ଭୂମି ପୂଜନ ବେଳେ ରତ୍ନଖଚିତ ପୋଷାକ ପିନ୍ଧିବେ ଭଗବାନ ରାମ

ଅଯୋଧ୍ୟା: ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନର ତାରିଖ ଯେତିକି ପାଖେଇ ଆସୁଛି, ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ମଧ୍ୟ ସେତିକି ବଢ଼ିବାରେ ଲାଗିଛି। ରାମ ମନ୍ଦିର ନିର୍ମାଣର ଭୂମି ପୂଜନରେ ସାମିଲ ହେବା ପାଇଁ ସମସ୍ତେ ଲକ୍ଷ୍ୟ ରଖିଛନ୍ତି। ଭୂମି ପୂଜନ ପାଇଁ ପବିତ୍ର ନଦିଆରୁ ଜଳ ଓ ବିଭିନ୍ନ ତୀର୍ଥସ୍ଥଳରୁ ପବିତ୍ର ମାଟି ଆସିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ଭୂମି ପୂଜନ […]

a

Hemant Lenka
  • Published: Tuesday, 28 July 2020
  • , Updated: 28 July 2020, 04:17 PM IST

ଅଯୋଧ୍ୟା: ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନର ତାରିଖ ଯେତିକି ପାଖେଇ ଆସୁଛି, ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ମଧ୍ୟ ସେତିକି ବଢ଼ିବାରେ ଲାଗିଛି। ରାମ ମନ୍ଦିର ନିର୍ମାଣର ଭୂମି ପୂଜନରେ ସାମିଲ ହେବା ପାଇଁ ସମସ୍ତେ ଲକ୍ଷ୍ୟ ରଖିଛନ୍ତି। ଭୂମି ପୂଜନ ପାଇଁ ପବିତ୍ର ନଦିଆରୁ ଜଳ ଓ ବିଭିନ୍ନ ତୀର୍ଥସ୍ଥଳରୁ ପବିତ୍ର ମାଟି ଆସିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି।

ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ଭୂମି ପୂଜନ କରି ମନ୍ଦିର ନିର୍ମାଣ ପାଇଁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରିବେ।

କିନ୍ତୁ ଭୂମି ପୂଜନ ବେଳେ ଭଗବାନ ରାମ, ଭାଇ ଲକ୍ଷ୍ମଣ, ଭାରତ ଓ ଶତୃଘ୍ନ ରତ୍ନ ଖଚିତ ପୋଷାକ ପରିଧାନ କରିବେ। ରାମଦଳ ସେବା ଟ୍ରଷ୍ଟ ଅଧ୍ୟକ୍ଷ ପଣ୍ଡିତ କଳକୀ ରାମ ହିଁ ଭଗବାନଙ୍କୁ ଏହି ରତ୍ନ ଖଚିତ ପୋଷାକ ପିନ୍ଧାଇବେ।

ଏହି ପୋଷାକରେ ୯ ପ୍ରକାରର ରତ୍ନ ଖଞ୍ଜାଯିବ। ଭଗବାନଙ୍କ ରାମଙ୍କ ପାଇଁ ପୋଷାକ ତିଆରି କରୁଥିବା ଭଗବାନ ପ୍ରସାଦ କହିଛନ୍ତି ଭଗବାନ ରାମ ଗ୍ରୀନ ରଙ୍ଗର ପୋଷାକ ପିନ୍ଧିବେ। ବୁଧବାର ଭୂମି ପୂଜନ ହେବାର ଥିବାରୁ ସେଦିନର ରଙ୍ଗ ଅନୁସାରେ ହିଁ ଭଗବାନ ରାମଙ୍କ ପୋଷାକ ତିଆରି କରାଯାଉଛି।

ଅନ୍ୟପକ୍ଷରେ ଭବ୍ୟ ରାମ ମନ୍ଦିର କେବଳ ପଥରରେ ହିଁ ପ୍ରସ୍ତୁତ କରାଯିବ। ଏଥିସହ ଅତ୍ୟାନୁଧିକ ମେସିନ ଓ ଯନ୍ତ୍ରପାତିର ମଧ୍ୟ ବ୍ୟବହାର କରାଯିବ।

Related story