ରାୟ ଦେବା ବେଳେ ‘ଭଗବାନ ଜଗନ୍ନାଥ’ ଆମକୁ କ୍ଷମା କରିଥିଲେ ବୋଲି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଜି ଦେଶର ସର୍ବୋଚ୍ଚ ଅଦାଲତ ଗୋଟିଏ ମାମଲାରେ ରାୟ ଦେବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁକୁ ଉଚ୍ଚାରଣ କରିଛନ୍ତି। ଏଥିସହ ମହାପ୍ରଭୁ ଆମକୁ କ୍ଷମା କରିଥିଲେ ଓ ଏବେ ବି କ୍ଷମା କରି ଦେବେ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ କହିଛନ୍ତି। ଶନିବାର ଓ ରିବାର ଜୈନ ଧର୍ମାବଲମ୍ବୀମାନେ ମୁମ୍ବାଇରେ ଥିବା ୩ଟି ମନ୍ଦିରରେ ପୂଜାପାଠ କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ମୁମ୍ବାଇର ଦାଦ୍ରା, ବାଇକୁଲା ଓ ଚେମ୍ବୁରୁରେ ଏହି ୩ଟି […]

2

Hemant Lenka
  • Published: Friday, 21 August 2020
  • , Updated: 21 August 2020, 08:13 PM IST

ନୂଆଦିଲ୍ଲୀ: ଆଜି ଦେଶର ସର୍ବୋଚ୍ଚ ଅଦାଲତ ଗୋଟିଏ ମାମଲାରେ ରାୟ ଦେବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁକୁ ଉଚ୍ଚାରଣ କରିଛନ୍ତି। ଏଥିସହ ମହାପ୍ରଭୁ ଆମକୁ କ୍ଷମା କରିଥିଲେ ଓ ଏବେ ବି କ୍ଷମା କରି ଦେବେ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ କହିଛନ୍ତି।

ଶନିବାର ଓ ରିବାର ଜୈନ ଧର୍ମାବଲମ୍ବୀମାନେ ମୁମ୍ବାଇରେ ଥିବା ୩ଟି ମନ୍ଦିରରେ ପୂଜାପାଠ କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ମୁମ୍ବାଇର ଦାଦ୍ରା, ବାଇକୁଲା ଓ ଚେମ୍ବୁରୁରେ ଏହି ୩ଟି ମନ୍ଦିର ରହିଛି। କରୋନ ଲକଡାଉନ ଯୋଗୁ ମହାରାଷ୍ଟ୍ର ସରକାର ସବୁ ଧର୍ମାନୁଷ୍ଠାନ ବନ୍ଦ ରଖିଛନ୍ତି। ତେବେ Paryushan ପର୍ବ ପାଇଁ ଜୈନ ଧର୍ମାବଲମ୍ବୀମାନେ ମନ୍ଦିର ଖୋଲିବା ଦାବିରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାକୁ ସୁପ୍ରିମକୋର୍ଟ ଅନୁମତି ମଧ୍ୟ ଦେଇଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, କରୋନା ପାଇଁ କଟକଣା ଜାଣି ହୋଇଥିବାରୁ ଫେସ ମାସ୍କ ଓ ସାମାଜିକ ଦୂରତାକୁ ନଜରରେ ରଖି ପୂଜାପାଠ କରାଯିବ। ଗୋଟିଏ ଥରରେ ମନ୍ଦିର ମଧ୍ୟକୁ ସର୍ବାଧିକ ୫ ଜଣ ଯାଇ ପାରିବେ। ସେହିପରି ଦିନକରେ ୨୫୦ ଜଣ ହିଁ ମନ୍ଦିରକୁ ଯାଇପାରିବେ।

ଯଦି ଲୋକମାନେ ଓ ପ୍ରଶାସନ ସହଯୋଗ କରିବ, ତା’ହେଲେ ମନ୍ଦିରରେ ପୂଜାପାଠ କରିବାରେ କିଛି ବି ଅସୁବିଧା ନାହିଁ। ତେବେ ଆଜିର ରାୟ କେବଳ ଜୈନ ମନ୍ଦିର ଓ ପର୍ବ ପାଇଁ ଲାଗୁ ହେବ। ଏହାକୁ ଅନ୍ୟ କୌଣସି ଧାର୍ମିକ କାର୍ଯ୍ୟ ପାଇଁ ଲାଗୁ କରାଯାଇପାରିବ ନାହିଁ। ବିଶେଷ କରି ଗଣେଶ ପୂଜା ପାଇଁ ଏହା ଲାଗୁ ହେବନି।

ପ୍ରଧାନ ବିଚାରପତି ଜଷ୍ଟିସ ବୋବଡେ କହିଛନ୍ତି, “ଏହା ଏକ ଜଟିଳ ପରିସ୍ଥିତି। ଯଦି ଆପଣ ଏସଓପି ଲାଗୁ କରିଛନ୍ତି ଓ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି, ତା’ହେଲେ ମନ୍ଦିରରେ କ’ଣ ପାଇଁ କାର୍ଯ୍ୟକଳାପ ହୋଇପାରିବ ନାହିଁ? ଓଡ଼ିଶାର ରଥଯାତ୍ରା ବେଳେ ଆମେ ସମାନ ନିଷ୍ପତ୍ତି ନେଇଥିଲୁ। ପ୍ରଶାସନ ଉପରେ ସବୁ ଦାୟିତ୍ୱ ଛାଡ଼ିଥିଲୁ।

