କାହିଁକି ଆଜି ସକାଳୁ ଆଡଭାନୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଏଲକେ ଆଡଭାନୀ କିଛି ଦିନ ତଳେ ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ପାଇଁ ଚର୍ଚ୍ଚାରେ ରହିଥିଲେ। ତେବେ ଆଜି ସକାଳୁ ହଠାତ୍‌ ସୋଶାଲ ମିଡିଆରେ ଆଡଭାନୀ ଟ୍ରେଣ୍ଡ କରିବା ଆରମ୍ଭ କରିଛନ୍ତି। ଆଜି ତାଙ୍କର ଜନ୍ମ ଦିନ ନୁହେଁ କି ସେ ଏବେ କୌଣସି ପ୍ରକାରର ବୟାନ ଜାରି କରି ନାହାନ୍ତି। ତଥାପି ଆଡଭାନୀଙ୍କ ନାଁ ଟ୍ୱିଟରରେ ଟ୍ରେଣ୍ଡ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଭିନ୍ନ ଗଣମାଧ୍ୟମ […]

dcf

Hemant Lenka
  • Published: Monday, 17 August 2020
  • , Updated: 17 August 2020, 03:24 PM IST

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଏଲକେ ଆଡଭାନୀ କିଛି ଦିନ ତଳେ ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ପାଇଁ ଚର୍ଚ୍ଚାରେ ରହିଥିଲେ। ତେବେ ଆଜି ସକାଳୁ ହଠାତ୍‌ ସୋଶାଲ ମିଡିଆରେ ଆଡଭାନୀ ଟ୍ରେଣ୍ଡ କରିବା ଆରମ୍ଭ କରିଛନ୍ତି। ଆଜି ତାଙ୍କର ଜନ୍ମ ଦିନ ନୁହେଁ କି ସେ ଏବେ କୌଣସି ପ୍ରକାରର ବୟାନ ଜାରି କରି ନାହାନ୍ତି। ତଥାପି ଆଡଭାନୀଙ୍କ ନାଁ ଟ୍ୱିଟରରେ ଟ୍ରେଣ୍ଡ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ଏହାର କାରଣ ଖୋଜା ଯାଇଥିଲା। ଏହା ପଛରେ ଷ୍ଟାଣ୍ଡ ଅପ୍‌ କମେଡିଆନ କୁନାଲ କାମରାଙ୍କ ହାତ ଥିବା ଜଣାପଡ଼ିଛି। ସେ କରିଥିବା ଗୋଟିଏ ଟ୍ୱିଟରେ ଆଡଭାନୀଙ୍କ କଥା କହିଥିଲେ। ଏହାପରେ ଅନେକ ଲୋକ ଏହି ପ୍ରସଙ୍ଗରେ ରି-ଟ୍ୱିଟ କରିବା ଆରମ୍ଭ କରିଛନ୍ତି। ଫଳରେ ଏହା ଟ୍ରେଣ୍ଡ କରିବା ଆରମ୍ଭ କରିଥିଲା। କୁନାଲଙ୍କୁ ନିଜର ଟ୍ୱିଟ ପାଇଁ ଅନେକ ଲୋକ ତାଚ୍ଛଲ୍ୟ ମଧ୍ୟ କରୁଛନ୍ତି।

କୁନାଲ ସାଧାଣତଃ ନିଜ ଟ୍ୱିଟ ଜରିଆରେ ବିଜେପି ନେତାଙ୍କୁ ଟାର୍ଗେଟ କରନ୍ତି। ଅଗଷ୍ଟ ୧୫ ସନ୍ଧ୍ୟା ବେଳେ ଯେତେବେଳେ ମହେନ୍ଦ୍ର ସିଂହ ଧୋନି ଅବସର ଘୋଷଣା କଲେ ତାଙ୍କୁ ନେଇ ପୂରା ସୋଶାଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା। ଏହାର ଗୋଟିଏ ଦିନ ପରେ ଅର୍ଥାତ ରବିବାର ସନ୍ଧ୍ୟା ୭.୫୦ରେ କୁନାଲ ଗୋଟିଏ ଟ୍ୱିଟ କରିଥିଲେ।

ସେ ଲେଖିଥିଲେ ଯେ ଆପଣ ଧୋନିଙ୍କ ଭଳି ଅବସର ନେଇପାରିବେ ନଚେତ ଆପଣଙ୍କୁ ଏଲକେ ଆଡଭାନୀଙ୍କ ଭଳି ଅବସ୍ଥା ଭୋଗିବାକୁ ପଡ଼ିପାରେ।”

କୁନାଲଙ୍କ ଏହି ଟ୍ୱିଟକୁ ଅନେକ ଲୋକ ଆପତ୍ତି ଜନକ ବୋଲି କହି ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଫଳରେ ଆଡଭାନୀ ଟ୍ୱିଟରରେ ଟ୍ରେଣ୍ଡ କରିବା ଆରମ୍ଭ କରିଛନ୍ତି।

ମନୋଜ ଲେଖିଛନ୍ତି, ଆପଣ ସୋରମା ଭୁପାଲି, ଜନ୍ନି ଲେଭେର, କେଷ୍ଟୋ, ଜନ୍ନି ୱାଲକରଙ୍କ ଭଳି ଲୋକଙ୍କୁ ଏଣ୍ଟରଟେନମେଣ୍ଟ କରାନ୍ତୁ ନଚେତ ଆପଣ କୁନାଲ କାମରାଙ୍କ ଭଳି ଟ୍ୱିଟରେ ଲେଖି ଲୋକଙ୍କ ଧ୍ୟାନ ଆକର୍ଷଣ କରନ୍ତୁ। ଆଡଭାନୀ ହେଉଛନ୍ତି ଜଣେ ଜୀବନ୍ତ କିମ୍ବଦନ୍ତୀ।

Related story