ଛାତ୍ର ଛାତ୍ରୀଙ୍କୁ ୧୦ ହଜାର ଟଙ୍କା ଦେବେ ମମତା ସରକାର

କୋଲକାତା: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ଏବେ ସରକାରୀ ବିଦ୍ୟାଳୟ ଓ ମଦ୍ରାସା ଛାତ୍ରଛାତ୍ରୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେବେ। ଯୁକ୍ତ ୨ର ଛାତ୍ରଛାତ୍ରୀଙ୍କୁ ଟାବଲେଟ୍ ଦେବା ପରିବର୍ତ୍ତେ ସେମାନଙ୍କ ଆକାଉଣ୍ଟରେ ୧୦ ହଜାର ଟଙ୍କା ଦେବେ ଦିଦି। ଏହାଦ୍ୱାରା ୯ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଜଣାପଡ଼ିଛି। ଚାଇନାରୁ ଅନେକ ସାମଗ୍ରା ଆସିବା ବନ୍ଦ ହୋଇଯାଇଛି। ତେଣୁ ଆବଶ୍ୟକ ଅନୁଯାୟୀ ସଂଖ୍ୟକ ଟାବଲେଟ୍ ଯୋଗାଇବାରେ କମ୍ପାନୀ ମାନେ ଅସମର୍ଥ ପ୍ରକାଶ କରିଛନ୍ତି। ତେଣୁ […]

mamata-student

mamata-student

Subhransu Sekhar
  • Published: Wednesday, 23 December 2020
  • Updated: 23 December 2020, 09:39 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ଏବେ ସରକାରୀ ବିଦ୍ୟାଳୟ ଓ ମଦ୍ରାସା ଛାତ୍ରଛାତ୍ରୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେବେ। ଯୁକ୍ତ ୨ର ଛାତ୍ରଛାତ୍ରୀଙ୍କୁ ଟାବଲେଟ୍ ଦେବା ପରିବର୍ତ୍ତେ ସେମାନଙ୍କ ଆକାଉଣ୍ଟରେ ୧୦ ହଜାର ଟଙ୍କା ଦେବେ ଦିଦି। ଏହାଦ୍ୱାରା ୯ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଜଣାପଡ଼ିଛି।

ଚାଇନାରୁ ଅନେକ ସାମଗ୍ରା ଆସିବା ବନ୍ଦ ହୋଇଯାଇଛି। ତେଣୁ ଆବଶ୍ୟକ ଅନୁଯାୟୀ ସଂଖ୍ୟକ ଟାବଲେଟ୍ ଯୋଗାଇବାରେ କମ୍ପାନୀ ମାନେ ଅସମର୍ଥ ପ୍ରକାଶ କରିଛନ୍ତି। ତେଣୁ ଟାବଲେଟ ପ୍ରତିବଦଳରେ ଟଙ୍କା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କରୋନା ଭାଇରସ୍ ପାଇଁ ଅନଲାଇନ୍ କ୍ଲାସ୍ ବେଉଛି। ସେଥିପାଇଁ ସରକାର ନିଷ୍ପତ୍ତି ନେଇଥିଲେ ଛାତ୍ରଛାତ୍ରୀଙ୍କୁ ଟାବଲେଟ୍ ଯୋଗାଇ ଦିଆଯିବ। ପରେ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି ସରକାର।

ଶିକ୍ଷା ବିଭାଗ କହିଛି ଯେ ସ୍ମାର୍ଟ ଫୋନର ଚାହିଦା ଅଧିକ ଥିବାରୁ ଅଧିକାଂଶ କମ୍ପାନୀ ଟାବଲେଟ୍ ତିଆରି କରିବା କମାଇ ଦେଇଛନ୍ତି। ତେଣୁ ଛାତ୍ରଛାତ୍ରୀଙ୍କ ଇଚ୍ଛା ଅନୁଯାୟୀ ସ୍ମାର୍ଟ ଫୋନ୍ କିମ୍ବା ଟାବଲେଟ୍ କିଣିବାକୁ ସରକାର ଅନୁମତି ଦେଇଛନ୍ତି। ଛାତ୍ରମାନଙ୍କ ଆକାଉଣ୍ଟରେ ଟଙ୍କା ରଖିବା ସହିତ, ଏହିପରି କିଛି ନିୟମ ସ୍ଥିର କରାଯିବ, ଯାହା ଦ୍ୱାରା ସୁନିଶ୍ଚିତ ହୋଇପାରିବ ଯେ ସ୍ମାର୍ଟ ଫୋନ୍ କିମ୍ବା ଟାବଲେଟ୍ କିଣିବା ପାଇଁ ସରକାରଙ୍କ ଟଙ୍କା ଖର୍ଚ୍ଚ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos