ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ୨୦୧୯ ନିର୍ବାଚନ ଲଢ଼ିବେନାହିଁ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି, ଶାସକ ଦଳ ବିଜେପିର ପ୍ରଭାବକୁ ପ୍ରତିହତ କରିବା ପାଇଁ ଗଠନ କରାଯାଇଥିବା ମେଣ୍ଟ ଉପରେ ସେ ଅଧିକ ଧ୍ୟାନ ଦେବେ।
ସେ ଆହୁରି ମଧ୍ୟ କହିଛନ୍ତି, “ଆମେ ମେଣ୍ଟ ଭଲ ପ୍ରଦର୍ଶନ କରୁଛି। ମୁଁ ଯଦି ଚାହିଁବି ପରେ କୌଣସି ଆସନ ଖାଲି କରାଇ ଲଢ଼ିପାରିବି। କିନ୍ତୁ ଦେଶ ଏବଂ ଲୋକଙ୍କ ହିତ ପାଇଁ ମୁଁ ଏଥର ନିର୍ବାଚନ ଲଢ଼ୁନି।”
ମାୟାବତୀ ଦେଶର ପ୍ରମୁଖ ଦଳିତ ନେତା ଏବଂ ଉତ୍ତରପ୍ରଦେଶରୁ ୪ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶରୁ ସର୍ବାଧିକ ସାଂସଦ ପ୍ରତିନିଧିତ୍ୱ କରନ୍ତି।
ତାଙ୍କ ଦଳ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ସହିତ ମେଣ୍ଟ କରିଛି। ବିଜେପି ବିରୋଧରେ ଏହି ମେଣ୍ଟ କରାଯାଇଥିବା କୁହାଯାଉଥିବାବେଳେ କଂଗ୍ରେସକୁ ୨ଟି ଆସନ ଛଡ଼ାଯାଇଛି।
ସାଧାରଣ ନିର୍ବାଚନ ଆସନ୍ତା ଏପ୍ରିଲ ୧୧ରୁ ଆରମ୍ଭ ହୋଇ ମେ ୧୯ ଯାଏ ଚାଲୁ ରହିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କୁଏତରେ ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶା ଆସିବାକୁ ମୋଦିଙ୍କ ନିମନ୍ତ୍ରଣ
କୁଏତୀ ବନ୍ଧୁଙ୍କୁ ମଧ୍ୟ ସାଥିରେ ଆଣିବାକୁ ସେଠାକାର ପ୍ରବାସୀ ଭାରତୀୟଙ୍କୁ କହିଛନ୍ତି ମୋଦି। ଏହା ସହିତ ଓଡ଼ିଶା ଆସିଲେ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ମଧ୍ୟ ନେଇପାରିବେ ବୋଲି ସେ କହିଛନ୍ତି।
National
ଫଡ଼ନାଭିସ ରଖିଲେ ଗୃହ ବିଭାଗ, ଅଜିତ ପାୱାରଙ୍କୁ ମିଳିଲା ଅର୍ଥ
ଅର୍ଥ ଓ ଯୋଜନା ସହ ଅଜିତ ପାୱାରଙ୍କୁ ଅତିରିକ୍ତ ଭାବେ ରାଜ୍ୟ ଅବକାରୀ ବିଭାଗ ମଧ୍ୟ ମିଳିଛି।
National
ମୋହାଲିରେ ଭୁଶୁଡ଼ିଲା ତିନିତାଲା କୋଠା, ୭ରୁ ୮ ଜଣ ଫସିଥିବା ସନ୍ଦେହ
ଭୁଶୁଡ଼ି ଯାଇଥିବା କୋଠାର ସମସ୍ତ ମହଲାରେ ଚାଲିଥିଲା ଜିମ। ଜାରି ରହିଛି ଉଦ୍ଧାର କାର୍ଯ୍ୟ।
National
IPS ଗୌତମଙ୍କୁ ୮ ମାସର ଜେଲ ଦଣ୍ଡ ଦେଲେ ସିବିଆଇ କୋର୍ଟ
ସରକାରୀ ଓକିଲ ଦାଖଲ କରିଥିବା ପ୍ରମାଣକୁ ଦେଖିବା ପରେ ନିଃସନ୍ଦେହରେ କୁହାଯାଇ ପାରେ ଯେ ସମସ୍ତ ଅଭିଯୁକ୍ତ ଅପରାଧିକ ଷଡ଼ଯନ୍ତ୍ରରେ ସାମିଲ ରହିଛନ୍ତି।
National
ହୁଣ୍ଡିରେ ଖସି ପଡ଼ିଲା ଭକ୍ତଙ୍କ ଆଇ-ଫୋନ, ଭଗବାନଙ୍କ ସମ୍ପତ୍ତି କହି ରଖିଦେଲା ମନ୍ଦିର
ସେ ମନ୍ଦିରକୁ ଦାନ କରୁଥିବା ବେଳେ ଭୁଲ ବଶତଃ ତାଙ୍କ ପକେଟରେ ଥିବା ଆଇଫୋନଟି ହୁଣ୍ଡିରେ ପଡ଼ି ଯାଇଥିଲା।