ଗାନ୍ଧିଙ୍କ ଚଷମାର ମୂଲ୍ୟ ୨.୫୫ କୋଟି

ଲଣ୍ଡନ: ଜାତିର ପିତା ମହାତ୍ମା ଗାନ୍ଧି ପିନ୍ଧୁଥିବା ଏକ ଚଷମା ଏବେ ବ୍ରିଟେନରେ  ନିଲାମ ହୋଇଛି। ଏହା ୨ଲକ୍ଷ ୬୦ହଜାର ଡଲାର ବା ଭାରତୀୟ ମୁଦ୍ରାରେ ୨କୋଟି ୫୫ଲକ୍ଷ ୪ଶହ ୬୩ ଟଙ୍କାରେ ବିକ୍ରି ହୋଇଛି। ଇଷ୍ଟ ବ୍ରିଷ୍ଟଲ ନାମକ କମ୍ପାନୀ ଏହି ଚଷମା ନିଲାମ କାର୍ଯ୍ୟ ସମ୍ପାଦନ କରିଛି। ନିଲାମ ପ୍ରକ୍ରିୟାରେ ସାମିଲ ହୋଇ ଜଣେ କଲେକ୍ଟର ଏହାକୁ କିଣିଛନ୍ତି। ଏହି ନିଲାମ ପ୍ରକ୍ରିୟା ଅନଲାଇନ ଭିଡିଓ କଲିଙ୍ଗ ମାଧ୍ୟମରେ ହୋଇଥିଲା। ନିଲାମ ସମୟର ଏକ […]

bc

Hemant Lenka
  • Published: Monday, 24 August 2020
  • , Updated: 24 August 2020, 03:36 PM IST

ଲଣ୍ଡନ: ଜାତିର ପିତା ମହାତ୍ମା ଗାନ୍ଧି ପିନ୍ଧୁଥିବା ଏକ ଚଷମା ଏବେ ବ୍ରିଟେନରେ  ନିଲାମ ହୋଇଛି। ଏହା ୨ଲକ୍ଷ ୬୦ହଜାର ଡଲାର ବା ଭାରତୀୟ ମୁଦ୍ରାରେ ୨କୋଟି ୫୫ଲକ୍ଷ ୪ଶହ ୬୩ ଟଙ୍କାରେ ବିକ୍ରି ହୋଇଛି। ଇଷ୍ଟ ବ୍ରିଷ୍ଟଲ ନାମକ କମ୍ପାନୀ ଏହି ଚଷମା ନିଲାମ କାର୍ଯ୍ୟ ସମ୍ପାଦନ କରିଛି। ନିଲାମ ପ୍ରକ୍ରିୟାରେ ସାମିଲ ହୋଇ ଜଣେ କଲେକ୍ଟର ଏହାକୁ କିଣିଛନ୍ତି। ଏହି ନିଲାମ ପ୍ରକ୍ରିୟା ଅନଲାଇନ ଭିଡିଓ କଲିଙ୍ଗ ମାଧ୍ୟମରେ ହୋଇଥିଲା।

ନିଲାମ ସମୟର ଏକ ଭିଡିଓ ଇନଷ୍ଟାଗ୍ରାମରେ ଶେୟାର କରାଯାଇଛି। ଏହାର କ୍ୟାପପସନରେ ଗାନ୍ଧିଙ୍କର ଚଷମା ୨ଲକ୍ଷ ୬୦ହଜାର ଡଲାରରେ ବିକ୍ରି କରାଯାଉଛି। ଆମେ ଏହାକୁ ୪ସପ୍ତାହ ପୂର୍ବେ ଚିଠି ବାକ୍ସରୁ ପାଇଥିଲୁ। ଜଣେ ଯୁବକ ଏହାକୁ ଏଠାରେ ଛାଡ଼ିଥିଲେ। ଉକ୍ତ ଯୁବକଙ୍କ ସମ୍ପର୍କୀୟଙ୍କୁ ଗାନ୍ଧି ନିଜେ ଏହି ଚଷମା ଦେଇଥିଲେ। ଏକ ଅଭୂତ ପୂର୍ବ ଦ୍ରବ୍ୟର ଅଭୂତ ପୂର୍ବ ବିକ୍ରି। ଯେଉଁମାନେ ବିଡ୍‌ ଲଗାଇଥିଲେ, ସମସ୍ତଙ୍କୁ ଧନ୍ୟବାଦ।

 

View this post on Instagram

 

See the moment Gandhi's Glasses sell for £260,000 - we found them just 4 weeks ago in our letterbox, left there by a gentleman whose uncle had been given them by Gandhi himself. An incredible result for an incredible item! Thanks to all those who bid.

A post shared by East Bristol Auctions (@eastbristolauctions) on

ଏକ ପ୍ରମୁଖ ଗଣମାଧ୍ୟମକୁ ସାକ୍ଷାତକାରଦେଇ ନିଲାମକାରୀ ଆଣ୍ଡ୍ର୍ୟୁ ଷ୍ଟୋୱେ କହିଛନ୍ତି ଯେ, ଏହି ବିରଳ ଚଷମାଟି ଆମର ଜଣେ ଷ୍ଟାଫ ଚିଠି ବାକ୍ସରୁ ପାଇଥିଲେ। ଏହା ସହ ଏକ ଲେଖା ମଧ୍ୟ ସେ ପାଇଥିଲେ। କିଛି ଦିନ ଏହା ଡ୍ର’ରେ ରହିବା ପରେ ଏହାକୁ ଫୋପାଡ଼ି ଦେବାକୁ ଭେଣ୍ଡର ଜଣଙ୍କ କହିଥିଲେ। ତେବେ ରିସର୍ଚ୍ଚ ପରେ ଏହା ମହାତ୍ମା ଗାନ୍ଧିଙ୍କ ଚଷମା ବୋଲି ଜଣାପଡ଼ିଥିଲା।

ଆମେ ଭାବି ଥିଲୁ ଏହା ୧୫ ଲକ୍ଷରେ ବିକ୍ରି ହେବ। କିନ୍ତୁ ଏହାର ମୂଲ୍ୟ ୨ କୋଟି ଟଙ୍କା ଟପିଛି। ଆମେରିକାର ଜଣେ କଲେକ୍ଟର ଏହାକୁ କିଣିଛନ୍ତି। ଏବେ ଉକ୍ତ ଟଙ୍କାକୁ ଲେଟର ବକ୍ସରେ ଚଷମା ରଖିଥିବା ଲୋକଙ୍କୁ ଦିଆଯିବ। ନିଲାମ ପ୍ରକ୍ରିୟାରେ ଆମେରିକା, ଆମେରିକା, କାନାଡା, କତାର ଓ ରୁଷ ଭଳି ଦେଶର ଲୋକ ଭାଗ ନେଇଥିଲେ। ମହାତ୍ମା ଗାନ୍ଧି ୧୯୨୦ରେ ଦକ୍ଷିଣ ଆଫ୍ରିକା ଯାଇଥିବା ବେଳେ ଯୁବକଙ୍କ ସମ୍ପର୍କୀୟଙ୍କୁ ଏହା ଦେଇଥିଲେ।

Related story