ଭାରତରେ ନିର୍ବାଚନ ସମୟରେ ଏମିତି ବଦଳିଯାଇଛି ବିଶ୍ୱ

ନୂଆଦିଲ୍ଲୀ: ଭାରତରେ ବର୍ତ୍ତମାନ ଚାଲୁରହିଛି ଗଣତନ୍ତ୍ରର ସବୁଠାରୁ ବଡ଼ ଉତ୍ସବ- ସାଧାରଣ ନିର୍ବାଚନ। ଏପ୍ରିଲ ୧୧ରୁ ଆରମ୍ଭ ହୋଇଥିବା ଏହି ନିର୍ବାଚନର ଭୋଟ ଗଣତି ମେ ୨୩ ତାରିଖରେ ହେବ। ଏହାପରେ ଦେଶରେ ନୂଆ ସରକାର, ନୂଆ ମନ୍ତ୍ରିମଣ୍ଡଳ ଏବଂ ହୁଏତ ନୂଆ ପ୍ରଧାନମନ୍ତ୍ରୀ ମଧ୍ୟ ଆସିପାରନ୍ତି। କିନ୍ତୁ ଏହି ଅବଧିରେ ଏଭଳି କିଛି ଘଟଣା ଘଟିଛି ଯାହାକି ରାଜନୀତିକ ଖବରର ପ୍ରବଳ ଭିଡ଼ ମଧ୍ୟରେ ନିଜର ସ୍ୱତନ୍ତ୍ର ସ୍ଥାନ ଜାହିର କରିଛି। ଓଡ଼ିଶାରେ ‘ଫୋନି’ ତାଣ୍ଡବ […]

world

world

Subrat Kumar Nayak
  • Published: Friday, 10 May 2019
  • Updated: 10 May 2019, 07:34 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ବର୍ତ୍ତମାନ ଚାଲୁରହିଛି ଗଣତନ୍ତ୍ରର ସବୁଠାରୁ ବଡ଼ ଉତ୍ସବ- ସାଧାରଣ ନିର୍ବାଚନ। ଏପ୍ରିଲ ୧୧ରୁ ଆରମ୍ଭ ହୋଇଥିବା ଏହି ନିର୍ବାଚନର ଭୋଟ ଗଣତି ମେ ୨୩ ତାରିଖରେ ହେବ। ଏହାପରେ ଦେଶରେ ନୂଆ ସରକାର, ନୂଆ ମନ୍ତ୍ରିମଣ୍ଡଳ ଏବଂ ହୁଏତ ନୂଆ ପ୍ରଧାନମନ୍ତ୍ରୀ ମଧ୍ୟ ଆସିପାରନ୍ତି। କିନ୍ତୁ ଏହି ଅବଧିରେ ଏଭଳି କିଛି ଘଟଣା ଘଟିଛି ଯାହାକି ରାଜନୀତିକ ଖବରର ପ୍ରବଳ ଭିଡ଼ ମଧ୍ୟରେ ନିଜର ସ୍ୱତନ୍ତ୍ର ସ୍ଥାନ ଜାହିର କରିଛି।

ଓଡ଼ିଶାରେ ‘ଫୋନି’ ତାଣ୍ଡବ

ଓଡ଼ିଶାର ପୁରୀ ଉପକୂଳରେ ସ୍ଥଳଭାଗ ଛୁଇଁଥିବା ବାତ୍ୟା ‘ଫୋନି’ ଓଡ଼ିଶାର ଦୁଇ ଗୁରୁତ୍ୱପୂର୍ଣ୍ଣ ସହର ସହିତ ପଶ୍ଚିମବଙ୍ଗ ଏବଂ ବାଂଲାଦେଶର କିଛି ସ୍ଥାନରେ ପ୍ରଭୂତ କ୍ଷତି କରିଥିଲା। ବର୍ତ୍ତମାନ କେବଳ ଓଡ଼ିଶାରେ ମୃତ୍ୟୁସଂଖ୍ୟା ୪୧ରେ ପହଞ୍ଚି ସାରିଛି। ବର୍ତ୍ତମାନ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ବିଦ୍ୟୁତସେବା ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇନଥିବାବେଳେ ପୁରୀରେ ଏଥିପାଇଁ ଆହୁରି ଡେରି ହେବ କୁହାଯାଉଛି। ମେ ୩ ତାରିଖରେ ଜନ୍ମିତ ଜଣେ ଶିଶୁ କନ୍ୟାର ନାମ ଏହି ବାତ୍ୟା ନାମରେ ହିଁ ରଖାଯାଇଛି।

