ଯଥାଶୀଘ୍ର ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ନୀତି ଆୟୋଗ ବୈଠକରେ ମୋଦିଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଶନିବାର ମୋଦି ସରକାର ୨.୦ର ପ୍ରଥମ ନୀତି ଆୟୋଗ ଗଭର୍ଣ୍ଣିଂ କାଉନ୍‌ସିଲ୍ ବୈଠକରେ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରିବା ପାଇଁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରସଙ୍ଗକୁ ସମସ୍ତେ ଅଗ୍ରାଧିକାର ଦେବା ଆବଶ୍ୟକ। ୨୦୨୫ ମସିହା ସୁଦ୍ଧା ଯକ୍ଷ୍ମା ରୋଗକୁ ମୂଳପୋଛ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ବୋଲି ସେ ଏହି ଅବସରରେ କହିଥିଲେ। ସେ ଏହି ଅବସରରେ ଆହୁରି ମଧ୍ୟ କହିଛନ୍ତି ୨୦୨୪ ମସିହା ସୁଦ୍ଧା […]

modi

modi

Subrat Kumar Nayak
  • Published: Saturday, 15 June 2019
  • Updated: 15 June 2019, 09:06 PM IST

Sports

Latest News

ନୂଆଦିଲ୍ଲୀ: ଶନିବାର ମୋଦି ସରକାର ୨.୦ର ପ୍ରଥମ ନୀତି ଆୟୋଗ ଗଭର୍ଣ୍ଣିଂ କାଉନ୍‌ସିଲ୍ ବୈଠକରେ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରିବା ପାଇଁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରସଙ୍ଗକୁ ସମସ୍ତେ ଅଗ୍ରାଧିକାର ଦେବା ଆବଶ୍ୟକ। ୨୦୨୫ ମସିହା ସୁଦ୍ଧା ଯକ୍ଷ୍ମା ରୋଗକୁ ମୂଳପୋଛ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ବୋଲି ସେ ଏହି ଅବସରରେ କହିଥିଲେ। ସେ ଏହି ଅବସରରେ ଆହୁରି ମଧ୍ୟ କହିଛନ୍ତି ୨୦୨୪ ମସିହା ସୁଦ୍ଧା ଭାରତ ୫ ଟ୍ରିଲିଅନ୍‌ ଅର୍ଥନୀତି ହାସଲ କରିବା କଷ୍ଟକର ସତ, କିନ୍ତୁ ଅସମ୍ଭବ ନୁହେଁ।

ପ୍ରଧାନ ମନ୍ତ୍ରୀ ଏହି ଅବସରରେ କହିଛନ୍ତି, ନୀତି ଆୟୋଗ ସବ୍‌କା ସାଥ୍, ସବ୍‌କା ବିକାଶ, ସବ୍‌କା ବିଶ୍ୱାସର ମନ୍ତ୍ରକୁ ସାକାର କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସେ ଆହୁରି ମଧ୍ୟ କହିଥିଲେ, ଆମ ସମସ୍ତଙ୍କୁ ଏକାଠି ହୋଇ ଗରିବୀ, ବେକାରୀ, ମରୁଡ଼ି, ବନ୍ୟା, ଦୁର୍ନୀତି ଏବଂ ହିଂସା ବିରୋଧରେ ଲଢ଼ିବାକୁ ହେବ। ୨୦୨୨ ସୁଦ୍ଧା ନୂଆ ଭାରତର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ଏବଂ ଏହା ସାମଗ୍ରୀକା ଭାବରେ ସମସ୍ତଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି।

ସେ କହିଛନ୍ତି, ସ୍ୱଚ୍ଛ ଭାରତ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରମାଣ କରିଦେଇଛି କେନ୍ଦ୍ର ଏବଂ ରାଜ୍ୟ ଏକାଠି କାମ କରିବା କେତେ ଫଳପ୍ରଦ ହୋଇପାରିଛି। ପ୍ରତ୍ୟେକ ନାଗରିକର ସଶକ୍ତିକରଣ ଏବଂ ଉନ୍ନତ ମାନର ଜୀବନ ନିଶ୍ଚିତ କରିବା ଦିଗରେ ସମସ୍ତେ କାମ କରିବାର ଆବଶ୍ୟକତା ରହିଛି।

ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଇଁ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ଆସନ୍ତା ଅକ୍ଟୋବର ୨ ମଧ୍ୟରେ ପୂରଣ କରାଯିବା ପାଇଁ ସେ ନିର୍ଦ୍ଦେଶ ଦେବା ସହ ୨୦୨୨ରେ ଦେଶ ସ୍ୱାଧୀନତାକୁ ୭୫ ବର୍ଷ ପୂରଣ ହେଉଥିବାରୁ ସେଥିପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ସେ କହିଛନ୍ତି। ସେ କହିଛନ୍ତି, ନୂତନ ଭାବରେ ଗଠିତ ଜଳଶକ୍ତି ମନ୍ତ୍ରଣାଳୟ ଜଳ ସହିତ ଜଡ଼ିତ ବିଭିନ୍ନ ଯୋଜନା ଆରମ୍ଭ କରୁଛନ୍ତି। ରାଜ୍ୟଗୁଡ଼ିକ ମଧ୍ୟ ଜଳ ସଂରକ୍ଷଣ ଏବଂ ପରିଚାଳନା କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପ ହାତକୁ ନେବା ଆରମ୍ଭ କରନ୍ତୁ। ଏଥିସହ ପିଏମ୍ କିଷାନ୍, କିଷାନ୍ ସମ୍ମାନ ନୀଧି ଏବଂ ଅନ୍ୟ କୃଷି କୈନ୍ଦ୍ରୀକ ଯୋଜନାର ସୁଫଳ କିଭଳି ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚିବ ତା ଉପରେ ସରକାର ଗୁରୁତ୍ୱ ଦେଉଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story