେ ନିର୍ମିତ ମଦ ବିକ୍ରି ପାଇଁ ପ୍ରସ୍ତାବ ମଧ୍ୟ ଆଗୁଆ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos