ମହାସଚିବ ପଦବୀରୁ ହଟିଲେ ଗୁଲାମ ନବୀ ଆଜାଦ୍

ନୂଆଦିଲ୍ଲୀ: ଶୁକ୍ରବାର କଂଗ୍ରେସରେ ବଡ଼ ଧରଣର ସାଂଗଠିନକ ପରିବର୍ତ୍ତନ ହୋଇଛି। ଯେଉଁଥିରେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ ମହାସଚିବ ପଦବୀରୁ ହଟାଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ସେ ହରିଆଣା ରାଜ୍ୟ ଦାୟିତ୍ୱରେ ଥିଲେ। ଏହି ସାଂଗଠନିକ ପରିବର୍ତ୍ତନରେ ସବୁଠାରୁ ଲାଭବାନ ହୋଇଛନ୍ତି ରାହୁଲ ଗାନ୍ଧୀଙ୍କ ବିଶ୍ୱସ୍ତ ରଣଦୀପ ସିଂ ସୁରଜେଓ୍ୱାଲା। କଂଗ୍ରେସ ଅଧ୍ୟକ୍ଷଙ୍କୁ ଯେଉଁ ଛଅ ଜଣିଆ ଉଚ୍ଚ ସ୍ତରୀୟ କମିଟି ପରାମର୍ଶ ଦେବ ସେଥିରେ ସୁରଜେଓ୍ୱାଲା ସ୍ଥାନ ପାଇଛନ୍ତି। ଏଥି ସହିତ […]

GULAM NABI AZAD

Subhransu Sekhar
  • Published: Friday, 11 September 2020
  • , Updated: 11 September 2020, 09:44 PM IST

ନୂଆଦିଲ୍ଲୀ: ଶୁକ୍ରବାର କଂଗ୍ରେସରେ ବଡ଼ ଧରଣର ସାଂଗଠିନକ ପରିବର୍ତ୍ତନ ହୋଇଛି। ଯେଉଁଥିରେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ ମହାସଚିବ ପଦବୀରୁ ହଟାଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ସେ ହରିଆଣା ରାଜ୍ୟ ଦାୟିତ୍ୱରେ ଥିଲେ। ଏହି ସାଂଗଠନିକ ପରିବର୍ତ୍ତନରେ ସବୁଠାରୁ ଲାଭବାନ ହୋଇଛନ୍ତି ରାହୁଲ ଗାନ୍ଧୀଙ୍କ ବିଶ୍ୱସ୍ତ ରଣଦୀପ ସିଂ ସୁରଜେଓ୍ୱାଲା। କଂଗ୍ରେସ ଅଧ୍ୟକ୍ଷଙ୍କୁ ଯେଉଁ ଛଅ ଜଣିଆ ଉଚ୍ଚ ସ୍ତରୀୟ କମିଟି ପରାମର୍ଶ ଦେବ ସେଥିରେ ସୁରଜେଓ୍ୱାଲା ସ୍ଥାନ ପାଇଛନ୍ତି।

ଏଥି ସହିତ ସୁରଜେୱାଲାଙ୍କୁ କଂଗ୍ରେସର ମହାସଚିବ ମଧ୍ୟ କରାଯାଇଛି। ତାଙ୍କୁ କର୍ଣ୍ଣାଟକର ଦାୟିତ୍ୱ ଦିଆଯାଇଛି। ମଧୁସୂଦନ ମିସ୍ତ୍ରୀଙ୍କୁ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟିର ସଭାପତି କରାଯାଇଛି। ୟୁପି ଦାୟିତ୍ୱରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏହା ବ୍ୟତୀତ କେସି ଭେନୁଗୋପାଲଙ୍କୁ ସଂଗଠନର ଦାୟିତ୍ୱ ଦିଆଯାଇଛି।

ସେହିପରି କଂଗ୍ରେସର ସାଧାରଣ ସଚିବଙ୍କ ମଧ୍ୟରେ ମୁକୁଲ ୱାସନିକଙ୍କୁ ମଧ୍ୟପ୍ରଦେଶ, ହରିଶ ରାୱତଙ୍କୁ ପଞ୍ଜାବ, ଓମାନ ଚାଣ୍ଡିଙ୍କୁ ଆନ୍ଧ୍ରପ୍ରଦେଶ, କେରଳ ଏବଂ ଲାକ୍ଷାଦ୍ୱୀପ ଦାୟିତ୍ୱ ତାରକ ଅନୱାରଙ୍କୁ, ଜିତେନ୍ଦ୍ର ସିଂଙ୍କୁ ଆସାମ ଏବଂ ଅଜୟ ମାକେନଙ୍କୁ ରାଜସ୍ଥାନ ଦେଇଛି କଂଗ୍ରେସ।

ସୂଚନାଯୋଗ୍ୟ, କଂଗ୍ରେସକୁ ଆଗକୁ ବଢ଼ିବାକୁ ହେଲେ ଆମୁଳଚୂଳ ପରିବର୍ତ୍ତନ କରିବା ଆବଶ୍ୟକ ବୋଲି ତେଇଶ କଂଗ୍ରେସ ନେତା ସୋନିଆଙ୍କୁ ଚିଠି ଲେଖିଥିଲେ। ଯେଉଁଥିରେ ଗୁଲାମ ନବୀ ଆଜାଦ୍ ସାମିଲ୍ ଥିଲେ। ତେବେ ଏହି ପ୍ରସ୍ତାବ ଖାରଜ ହେବା ପରେ ଗୁଲାମ ନବୀ ଆଜାଦ ଦଳରେ ଏବେ କୋଣଠେସା ହୋଇଛନ୍ତି। ସେ ଏବେ ରାଜ୍ୟସଭାରେ କଂଗ୍ରେସର ନେତା ଅଛନ୍ତି। ହେଲେ ତାଙ୍କର କ୍ଷମତାକୁ ସଙ୍କୁଚିତ କରିବା ପାଇଁ କଂଗ୍ରେସ ଏକ କମିଟି ଗଠନ କରିଛି। ଯେଉଁ କମିଟିର ପରାମର୍ଶ କ୍ରମେ ଗୁଲାମ ନବୀ ଆଜାଦ୍ ରାଜ୍ୟସଭାରେ ନେତୃତ୍ୱ ନେବେ।

ଦଳରେ କୋଣଠେସା ନେଇ ଗୁଲାମ ନବୀ ଆଜାଦ୍ ମଧ୍ୟ ଅସନ୍ତୋଷ ପ୍ରକାଶ କରି ସାରିଛନ୍ତି। ସେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ। ଯିଏକି ସରପଞ୍ଚରୁ ନିର୍ବାଚିତ ହୋଇ ୟୁପିଏ ସରକାରରେ ମନ୍ତ୍ରୀ ମଧ୍ୟ ରହିଛନ୍ତି। ଅନ୍ୟପଟେ ଦଳର ନେତୃତ୍ୱ ପାଇଁ ଗାନ୍ଧୀ ପରିବାରକୁ ସମର୍ଥନ କରୁଥିବା ନେତାଙ୍କୁ ବଡ଼ ବଡ଼ ଦାୟିତ୍ୱ ଦିଆଯାଉଥିବା ଦେଖିବାକୁ ମିଳିଛି।

Related story