'ମମତା ବାନାର୍ଜୀ ଜଣେ ଭୁତୁଣୀ'

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ଜଣେ ‘ଭୁତୁଣୀ’। ସେଥିପାଇଁ ସେ ଭଗବାନ ରାମଙ୍କୁ ଡ଼ରୁଛନ୍ତି। ଗତକାଲି ପଶ୍ଚିମବଙ୍ଗର ବାଂକୁଡାରେ ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ବିଜେପି ରାଲି କରିଥିଲା। ଏହି ଅବସରରେ ପଶ୍ଚିମବଙ୍ଗ ବିଜେପିର ଉପସଭାପତି ରାଜକୁମାରୀ କେସରୀ ମମତାଙ୍କୁ ଏଭଳି ଛିଗୁଲେଇଛନ୍ତି। ସିଏଏକୁ ବିରୋଧ କରି ପଶ୍ଚିମବଙ୍ଗରେ ଟିଏମସି ବିଭିନ୍ନ ସ୍ଥାନରେ ରାଲି କରୁଛି। ଏହାକୁ ଜବାବ ଦେବାକୁ ଯାଇ ବିଜେପି ମଧ୍ୟ ରାଲି କରୁଛି। କେସରୀ ଆହୁରି କହିଛନ୍ତି, […]

mamata banarjee

Subhransu Sekhar
  • Published: Monday, 30 December 2019
  • , Updated: 30 December 2019, 03:53 PM IST

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ଜଣେ ‘ଭୁତୁଣୀ’। ସେଥିପାଇଁ ସେ ଭଗବାନ ରାମଙ୍କୁ ଡ଼ରୁଛନ୍ତି। ଗତକାଲି ପଶ୍ଚିମବଙ୍ଗର ବାଂକୁଡାରେ ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ବିଜେପି ରାଲି କରିଥିଲା। ଏହି ଅବସରରେ ପଶ୍ଚିମବଙ୍ଗ ବିଜେପିର ଉପସଭାପତି ରାଜକୁମାରୀ କେସରୀ ମମତାଙ୍କୁ ଏଭଳି ଛିଗୁଲେଇଛନ୍ତି। ସିଏଏକୁ ବିରୋଧ କରି ପଶ୍ଚିମବଙ୍ଗରେ ଟିଏମସି ବିଭିନ୍ନ ସ୍ଥାନରେ ରାଲି କରୁଛି। ଏହାକୁ ଜବାବ ଦେବାକୁ ଯାଇ ବିଜେପି ମଧ୍ୟ ରାଲି କରୁଛି।

[caption id="attachment_477347" align="aligncenter" width="750"] ରାଜକୁମାରୀ କେସରୀ, ପଶ୍ଚିମବଙ୍ଗ ବିଜେପି ଉପସଭାପତି[/caption]

କେସରୀ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ହେବା ପାଇଁ ତାଙ୍କ (ମମତା ବାନାର୍ଜୀ)  ପାଖରେ ଯୋଗ୍ୟତା ନାହିଁ। ସେ ଜଣେ ଭୁତୁଣୀ। ଯିଏକି, ଭଗବାନ ରାମଙ୍କ ନାମ ଶୁଣିବା ମାତ୍ରେ କାରରୁ ବାହାରକୁ ଆସି ଲୋକଙ୍କୁ ଚେତାବନୀ ଦେଉଛନ୍ତି। ଜଣେ ଭୁତୁଣୀ (ମମତା ବାନାର୍ଜୀ) ହିଁ ଭଗବାନ ରାମଙ୍କୁ ଡ଼ରିଥାଏ।

Related story