ଯଦି ଆପଣ ସାମାଜିକ ଦୂରତା ରକ୍ଷା କରିପାରିବେ ଓ କମ୍‌ ଲୋକରେ ସବୁ କାମ କରିପାରିବେ, ତା’ହେଲେ ଆପଣ ରଥ ଯାତ୍ରା କରିପାରିବେ। ଆମେ ରାୟ ଦେବା ପରେ ଭଗବାନ ଜଗନ୍ନାଥ ଆମକୁ କ୍ଷମା କରିଦେଇଥିଲେ। ଏବେ ବି ଆମକୁ ଭଗବାନ ଜଗନ୍ନାଥ କ୍ଷମା କରିଦେବେ।”

ଜୁନ୍‌ ମାସରେ ସୁପ୍ରିମକୋର୍ଟ ପୁରୀ ରଥଯାତ୍ରା ପାଇଁ ଅନୁମତି ଦେବା ବେଳେ କହିଥିଲେ ଯେ କର୍ଫ୍ୟୁ, ଲୋକଙ୍କ ପ୍ରବେଶ ଉପରେ କଟକଣା ଓ କମ୍‌ ଲୋକରେ ରଥଯାତ୍ରା ସମ୍ଭବ। ଏହାପରେ ଓଡ଼ିଶା ସରକାର ଓ ପୁରୀ ପ୍ରଶାସନ ରଥଯାତ୍ରା ଆୟୋଜନ କରିଥିଲା।

ଆଜି ମଧ୍ୟ କୋର୍ଟ କହିଛନ୍ତି, ଯଦି ପୂଜା ପାଠ ହେଉଥିବା ସ୍ଥାନରେ କଟକଣା ଓ ପ୍ରବେଶ ଉପରେ ରୋକ ଲଗା ଯାଇ ପାରିବ, ତା’ହେଲେ ପୁଣିଥରେ କାହିଁକି ଗୋଟିଏ ଧାର୍ମିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ? ଯଦି ଗୋଟିଏ ସମୟରେ ମନ୍ଦିର ମଧ୍ୟରେ ୫ ଜଣ ଶ୍ରଦ୍ଧାଳୁ ରହିପାରିବେ, ତା’ ପରେ ଆଉ ୫ ଜଣ ଯାଇ ପୂଜାପାଠ କରିବେ, ତା’ହେଲେ ଆମେ ଏହାକୁ ବିରୋଧ କରିବୁ ନାହିଁ।

କେବଳ ଜୈନ ମନ୍ଦିରରେ ପୂଜା ପାଠ କାହିଁକି କରାଯିବ? ହିନ୍ଦୁ ମନ୍ଦିର ଓ ମୁସଲିମ ଧର୍ମପୀଠରେ କାହିଁକି ପୂଜାପାଠ ହେବନାହିଁ? ଆମକୁ ଦେଖି ଆଶ୍ଚର୍ଯ୍ୟ ଲାଗୁଛି ଯେ ସରକାର ଅର୍ଥନୀତି କାର୍ଯ୍ୟକଳାପକୁ ବୃଦ୍ଧି କରିବା ପାଇଁ ସବୁ କିଛି କୋହଳ କରୁଛନ୍ତି। କାରଣ ଏଥିରେ ଟଙ୍କା ରହିଛି। କିନ୍ତୁ ଧାର୍ମିକ ବିଶ୍ୱାସ କଥା ଆସିଲେ, ସରକାର କରୋନା କଥା କହୁଛନ୍ତି। ଏହା କି ଭଳି ମାନସିକତା ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।

ଗଣେଷ ପୂଜା ଓ ଜୈନ ମନ୍ଦିର ଖୋଲିବା ଦାବିକୁ ମହାରାଷ୍ଟ୍ର ସରକାର ବିରୋଧ କରୁଥିବା ବେଳେ ସୁପ୍ରିମକୋର୍ଟ ଏପରି କହିଛନ୍ତି। ଜୈନ ସଂପ୍ରଦାୟ ପକ୍ଷରୁ ମାମଲା ଲଢ଼ୁଥିବା ଦୁଷ୍ୟନ୍ତ ଡାଭେ କହିଥିଲେ ଯେ ଜୈନ ମନ୍ଦିର ଖୋଲିଲେ କଡ଼ାକଡ଼ି ଭାବେ କରୋନା କଟକଣା ନିୟମ ସବୁ ପାଳନ କରାଯିବ। ତେଣୁ ସର୍ବୋଚ୍ଚ ଅଦାଲତ ଏଥିପାଇଁ ଅନୁମତି ଦିଅନ୍ତୁ।

ତେବେ ମହାରାଷ୍ଟ୍ର ସରକାର କହିଥିଲେ ଯଦି ସୁପ୍ରିମକୋର୍ଟ ଗୋଟିଏ ସଂପ୍ରଦାୟର ପୂଜାପାଠ ପାଇଁ ଅନୁମତି ଦେବେ, ତା’ହେଲେ ଆସନ୍ତାକାଲି ଆଉ ଗୋଟିଏ ଧର୍ମର ଲୋକ ସମାନ ଦାବି କରିବେ। ତେଣୁ ଏହାକୁ ଅନୁମତି ଦେବା ଠିକ ହେବ ନାହିଁ।

ସୁପ୍ରିମକୋର୍ଟ ଏହାକୁ ଥଟା କରି କହିଥିଲେ, ଆସନ୍ତାକାଲି ଅଭିଯୋଗ ଆସିବ ଯେ ସୁପ୍ରିମକୋର୍ଟ ନିର୍ଦ୍ଦିଷ୍ଟ ଗୋଟିଏ ଧର୍ମକୁ ସମର୍ଥନ କରୁଛନ୍ତି।

Related story