ଭଗବାନ କୃଷ୍ଣ ଜନ୍ମଭୁମି ବିବାଦ: ୩୦ରେ ମସଜିଦ ଉଚ୍ଛେଦ ଆବେଦନର ଶୁଣାଣି

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଦୁଇଟି ଜିଲ୍ଲା କୋର୍ଟ ଆସନ୍ତା ୩୦ ତାରିଖରେ ଭଗବାନ ରାମ ଓ ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ବିବାଦକୁ ନେଇ ରୁଜୁ ହୋଇଥିବା ଦୁଇଟି ସ୍ୱତନ୍ତ୍ର ଆବେଦନର ଶୁଣାଣି କରିବେ। ଲକ୍ଷ୍ନୌରେ ଥିବା ଗୋଟିଏ କୋର୍ଟ ରାମ ଜନ୍ମଭୂମି ସ୍ଥାନକୁ ୨୮ ବର୍ଷ ତଳେ ଭଙ୍ଗା ଯାଇଥିବା ଅଭିଯୋଗର ଶୁଣାଣି କରିବେ। ତେବେ ଦ୍ୱିତୀୟ ମାମଲାଟି ବେଶ ଗୁରୁତ୍ୱପୂର୍ଣ୍ଣ। କରାଣ ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦର ଶୁଣାଣି ଏଠାକାର କୋର୍ଟରେ କରାଯିବ। ମଥୁରାର କତ୍ରା କେଶବ […]

v

Hemant Lenka
  • Published: Monday, 28 September 2020
  • , Updated: 28 September 2020, 06:01 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଦୁଇଟି ଜିଲ୍ଲା କୋର୍ଟ ଆସନ୍ତା ୩୦ ତାରିଖରେ ଭଗବାନ ରାମ ଓ ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ବିବାଦକୁ ନେଇ ରୁଜୁ ହୋଇଥିବା ଦୁଇଟି ସ୍ୱତନ୍ତ୍ର ଆବେଦନର ଶୁଣାଣି କରିବେ। ଲକ୍ଷ୍ନୌରେ ଥିବା ଗୋଟିଏ କୋର୍ଟ ରାମ ଜନ୍ମଭୂମି ସ୍ଥାନକୁ ୨୮ ବର୍ଷ ତଳେ ଭଙ୍ଗା ଯାଇଥିବା ଅଭିଯୋଗର ଶୁଣାଣି କରିବେ।

ତେବେ ଦ୍ୱିତୀୟ ମାମଲାଟି ବେଶ ଗୁରୁତ୍ୱପୂର୍ଣ୍ଣ। କରାଣ ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦର ଶୁଣାଣି ଏଠାକାର କୋର୍ଟରେ କରାଯିବ। ମଥୁରାର କତ୍ରା କେଶବ ଦେବଠାରେ ଶ୍ରୀକୃଷ୍ଣ ମନ୍ଦିର ରହିଛି। ଏହାର ସମସ୍ତ ୧୩.୩୭ ଏକର ଜମିକୁ କୃଷ୍ଣ ଜନ୍ମଭୂମି ଭାବେ ଘୋଷଣା କରିବାକୁ ଦାବି କରାଯାଇଛି।

ସେହିପରି କୃଷ୍ଣ ଜନ୍ମ ଭୂମି ମନ୍ଦିର ପାଖରେ ଥିବା ଶାହି ଇଦଘା ମସଜିଦକୁ ଉଚ୍ଛେଦ କରିବାକୁ ଏଥିରେ କୁହାଯାଇଛି। ମଥୁରାର କତ୍ରା କେଶବ ଦେବ ଖେୱାତରେ ଥିବା ଭଗବାନ ଶ୍ରୀକୃଷ୍ଣ ବିରାଜମାନ ସହ ରଞ୍ଜନ ଅଗ୍ନିହୋତ୍ରୀ ଓ ୬ ଜଣ ଭକ୍ତଙ୍କ ତରଫରୁ ଏହି ସିଭଲ ସୁଟ୍ ଫାଇଲ କରାଯାଇଛି।

ଆବେଦନକାରୀ କହିଛନ୍ତି ଯେ ୧୬୬୯-୨୦ରେ ମୋଗଲ ସମ୍ରାଟ ଔରଙ୍ଗଜେବ ଏଠାରେ ମସଜିଦ ନିର୍ମାଣ କରିଥିଲେ। ଉତ୍ତର ପ୍ରଦେଶ ସୁନ୍ନି ୱାକଫ ବୋର୍ଡ, ଟ୍ରଷ୍ଟ ମସଜିଦ ଇଦଘା ଓ ମୁସଲିମ ସଂପ୍ରଦାୟର କୌଣସି ଲୋକ କତ୍ରା କେଶବ ଦେବ ଠାରେ ଥିବା ୧୩.୩୭ ଏକର ଜମି ଉପରେ ନିଜର ମାଲିକାନା ପ୍ରଦର୍ଶନ କରିବାର ଅଧିକାର ରଖିନାହାନ୍ତି କିମ୍ବା ସେମାନଙ୍କର ଏହା ଉପରେ କୌଣସି ଆଗ୍ରହ ମଧ୍ୟ ନାହିଁ।

ଏହି ଜମି ସଂପୂର୍ଣ୍ଣ ଭାବେ ଭଗବାନ ଶ୍ରୀକୃଷ୍ଣ ବିରାଜମାନ ଉପରେ ନିର୍ଭର କରୁଛି। ତେଣୁ ଏଠାରେ ଥିବା ଶାହି ଇଦଘା ମସଜିଦକୁ ଉଚ୍ଛେଦ କରାଯିବା ଦରକାର ବୋଲି ସେମାନେ କହିଛନ୍ତି।

କୃଷ୍ଣ ଜନ୍ମ ଭୂମି ବିବାଦ ଶାହି ଇଦଘାକୁ ନେଇ ରହିଛି। ମଥୁରାରେ ଥିବା କୃଷ୍ଣ ଜନ୍ମ ଭୂମି ମନ୍ଦିର ନିକଟରେ ହିଁ ଏହା ରହିଛି। ଟ୍ରଷ୍ଟର କହିବା କଥା ମସଜିଦ ପାଖରେ ଥିବା ସାଢ଼େ ୪ ଏକର ଜମିକୁ ପୂର୍ବରୁ ରଙ୍ଗ ମଞ୍ଚ ଭାବେ ବ୍ୟବହାର କରାଯାଉଥିଲା। ଏଠାରେ ମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାରର ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା।

Related story