ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ପରିବାର ଫୋଟ ଭାଇରଲ୍,  ଏନସିପି ଓ କଂଗ୍ରେସ ନେତାଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ  ଦେବେନ୍ଦ୍ର ଫଡନାଭିସଙ୍କ ପରିବାରର ଫୋଟ ଭାଇରଲ୍ କରିବା ଅଭିଯୋଗରେ ଏନସିପି ଓ କଂଗ୍ରେସ ନେତାଙ୍କ ବିରୋଧରେ ମୁମ୍ୱାଇ ପୋଲିସ ମାମଲା ଦାୟର କରିଛି। ନାଗପୁରର ଏନସିପି ନେତା ଅଜୟ ହାପଟେବାର, ମହାରାଷ୍ଟ୍ରର କଂଗ୍ରେସ ନେତା ସଚିନ୍ ସାବତ୍ ଓ ଗୁରପିତ୍ ଚଢାଙ୍କ ବିରୋଧରେ ମାମଲା ଦାୟର ହୋଇଛି। ଅଭିଯୁକ୍ତ ମାନଙ୍କ ବିରୋଧରେ  ଇନଫୋରମେସନ୍ ଟେକ୍ନୋଲଜି ଧାରା ୬୭(ଏ) ଓ ଆଇପିସି ଧାରା ୫୦୦ ମାମଲା ଦାୟର କରାଯାଇଛି। ମୁଖ୍ୟମନ୍ତ୍ରୀ ଫଡନାଭିସ୍ ଏବେ ଆମେରିକା […]

fadnavis

Rakesh Mallick
  • Published: Thursday, 09 July 2015
  • , Updated: 09 July 2015, 10:58 AM IST

ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ  ଦେବେନ୍ଦ୍ର ଫଡନାଭିସଙ୍କ ପରିବାରର ଫୋଟ ଭାଇରଲ୍ କରିବା ଅଭିଯୋଗରେ ଏନସିପି ଓ କଂଗ୍ରେସ ନେତାଙ୍କ ବିରୋଧରେ ମୁମ୍ୱାଇ ପୋଲିସ ମାମଲା ଦାୟର କରିଛି। ନାଗପୁରର ଏନସିପି ନେତା ଅଜୟ ହାପଟେବାର, ମହାରାଷ୍ଟ୍ରର କଂଗ୍ରେସ ନେତା ସଚିନ୍ ସାବତ୍ ଓ ଗୁରପିତ୍ ଚଢାଙ୍କ ବିରୋଧରେ ମାମଲା ଦାୟର ହୋଇଛି। ଅଭିଯୁକ୍ତ ମାନଙ୍କ ବିରୋଧରେ  ଇନଫୋରମେସନ୍ ଟେକ୍ନୋଲଜି ଧାରା ୬୭(ଏ) ଓ ଆଇପିସି ଧାରା ୫୦୦ ମାମଲା ଦାୟର କରାଯାଇଛି।

ମୁଖ୍ୟମନ୍ତ୍ରୀ ଫଡନାଭିସ୍ ଏବେ ଆମେରିକା ଗସ୍ତରେ ଅଛନ୍ତି। ଏହାକୁ କେନ୍ଦ୍ରକରି ତାଙ୍କ ପରିବାରର ପୁରୁଣା ଫଟୋକୁ ସୋସିଆଲ ମିଡିଆରେ ଭାଇରଲ କରାଯାଇଛି। ଫଡନାଭିସଙ୍କ ସମେତ ତାଙ୍କ ପତ୍ନୀ ଅମୃତା ଓ ଝିଅର ଫଟୋ ଦେଖିବାକୁ ମିଳିଛି। ଏହି ଫଟୋର ସତ୍ୟତା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ବୟାନ ଦିଆଯାଇ ସାରିଛି।

Related story