ମୋଦିଙ୍କୁ ଭେଟିଲେ ଉଦ୍ଧବ ଠାକରେ, ସିଏଏ ଓ ଏନପିଆର ସମ୍ପର୍କରେ ରଖିଲେ ମତ

ନୂଆଦିଲ୍ଲୀ: ବିଜେପିକୁ ମହାରାଷ୍ଟ୍ରରେ ଧୋକା ଦେଇ କଂଗ୍ରେସ ଓ ଏନସିପି ସହ ମିଶି ମୁଖ୍ୟମନ୍ତ୍ରୀ ହୋଇଥିବା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାର ସମୟରେ ଉଦ୍ଧବଙ୍କ ପୁଅ ତଥା ବିଧାୟକ ଆଦିତ୍ୟ ଠାକରେ ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି। ମୋଦିଙ୍କ ଲୋକକଲ୍ୟାଣ ମାର୍ଗ ସ୍ଥିତି ବାସଭବନରେ ହୋଇଥିବା ଏହି ଆଲୋଚନା ବେଳେ ଉଦ୍ଧବ ସିଏଏ […]

ee

Hemant Lenka
  • Published: Friday, 21 February 2020
  • , Updated: 21 February 2020, 08:16 PM IST

ନୂଆଦିଲ୍ଲୀ: ବିଜେପିକୁ ମହାରାଷ୍ଟ୍ରରେ ଧୋକା ଦେଇ କଂଗ୍ରେସ ଓ ଏନସିପି ସହ ମିଶି ମୁଖ୍ୟମନ୍ତ୍ରୀ ହୋଇଥିବା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାର ସମୟରେ ଉଦ୍ଧବଙ୍କ ପୁଅ ତଥା ବିଧାୟକ ଆଦିତ୍ୟ ଠାକରେ ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି।

ମୋଦିଙ୍କ ଲୋକକଲ୍ୟାଣ ମାର୍ଗ ସ୍ଥିତି ବାସଭବନରେ ହୋଇଥିବା ଏହି ଆଲୋଚନା ବେଳେ ଉଦ୍ଧବ ସିଏଏ ଓ ଏନପିଆର ପ୍ରସଙ୍ଗ ଉଠାଇଥିଲେ। ମୋଦି ମଧ୍ୟ ତାଙ୍କୁ ଏ ବିଷୟରେ ଭଲ ଭାବେ ବୁଝାଇ ଦେଇଥିବା ଜଣାପଡ଼ିଛି।

କଂଗ୍ରେସ ଓ ଏନସିପି ଆରମ୍ଭରୁ ହିଁ ସିଏଏ ଓ ଏନପିଆରକୁ ବିରୋଧ କରୁଛନ୍ତି। ଏଥିସହ ସେମାନେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମଧ୍ୟ ସିଏଏ ଓ ଏନପିଆର ବିରୋଧରେ ସଂକଳ୍ପ ପାରିତ କରିବାକୁ ଚାପ ପକାଉଛନ୍ତି। ଏସବୁ ଭିତରେ ଆଜି ଉଦ୍ଧବ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିଛନ୍ତି।

ଆଲୋଚନା ପରେ ଉଦ୍ଧବ କହିଛନ୍ତି, “ଆଜି ମହାରାଷ୍ଟ୍ରର ସାମଗ୍ରୀକ ବିକାଶ ପ୍ରସଙ୍ଗ ଉପରେ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସକାରାତ୍ମକ ଆଲୋଚନା କରିଛି। ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ବିକାଶ ପାଇଁ ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମୁଁ ପ୍ରଧାନମନ୍ତ୍ରୀଙ୍କ ସହ ଏନପିଆର, ଏନଆରସି ଓ ସିଏଏ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଛି।

କେହି ବି ସିଏଏକୁ ନେଇ ଭୟଭୀତ ହେବା ଉଚିତ ନୁହେଁ। ଏହାଦ୍ୱାରା ସଂଖ୍ୟାଲଘୁମାନେ ଲାଭବାନ ହେବେ। ଏନପିଆର କାହାକୁ ବି ଦେଶରୁ ବାହାରକୁ ଫୋପାଡ଼ି ଦେବନାହିଁ। ସାରା ଦେଶରେ ଏବେ ଏନଆରସି ଲାଗୁ ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଯଦି କୌଣସି ନିୟମ ଦ୍ୱାରା ନାଗରିକମାନେ ବିପଦରେ ପଡ଼ିବାର ଆଶଙ୍କା ସୃଷ୍ଟି ହୁଏ, ତା’ହେଲେ ଆମେ ଏହାକୁ ଜୋରଦାର ବିରୋଧ କରିବୁ।’’

କଂଗ୍ରେସ ଓ ଏନସିପି ସହ ମେଣ୍ଟ ସମ୍ପର୍କରେ ମତ ରଖିବାକୁ ଯାଇ ଉଦ୍ଧବ କହିଛନ୍ତି, “ଆମେ ମହାବିକାଶ ଅଘାଡ଼ି ଗଠନ କରିଛୁ। ଏହା ପୂର୍ଣ୍ଣ ୫ ବର୍ଷ କାର୍ଯ୍ୟ କରିବ। ଏଥିରେ କେହି ବି ସନ୍ଦେହ କରିବା ଠିକ୍‌ ନୁହେଁ। ଆମେ ସମସ୍ତେ କମନ ମିନିମମ ପ୍ରୋଗ୍ରାମକୁ ପାଳନ କରୁଛୁ। ତେଣୁ ଏହା ଆଗକୁ ମଧ୍ୟ ଜାରି ରହିବ।”

Related story