‘ମୁଁ ଏବେ ବି ହିନ୍ଦୁତ୍ୱ ବିଚାରଧାରା ସହିତ ରହିଛି’

ମୁମ୍ୱାଇ: ହିନ୍ଦୁତ୍ୱ ବିଚାରଧାରାକୁ ବିରୋଧ କରୁଥିବା କଂଗ୍ରେସ ଓ ଏନସିପି ସହ ମିଶି ଶିବସେନା ମହା ବିକାଶ ଅଘାଡି ମେଣ୍ଟ ରକାର ଗଠନ କରିଛି। ଆଗକୁ ବିନା ଏନସିପି ଓ କଂଗ୍ରେସରେ ଶିବସେନା ଏକାକୀ ସରକାର ଚଳାଇ ପାରିବ ନାହିଁ। ତେଣୁ ଏବେ ଶିବସେନା ହିନ୍ଦୁତ୍ୱ ରାଜନୀତି କରିପାରିବ ନାହିଁ ବୋଲି ବିରୋଧୀ ଓ ଅନେକ ରଜନୀତିକ ସମାଲୋଚକ କହିଥିଲେ। ମୁଖ୍ୟମନ୍ତ୍ରୀ ଭାବରେ ଉଦ୍ଧବ ଠାକରେ ଶପଥ ନେବା ପରେ ଗଣମାଧ୍ୟମ ପ୍ରତିନିଧି ମାନେ ତାଙ୍କୁ ହିନ୍ଦୁତ୍ୱ […]

udhav thakrey

Subhransu Sekhar
  • Published: Sunday, 01 December 2019
  • , Updated: 01 December 2019, 04:00 PM IST

ମୁମ୍ୱାଇ: ହିନ୍ଦୁତ୍ୱ ବିଚାରଧାରାକୁ ବିରୋଧ କରୁଥିବା କଂଗ୍ରେସ ଓ ଏନସିପି ସହ ମିଶି ଶିବସେନା ମହା ବିକାଶ ଅଘାଡି ମେଣ୍ଟ ରକାର ଗଠନ କରିଛି। ଆଗକୁ ବିନା ଏନସିପି ଓ କଂଗ୍ରେସରେ ଶିବସେନା ଏକାକୀ ସରକାର ଚଳାଇ ପାରିବ ନାହିଁ। ତେଣୁ ଏବେ ଶିବସେନା ହିନ୍ଦୁତ୍ୱ ରାଜନୀତି କରିପାରିବ ନାହିଁ ବୋଲି ବିରୋଧୀ ଓ ଅନେକ ରଜନୀତିକ ସମାଲୋଚକ କହିଥିଲେ। ମୁଖ୍ୟମନ୍ତ୍ରୀ ଭାବରେ ଉଦ୍ଧବ ଠାକରେ ଶପଥ ନେବା ପରେ ଗଣମାଧ୍ୟମ ପ୍ରତିନିଧି ମାନେ ତାଙ୍କୁ ହିନ୍ଦୁତ୍ୱ ବିଚାରଧାରା ବାବଦରେ ପଚାରିଥିଲେ। ଆଉ ଚିଡି ଯାଇ ନିଜ ଶୈଳୀରେ କହିଥିଲେ ହିନ୍ଦୁତ୍ୱ ରାଜନୀତିରୁ ଓହରିନି ଶିବସେନା। ଏବେ ଗଣତନ୍ତ୍ରର ମନ୍ଦିର ବିଧାନସଭାରେ ଏହି ପ୍ରସଙ୍ଗରେ କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ।

ବାଚସ୍ପତି ଭାବରେ ନାନା ପଟୋଲେ ନିର୍ବାଚିତ ହେବା ପରେ ଗୃହରେ ଠାକରେ କହିଥିଲେ, ‘ମୁଁ ଏବେ ବି ହିନ୍ଦୁତ୍ୱ ରାଜନୀତି ସହ ଅଛି ଆଗକୁ ରହିବି ମଧ୍ୟ। ଗତ ପାଞ୍ଚ ବର୍ଷରେ ମୁଁ ପୂର୍ବ ସରକାରକୁ ଧୋକ୍କା ଦେଇନାହିଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ସହିତ ମୋର ବନ୍ଧୁତ୍ୱ ରହିଛି ବୋଲି କହିବାକୁ କେବେ ପଛଘୁଞ୍ଚା ଦେବି ନାହିଁ’।

ସେ ଆହୁରି କହିଛନ୍ତି, ‘ ମୁଁ ଜଣେ ଭାଗ୍ୟବାନ ମୁଖ୍ୟମନ୍ତ୍ରୀ କାରଣ ଯେଉଁମାନେ ମୋତେ ବିରୋଧ କରୁଥିଲେ ସେମାନେ ଏବେ ମୋ ସହିତ, ଏବଂ ମୋ ସହିତ ଯେଉଁମାନେ ଥିଲେ, ଏବେ ସେମାନେ ମୋର ବିରୋଧୀ। ମୁଁ ମୋର ଭାଗ୍ୟ ଏବଂ ଲୋକମାନଙ୍କ ଆଶୀର୍ବାଦ ପାଇଁ ଏଠାରେ ପହଞ୍ଚିଛି। ଏଠାକୁ ଦିନେ ଆସିବି ବୋଲି କେବେ କହିନଥିଲି ହେଲେ ଏଠାକୁ ଆସିଛି’।

ତେବେ ବିଜେପି ଉପରେ ବର୍ଷିବାକୁ ଯାଇ ସେ କହିଛନ୍ତି, ‘ନଭେମ୍ୱର ୨୨ରେ ରାତି ଅଧିଆ ବିଜେପି ଯେଉଁଭଳି ଭାବରେ ଗୋପନୀୟତାର ସହ ରାଜନୀତିକ ନାଟକ ରଚିଥିଲା, ସେ ଭଳି କାମ ରାତି ଅଧିଆ କରିବେ ନାହିଁ ବୋଲି ଗୃହକୁ ଆଶ୍ୱସ୍ତି ଦେଇଛନ୍ତି। ଯାହାବି କରିବି ଲୋକଙ୍କ ପାଇଁ କରିବି’।

ସୂଚନାଯୋଗ୍ୟ, ନଭେମ୍ୱର ୨୨ ସଂଧ୍ୟାରେ ଶିବସେନା-ଏନସିପି-କଂଗ୍ରେସ ମିଳିତ ସରକାର କରିବେ ବୋଲି ଘୋଷଣା କରିଥିଲେ। ହେଲେ ୨୩ ତାରିଖ ସକାଳେ ଏନସିପି ବିଧାୟକ ଅଜିତ ପାଓ୍ୱାରଙ୍କ ସମର୍ଥନରେ ଦେବେନ୍ଦ୍ର ଫଡନାବିସ ସରକାର ଗଠନ କରିଥିଲେ। ହେଲେ ବହୁମତ ସାବ୍ୟସ୍ତ କରିବା ପାଇଁ ଯିବା ପୂର୍ବରୁ ଉଭୟ ଫଡନାବିସ ମୁଖ୍ୟମନ୍ତ୍ରୀ ଓ ଅଜିତ ପାଓ୍ୱାର ଉପ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ।

Related story