ଆଇଏସ୍‌ ଆକ୍ରମଣରେ ସ୍ତବ୍ଧ ଶ୍ରୀଲଙ୍କା

ଏପ୍ରିଲ ୨୧ ଇଷ୍ଟର ରବିବାରରେ ଆତଙ୍କବାଦୀଙ୍କ ଆତ୍ମଘାତୀ ହମ୍‌ଲାରେ କିଛି ଭାରତୀୟଙ୍କ ସମେତ ୨୫୦ ଜଣ ପ୍ରାଣ ହରାଇଥିଲେ। ଇସଲାମିକ୍‌ ଷ୍ଟେଟ୍‌ ନିଜକୁ ଏଥିପାଇଁ ଦାୟୀ କରିଥିଲା। ୨୦୦୯ ମସିହାରେ ଏଲ୍‌ଟିଟିଇ ସହ ଗୃହଯୁଦ୍ଧ ସରିବା ପରେ ଏହି ଘଟଣା ହିଁ ଶ୍ରୀଲଙ୍କାକୁ ସବୁଠାରୁ ଅଧିକ ଆଘାତ ଦେଇଥିଲା। ଏହି ଆକ୍ରମଣରେ ମୁଖ୍ୟତଃ ଚର୍ଚ୍ଚ ଏବଂ ହୋଟେଲମାନଙ୍କୁ ଟାର୍ଗେଟ୍‌ କରାଯାଇଥିଲା। ଏହା ବିଷୟରେ ଭାରତର ଗୁଇନ୍ଦା ବିଭାଗ ପୂର୍ବରୁ ସୂଚନା ଦେଇଥିଲେ ମଧ୍ୟ ପାକିସ୍ତାନ ଓ ମୁସଲିମ୍‌ ସମ୍ପ୍ରଦାୟଙ୍କ ବିରୋଧରେ ଭାରତ ଶ୍ରୀଲଙ୍କାକୁ ଉସକାଉଛି ବୋଲି ଭାବି ଶ୍ରୀଲଙ୍କା ପ୍ରଶାସନ ଚୁପ୍‌ ବସିଥିଲା।

ଆସିଲା ବ୍ଲାକ୍‌ହୋଲ୍‌ ଫଟୋ

ସୃଷ୍ଟିରେ ସବୁଠାରୁ ବଡ଼ ରହସ୍ୟ କୁହାଯାଉଥିବା ବ୍ଲାକ୍‌ ହୋଲ୍‌ ବା କୃଷ୍ଣ ଗର୍ତ୍ତର ପ୍ରଥମ ଫଟୋ ବା ସ୍ଥିରଚିତ୍ର ଉଠାଇବାରେ ବୈଜ୍ଞାନିକମାନେ ସଫଳ ହୋଇଛନ୍ତି। ଆମ ଗ୍ରହ ପୃଥିବୀଠାରୁ ୩୪ ମିଲିୟନ୍‌ ଆଲୋକବର୍ଷ ଦୂର ସର୍ବବୃହତ ଗାଲାକ୍ସି ମେସିଅର୍‌ ୮୭ର କେନ୍ଦ୍ରସ୍ଥଳରେ ବ୍ଲାକ୍‌ହୋଲ୍‌ଟି ଥିବା ଜଣାପଡ଼ିଛି। ୧୦ଟି ରେଡିଓ ଟେଲିସ୍କୋପ୍‌ର ସମାହାରରେ ଗଠିତ ଇଭେଣ୍ଟ ହରାଇଜନ ଟେଲିସ୍କୋପ୍‌ ନେଟ୍‌ୱର୍କ ଏହି ଫଟୋ ଉଠାଇପାରିଛି। ଫଟୋରୁ ସ୍ପଷ୍ଟ ଜଣାପଡ଼ୁଛି, ଏକ ବ୍ଲାକ୍‌ ହୋଲ୍‌ ଚାରିପଟେ ଆଲୁଅ ଏବଂ ଅନ୍ଧାରର ବଳୟ ଘେରି ରହିଛି। ଏହି ପରିସୀମାକୁ ‘ଇଭେଣ୍ଟ ହରାଇଜନ୍‌’ ମଧ୍ୟ କୁହାଯାଏ। ଏଠାରେ ମାଧ୍ୟାକର୍ଷଣ ଶକ୍ତି ଏତେ ତୀବ୍ର ଯେ, ତା ମଧ୍ୟକୁ ଯେ କୌଣସି ପଦାର୍ଥ ଏପରିକି ଆଲୋକ ଓ ଶବ୍ଦ ମଧ୍ୟକୁ ଥରେ ଗଲେ ଆଉ ଫେରେ ନାହିଁ।

