ଦିଲ୍ଲୀ ହିଂସାକୁ ଯୋଜନାବଦ୍ଧ ନରସଂହାର କହିଲେ ମମତା

କୋଲକାତା: ଦିଲ୍ଲୀ ହିଂସା ଘଟଣାକୁ ନେଇ ବିଜେପିକୁ ଜୋରଦାର ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଦିଲ୍ଲୀରେ ଗତ ସପ୍ତାହରେ ସୃଷ୍ଟି ହୋଇଥିବା ସାଂପ୍ରଦାୟିକ ହିଂସାକାଣ୍ଡକୁ ମମତା ଯୋଜନାବଦ୍ଧ ନରସଂହାର ବୋଲି ମଧ୍ୟ କହିଛନ୍ତି। ଗତକାଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗରେ ଶୋଭାଯାତ୍ରା କରିବା ସହ ମମତା ବାନାର୍ଜୀଙ୍କ ଟିଏମସି ରାଜ୍ୟରେ ଦଙ୍ଗା ସୃଷ୍ଟି କରିବାକୁ ଉସକାଉଛି ବୋଲି କହିଥିଲେ। ଏଥିସହ ବିଜେପି ଆଗାମୀ ବିଧାନସଭାରେ ବାଜିମାତ କରିବ ବୋଲି ଶାହ ଦମ୍ଭୋକ୍ତି କରିଥିଲେ। […]

qw

Hemant Lenka
  • Published: Monday, 02 March 2020
  • , Updated: 02 March 2020, 02:55 PM IST

କୋଲକାତା: ଦିଲ୍ଲୀ ହିଂସା ଘଟଣାକୁ ନେଇ ବିଜେପିକୁ ଜୋରଦାର ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଦିଲ୍ଲୀରେ ଗତ ସପ୍ତାହରେ ସୃଷ୍ଟି ହୋଇଥିବା ସାଂପ୍ରଦାୟିକ ହିଂସାକାଣ୍ଡକୁ ମମତା ଯୋଜନାବଦ୍ଧ ନରସଂହାର ବୋଲି ମଧ୍ୟ କହିଛନ୍ତି। ଗତକାଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗରେ ଶୋଭାଯାତ୍ରା କରିବା ସହ ମମତା ବାନାର୍ଜୀଙ୍କ ଟିଏମସି ରାଜ୍ୟରେ ଦଙ୍ଗା ସୃଷ୍ଟି କରିବାକୁ ଉସକାଉଛି ବୋଲି କହିଥିଲେ।

ଏଥିସହ ବିଜେପି ଆଗାମୀ ବିଧାନସଭାରେ ବାଜିମାତ କରିବ ବୋଲି ଶାହ ଦମ୍ଭୋକ୍ତି କରିଥିଲେ। ଆଜି ମମତା ଏହାର ଜବାବ ଦେଇଛନ୍ତି। ସେ କହିଛନ୍ତି, “ଦିଲ୍ଲୀ ହିଂସା ଏକ ଯୋଜନାବଦ୍ଧ ନରସଂହାର ଥିଲା। ତଥାପି ବିଜେପି ଏଯାଏ କ୍ଷମା ମାଗିନାହିଁ। ଏବେ ଲଜ୍ଜାହୀନଙ୍କ ଭଳି ସେମାନେ ଏଠାକୁ ଆସୁଛନ୍ତି ଏବଂ ବେଙ୍ଗଲ ଦଖଲ କରିବେ ବୋଲି କହୁଛନ୍ତି।

ଆଜି ଆମ ସମସ୍ତଙ୍କୁ ପ୍ରତିଜ୍ଞା ନେବାକୁ ହେବ। ଯେଉଁ ପର୍ଯ୍ୟନ୍ତ ଅତ୍ୟାଚାର କରୁଥିବା ସରକାରକୁ ମୂଳରୁ ଉପାଡ଼ି ନ ଫୋପାଡ଼ି ଦେଇଛେ, ସେଯାଏ ଆମ ସଂଗ୍ରାମ ବନ୍ଦ ହେବନାହିଁ।

ଗତକାଲି ବିଜେପି ଶୋଭାଯାତ୍ରାକୁ ଆସିଥିବା କିଛି ଲୋକ ଗୋଲି ମାରୋ ନାରା ଦେଇଥିବା ଖବର ପାଇଛି। ଏହା ସଂପୂର୍ଣ୍ଣ ଭାବେ ବେଆଇନ। ମୁଁ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ଯେଉଁମାନେ ଏଭଳି ଭାଷା ପ୍ରୟୋଗ କରୁଛନ୍ତି, ସେମାନଙ୍କୁ ଆଇନ ଅନୁସାରେ ଦଣ୍ଡିତ କରାଯିବ।

ଦିଲ୍ଲୀରେ ବିଜେପି ନେତା ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଥିଲେ। ହେଲେ ଏଯାଏ ସେମାନଙ୍କୁ ଗିରଫ କରାଯାଇନାହିଁ। କିନ୍ତୁ ପଶ୍ଚିମବଙ୍ଗରେ ଗୋଲି ମାରୋ ନାରା ପାଇଁ ୩ ଜଣଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ପୁଲିସ୍‌ କ’ଣ ପାଇଁ ବିଜେପି ନେତାମାନଙ୍କୁ ଗିରଫ କରୁନାହିଁ।”

Related story