ବିହାର ପାଇଁ କଂଗ୍ରେସର ‘ବଦଲାବ ପତ୍ର’ ଓ ଏଲଜେପିର ‘ବିହାର ଫାଷ୍ଟ, ବିହାରୀ ଫାଷ୍ଟ’

ପାଟନା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆଜି କଂଗ୍ରେସ ଓ ଚିରାଗ ପାଶ୍ୱାନଙ୍କ ଏଲଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାର ବା ପ୍ରତିଶ୍ରୁତ ପତ୍ର ଜାରି କରାଯାଇଛି। କଂଗ୍ରେସ ତା’ର ନିର୍ବାଚନୀ ଇସ୍ତାହାରର ନାଁ ବଦଲାବ ପତ୍ର ରଖିଥିବା ବେଳେ ଏଲଜେପି ବିହାର ଫାଷ୍ଟ, ବିହାରୀ ପାଷ୍ଟ ରଖିଛି। କଂଗ୍ରେସ ଇସ୍ତାହାର ଜାରି କରି କହିଛି ଯେ ଦଳ କ୍ଷମତା ଦଖଲ କଲେ କେନ୍ଦ୍ର ସରକାର ଆଣିଥିବା ନୂଆ କୃଷି ଆଇନକୁ ଉଚ୍ଛେଦ କରିବ। କଂଗ୍ରେସର ବିହାର ନିର୍ବାଚନ […]

ghj

Hemant Lenka
  • Published: Wednesday, 21 October 2020
  • , Updated: 21 October 2020, 06:30 PM IST

ପାଟନା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆଜି କଂଗ୍ରେସ ଓ ଚିରାଗ ପାଶ୍ୱାନଙ୍କ ଏଲଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାର ବା ପ୍ରତିଶ୍ରୁତ ପତ୍ର ଜାରି କରାଯାଇଛି। କଂଗ୍ରେସ ତା’ର ନିର୍ବାଚନୀ ଇସ୍ତାହାରର ନାଁ ବଦଲାବ ପତ୍ର ରଖିଥିବା ବେଳେ ଏଲଜେପି ବିହାର ଫାଷ୍ଟ, ବିହାରୀ ପାଷ୍ଟ ରଖିଛି।

କଂଗ୍ରେସ ଇସ୍ତାହାର ଜାରି କରି କହିଛି ଯେ ଦଳ କ୍ଷମତା ଦଖଲ କଲେ କେନ୍ଦ୍ର ସରକାର ଆଣିଥିବା ନୂଆ କୃଷି ଆଇନକୁ ଉଚ୍ଛେଦ କରିବ। କଂଗ୍ରେସର ବିହାର ନିର୍ବାଚନ ପାଇଁ ଜାରି ଇସ୍ତାହାରରେ କୁହାଯାଇଛି ଯେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ସମ୍ମାନ ପେନସନ ନାଁରେ ଏକ ଯୋଜନା ଆସିବ।

ଏହି ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା ବାବଦରେ ୮୦୦ ଟଙ୍କା ଲେଖାଏ ଦିଆଯିବ। ସେହିପରି ୮୦ରୁ ଅଧିକ ବୟସ୍କ ମହିଳାଙ୍କୁ ୧୦୦୦ ଟଙ୍କା ଲେଖାଏ ଦିଆଯିବ। କଂଗ୍ରେସ କହିଛି ଯେ ଆମ ବଦଲାବ ପତ୍ରରେ କୃଷି ଋଣ ଛାଡ଼, ବିଜୁଳି ବିଲ ଛାଡ଼ ଓ ଚାଷୀଙ୍କ ପାଇଁ ଜଳ ସେଚନ ପାଇଁ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଯଦି କଂଗ୍ରେସ ବିହାରରେ କ୍ଷମତା ଦଖଲ କରିବ, ତା’ହେଲେ ଆମେ ପଞ୍ଜାବରେ ଯେମିତି ସ୍ୱତନ୍ତ୍ର ବିଲ୍‌ ଜରିଆରେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ପ୍ରତ୍ୟାଖ୍ୟାନ କରିଛୁ, ଏଠାରେ ମଧ୍ୟ ସମାନ ବ୍ୟବସ୍ଥା ଆପଣାଇବୁ ବୋଲି କହିଛି।

ଅନ୍ୟପକ୍ଷରେ ଏଲଜେପି ତା’ର ଇସ୍ତାହାରରେ ପ୍ରଶାସନିକ, ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା ନିର୍ମାଣ, ପର୍ଯ୍ୟଟନ କ୍ଷେତ୍ରର ବିକାଶ ସମ୍ପର୍କରେ ଗୁରୁତ୍ୱାରୋପ କରିଛି। ମଦ୍ରାସା ଓ ୱାକଫ ସମ୍ପତ୍ତିର କମ୍ପ୍ୟୁଟରାଇଜଡ୍‌ କରାଯିବ ବୋଲି କହିଛି। ସୀତା ମା’ଙ୍କ ପାଇଁ ବିହାରର ସୀତାମାଢ଼ି ଜିଲ୍ଲାରେ ମନ୍ଦିର ନିର୍ମାଣ କରାଯିବ ବୋଲି ଏଲଜେପି କହିଛି। ସେହିପରି ସୀତାମାଢ଼ି ଠାରୁ ଉତ୍ତର ପ୍ରଦେଶର ଅଯୋଧ୍ୟା ଯାଏ ୬ ଲାଇନ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ। ଏହି ରାସ୍ତା ବିହାର-ଉତ୍ତର ପ୍ରଦେଶ ସୀମା ଯାଏ ସଂଲଗ୍ନ ହେବ ବୋଲି ସେ କହିଛନ୍ତି।

Related story