ମାସୁଦ୍‌କୁ ମିଳିଲା ‘ବିଶ୍ୱସ୍ତରୀୟ’ ଆତଙ୍କୀ ଆଖ୍ୟା

ମେ’ ଦିବସ ବା ମେ ୧ ତାରିଖ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମାସୁଦ୍‌ ଆଝାର ପାଇଁ କାଳ ଦିବସ ପାଲଟିଥିଲା। ଜାତିସଂଘ ସୁରକ୍ଷା ପରିଷଦ ବୁଧବାର ଜୈଶ୍‌-ଏ-ମହମ୍ମଦ ମୁଖ୍ୟ ମାସୁଦ୍‌ ଆଝାରକୁ ‘ବିଶ୍ୱସ୍ତରୀୟ ଆତଙ୍କୀ’ ଘୋଷଣା କରିଥିଲେ। ଭାରତର ଆମ୍ବାସାଡର ତଥା ଜାତିସଂଘରେ ସ୍ଥାୟୀ ପ୍ରତିନିଧି ସୟଦ୍ ଆକବରୁଦ୍ଦିନ୍‌ ଏ ବାବଦରେ ଟ୍ୱିଟରରେ ସୂଚନା ଦେଇ କହିଥିଲେ, ଛୋଟ ବଡ଼ ସମସ୍ତେ ଏକାଠି। ମାସୁଦ୍‌ ଆଝାର ଏବେ ଜାତିସଂଘ କଟକଣା ତାଲିକାଭୁକ୍ତ ହେଲା। ପୂର୍ବରୁ ଏହି ପ୍ରସ୍ତାବକୁ ଚାଇନା ଟେକ୍ନିକାଲ କାରଣ ଦର୍ଶାଇ ଭିଟୋ ଲଗାଇଥିଲା ଏବଂ ଏହାକୁ ବିଚାର କରିବାକୁ ଅତିରିକ୍ତ ସମୟ ମାଗିଥିଲା। କିନ୍ତୁ ହଠାତ ଚାଇନାର ମତିଗତି ବଦଳିବା ଦେଖାଯାଇଥିଲା।

କମେଡିଆନ୍‌ରୁ ୟୁକ୍ରେନ୍‌ ରାଷ୍ଟ୍ରପତି

ଗତ ମାସରେ ୟୁକ୍ରେନ୍‌ର ରାଷ୍ଟ୍ରପତି ନିର୍ବାଚିତ ଭୋଲୋଡିମିର ଜେଲେନ୍‌ସ୍କି ଏହା ପୂର୍ବରୁ କୌଣସି ରାଜନୀତି ଅଭିଜ୍ଞତା ରଖିନଥିଲେ। ସେ କମେଡି ପାଇଁ ଏଭଳି ଭୂମିକାରେ କିନ୍ତୁ ନଜର ଆସିଥିଲେ। 'ସର୍ଭାଣ୍ଟ ଅଫ୍‌ ଦି ପିପୁଲ' ନାମକ ଏକ କାର୍ଯ୍ୟକ୍ରମରେ ସେ ରାଷ୍ଟ୍ରପତି ଭାସିଲ୍‌ ପେଟ୍ରୋଭିଚ୍‌ ହୋଲୋବୋରୋଡୋକୋ ନାମକ ଭୂମିକାରେ ଆସିଥିଲେ, ଯାହା ପରେ ସତରେ ପରିଣତ ହୋଇଥିଲା। କିନ୍ତୁ ବର୍ତ୍ତମାନ ତାଙ୍କ ସାମ୍ନାରେ ଆହ୍ୱାନ ଜନତାଙ୍କୁ ଖାଲି ହସାଇଲେ ଚଳିବନି, ଖୁସି ମଧ୍ୟ ରଖିବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story