ଟଙ୍କା ଫେରାଇବାକୁ ରାଜି, ହେଲେ ଭାରତ ଯିବିନି: ମାଲ୍ୟା

ଲଣ୍ଡନ: ବିଭିନ୍ନ ବ୍ୟାଙ୍କରୁ ୯ହଜାର କୋଟିରୁ ଅଧିକ ଟଙ୍କା ରଣ ନେଇ ବ୍ରିଟେନ ପଳାଇଥିବା ପଳାତକ ବିଜୟ ମାଲ୍ୟା ବ୍ୟାଙ୍କକୁ ଶତ ପ୍ରତିଶତ ଟଙ୍କା ଫେରେଇ ଦେବାକୁ ରାଜି ହୋଇଛନ୍ତି। ହେଲେ ଭାରତ ଆସିବେନି। ରୟାଲ କୋର୍ଟ ଅଫ୍ ଜଷ୍ଟିସରେ ଏହା କହିଛନ୍ତି ବିଜୟ ମାଲ୍ୟା। ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ସହ ଯେଉଁଭଳି ଭାବରେ ଏହି ମାମଲାରେ ଆଚରଣ ଦେଖାଉଛନ୍ତି ତାହା ଠିକ୍ ନୁହେଁ। ତିନି ଦିନ ଧରି ଚାଲିଥିବା ଶୁଣାଣିର ଅନ୍ତିମ ଦିନରେ […]

vijaymallya

Subhransu Sekhar
  • Published: Friday, 14 February 2020
  • , Updated: 14 February 2020, 02:21 PM IST

ଲଣ୍ଡନ: ବିଭିନ୍ନ ବ୍ୟାଙ୍କରୁ ୯ହଜାର କୋଟିରୁ ଅଧିକ ଟଙ୍କା ରଣ ନେଇ ବ୍ରିଟେନ ପଳାଇଥିବା ପଳାତକ ବିଜୟ ମାଲ୍ୟା ବ୍ୟାଙ୍କକୁ ଶତ ପ୍ରତିଶତ ଟଙ୍କା ଫେରେଇ ଦେବାକୁ ରାଜି ହୋଇଛନ୍ତି। ହେଲେ ଭାରତ ଆସିବେନି। ରୟାଲ କୋର୍ଟ ଅଫ୍ ଜଷ୍ଟିସରେ ଏହା କହିଛନ୍ତି ବିଜୟ ମାଲ୍ୟା। ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ସହ ଯେଉଁଭଳି ଭାବରେ ଏହି ମାମଲାରେ ଆଚରଣ ଦେଖାଉଛନ୍ତି ତାହା ଠିକ୍ ନୁହେଁ। ତିନି ଦିନ ଧରି ଚାଲିଥିବା ଶୁଣାଣିର ଅନ୍ତିମ ଦିନରେ ମାଲ୍ୟା ଏଭଳି କହିଛନ୍ତି।

ମାଲ୍ୟା ଆହୁରି କହିଥିଲେ ଯେ, ମୁଁ ପଇସା ଦେଉନାହିଁ ବୋଲି ଇଡି ଏବଂ ବ୍ୟାଙ୍କ ଅଭିଯୋଗ କରିଛନ୍ତି। ପିଏମଏଲଏ ଧାରାରେ ସେ କିଛି ଅପରାଧ କରିନାହାନ୍ତି ହେଲେ ତାଙ୍କ ସମ୍ପତ୍ତି ଆଟାଚ୍ କରିଛି। ମାଲ୍ୟାଙ୍କ ମାମଲାର ଶୁଣାଣି ଦୁଇ ଜଣିଆ ଖଣ୍ଡପୀଠ ଜଷ୍ଟିସ ଷ୍ଟିଫନ ଇରାଓ୍ୱିନ ଏବଂ ଜଷ୍ଟିସ ଏଲିଜାବେଥ ଓ୍ୱିଙ୍ଗ କରୁଛନ୍ତି। ମାଲ୍ୟାଙ୍କ ଶୁଣାଣି ବେଳେ ଇଡି, ସିବିଆଇ ଓ ଭାରତୀୟ କମିଶନର ଉପସ୍ଥିତ ଥିଲେ।

Related story