କୃଷିଋଣ ଛାଡ଼ କରିବେ ଉଦ୍ଧବ ସରକାର

ମୁମ୍ବାଇ: ମହାରାଷ୍ଟ୍ରରେ ଋଣଗ୍ରସ୍ତ ଚାଷୀଙ୍କୁ ଏବେ ଆଶ୍ୱସ୍ତି ମିଳିବ। ଚାଷୀ ଆତ୍ମହତ୍ୟା ପାଇଁ ନିନ୍ଦିତ ମହାରାଷ୍ଟ୍ରରେ ୨ ଲକ୍ଷ ଯାଏ ଟଙ୍କାର କୃଷି ଋଣ ସରକାର ଛାଡ଼ କରିବେ ବୋଲି ଘୋଷଣା କରିଛନ୍ତି। ନୂଆ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏହି ବିଷୟରେ ଘୋଷଣା କରିଛନ୍ତି। ଏଥିପାଇଁ ସରକାର ୩୦ ସେପ୍ଟେମ୍ବର ୨୦୧୯କୁ କଟ୍‌ଅଫ୍‌ ତାରିଖ ଧାର୍ଯ୍ୟ କରିଛନ୍ତି। ଆଜି ମହାରାଷ୍ଟ୍ର ବିଧାନସଭାର ଶୀତ ଅଧିବେଶନର ଅନ୍ତିମ ଦିନରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏହି ବିଷୟରେ ଘୋଷଣା କରିଛନ୍ତି। […]

uddhav-thackeray(1)

Subrat Kumar Nayak
  • Published: Saturday, 21 December 2019
  • , Updated: 21 December 2019, 05:37 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ଋଣଗ୍ରସ୍ତ ଚାଷୀଙ୍କୁ ଏବେ ଆଶ୍ୱସ୍ତି ମିଳିବ। ଚାଷୀ ଆତ୍ମହତ୍ୟା ପାଇଁ ନିନ୍ଦିତ ମହାରାଷ୍ଟ୍ରରେ ୨ ଲକ୍ଷ ଯାଏ ଟଙ୍କାର କୃଷି ଋଣ ସରକାର ଛାଡ଼ କରିବେ ବୋଲି ଘୋଷଣା କରିଛନ୍ତି। ନୂଆ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏହି ବିଷୟରେ ଘୋଷଣା କରିଛନ୍ତି।

ଏଥିପାଇଁ ସରକାର ୩୦ ସେପ୍ଟେମ୍ବର ୨୦୧୯କୁ କଟ୍‌ଅଫ୍‌ ତାରିଖ ଧାର୍ଯ୍ୟ କରିଛନ୍ତି। ଆଜି ମହାରାଷ୍ଟ୍ର ବିଧାନସଭାର ଶୀତ ଅଧିବେଶନର ଅନ୍ତିମ ଦିନରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏହି ବିଷୟରେ ଘୋଷଣା କରିଛନ୍ତି।

ସେ କହିଛନ୍ତି, “୩୦ ସେପ୍ଟେମ୍ବର ୨୦୧୯ ଯାଏ ଶୁଝାଯାଇନଥିବା ଶସ୍ୟ ଋଣକୁ ଆମ ସରକାର ଛାଡ଼ କରିବେ। ଏଥିପାଇଁ ସର୍ବାଧିକ ଋଣର ପରିମାଣ ୨ ଲକ୍ଷ ଟଙ୍କା ରଖାଯାଇଛି। ଏହି ଯୋଜନାର ନାମ ମହାତ୍ମା ଜ୍ୟୋତିରାଓ ଫୁଲେ ଋଣ ଛାଡ଼ ଯୋଜନା ରଖାଯିବ।” ଏତଦ୍‌ ବ୍ୟତୀତ ଠିକ୍‌ ସମୟରେ ଋଣ ଶୁଝୁଥିବା ଲୋକଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ସ୍କିମ୍‌ ରହିବ ବୋଲି ସେ କହିଛନ୍ତି।

Related story