ଫୋନି: ପ୍ରଧାନମନ୍ତ୍ରୀଙ୍କ ଫୋନ୍‌କଲ୍‌କୁ ଖାତିର କଲେନି ମମତା

ନୂଆଦିଲ୍ଲୀ: ‘ଫୋନି’ ବାବଦରେ ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍‌ ଯୋଗେ ଯୋଗାଯୋଗ କରିବାର ପ୍ରୟାସ କରିଥିଲେ ହେଁ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ଖାତିର କରିନଥିବା ସୂଚନାମିଳିଛି। କିଛି ସମୟ ପରେ କଲ୍‌ କରାଯିବ କୁହାଯାଇଥିଲେ ମଧ୍ୟ ଆଉ କଲ୍‌ ଫେରିନଥିଲା। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ଏହାପରେ ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କ ସହ ଆଲୋଚନା କରିଥଲେ। ଏହାପରେ ଟିଏମ୍‌ସି ପକ୍ଷରୁ ଗୁଜବ କରାଯାଇଥିଲା […]

mamta

mamta

Subrat Kumar Nayak
  • Published: Sunday, 05 May 2019
  • Updated: 05 May 2019, 03:32 PM IST

Sports

Latest News

ନୂଆଦିଲ୍ଲୀ: ‘ଫୋନି’ ବାବଦରେ ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍‌ ଯୋଗେ ଯୋଗାଯୋଗ କରିବାର ପ୍ରୟାସ କରିଥିଲେ ହେଁ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ଖାତିର କରିନଥିବା ସୂଚନାମିଳିଛି। କିଛି ସମୟ ପରେ କଲ୍‌ କରାଯିବ କୁହାଯାଇଥିଲେ ମଧ୍ୟ ଆଉ କଲ୍‌ ଫେରିନଥିଲା। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ଏହାପରେ ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କ ସହ ଆଲୋଚନା କରିଥଲେ। ଏହାପରେ ଟିଏମ୍‌ସି ପକ୍ଷରୁ ଗୁଜବ କରାଯାଇଥିଲା ଯେ ମୋଦି ମମତାଙ୍କୁ ଫୋନ୍‌ କରିନାହାନ୍ତି।

ସୂଚନାଯୋଗ୍ୟ ଯେ, ବାତ୍ୟା ‘ଫୋନି’ ଓଡ଼ିଶାର ପୁରୀଠାରେ ଲ୍ୟାଣ୍ଡଫଲ୍‌ କରିବାପରେ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ପଶ୍ଚିମବଙ୍ଗ ଉପରେ ମଧ୍ୟ ପ୍ରଭାବ ପକାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବାରମ୍ବାର ଆଲୋଚନା କରିବା ସହ ଆସନ୍ତାକାଲି ବାତ୍ୟାର ସମୀକ୍ଷା କରିବା ପାଇଁ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ମମତାଙ୍କ ସହ ଯୋଗାଯୋଗ ପାଇଁ ଦୁଇ ଦୁଇଥର ପ୍ରୟାସ କରାଯାଇଥିଲା। ଉଭୟ ଥର କୁହାଯାଇଥିଲା ପରେ ଫୋନ୍‌ କରାଯିବ। ଆଉ ଥରେ କୁହାଯାଇଥିଲା ମୁଖ୍ୟମନ୍ତ୍ରୀ ମମତା କେଉଁ ଏକ ଗସ୍ତରେ ଅଛନ୍ତି।

ଏହି ବିବୃତି ସେତେବେଳେ ଆସିଛି ଯେତେବେଳେ ତୃଣମୂଳ କଂଗ୍ରେସ ପକ୍ଷରୁ କୁହାଯାଇଥିଲା ପ୍ରଧାନମନ୍ତ୍ରୀ ମମତାଙ୍କ ସହ ‘ଫୋନି’ ବାବଦରେ ଆଲୋଚନା କରିନାହାନ୍ତି। ପ୍ରଧାନମନ୍ତ୍ରୀ ରାଜ୍ୟପାଳଙ୍କ ସହ ହୋଇଥିବା ଆଲୋଚନା ବାବଦରେ ଟ୍ୱିଟ୍‌ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos