କର୍ଣ୍ଣାଟକ ଫଳାଫଳ ଦେଖି କଂଗ୍ରେସକୁ ଏମିତି କଥା କହିଲେ ମମତା

ନୂଆଦିଲ୍ଲୀ: କର୍ଣ୍ଣାଟକରେ ନିର୍ବାଚନ ପରିଣାମ ଧୀରେ ଧୀରେ ସାମ୍ନାକୁ ଆସୁଛି। ବିଜେପି ବହୁମତ ପାଇ ସରକାର ଗଢ଼ିବା ସମ୍ଭାବନା ଦେଖାଯାଉଛି। ବର୍ତ୍ତମାନ ସୁଦ୍ଧା ଦଳ ଦୁଇଟି ଆସନରେ ଜିତି ଥିବା ବେଳେ ୧୧୧ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ଏଭଳି ସ୍ଥିତି ନେଇ ୟୁପିଏର ସହଯୋଗୀ ଦଳଗୁଡ଼ିକ ଦୁଃଖ ପ୍ରକାଶ କରିଛନ୍ତି। ନ୍ୟାସ୍‌ନାଲ୍ କନ୍‌ଫରେନ୍ସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା କଂଗ୍ରେସ ଏମିତି ସ୍ଥିତି ଉପରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସେହିପରି ତୃଣମୂଳ କଂଗ୍ରେସ […]

mamata

Rakesh Mallick
  • Published: Tuesday, 15 May 2018
  • , Updated: 15 May 2018, 02:33 PM IST

ନୂଆଦିଲ୍ଲୀ: କର୍ଣ୍ଣାଟକରେ ନିର୍ବାଚନ ପରିଣାମ ଧୀରେ ଧୀରେ ସାମ୍ନାକୁ ଆସୁଛି। ବିଜେପି ବହୁମତ ପାଇ ସରକାର ଗଢ଼ିବା ସମ୍ଭାବନା ଦେଖାଯାଉଛି। ବର୍ତ୍ତମାନ ସୁଦ୍ଧା ଦଳ ଦୁଇଟି ଆସନରେ ଜିତି ଥିବା ବେଳେ ୧୧୧ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ଏଭଳି ସ୍ଥିତି ନେଇ ୟୁପିଏର ସହଯୋଗୀ ଦଳଗୁଡ଼ିକ ଦୁଃଖ ପ୍ରକାଶ କରିଛନ୍ତି। ନ୍ୟାସ୍‌ନାଲ୍ କନ୍‌ଫରେନ୍ସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା କଂଗ୍ରେସ ଏମିତି ସ୍ଥିତି ଉପରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସେହିପରି ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଅଭିନନ୍ଦନ ଜଣାଇଥିବା ବେଳେ ହାରିଯାଇଥିବା ଦଳଗୁଡ଼ିକୁ ଲଢ଼େଇ କରିବା ପାଇଁ ପରାମର୍ଶ ଦେଇଛନ୍ତି। ତେବେ କଂଗ୍ରେସ ଉଦ୍ଦେଶ୍ୟରେ ସେ କହିଛନ୍ତି ଯେ ଯଦି ଦଳ ଜେଡିଏସ୍‌ ସହ ମେଣ୍ଟ କରିଥାଆନ୍ତା, ତା’ହେଲେ ଆଜି ନିର୍ବାଚନ ଫଳାଫଳ ଅଲଗା ହୋଇଥାଆନ୍ତା। ଖାଲି ଅଲଗା ହୋଇନଥାନ୍ତା, ବହୁତ ଅଲଗା ହୋଇଥାଆନ୍ତା।

Related story