ନରମିଲେ ଦିଦି, ଆନ୍ଦୋଳନରତ ଡାକ୍ତରଙ୍କୁ ଲେଖିଲେ ଚିଠି

କୋଲକାତା: ଜୁନିଅର ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ଆନ୍ଦୋଳନରତ ଡାକ୍ତରଙ୍କୁ ଭେଟିବାରେ ବିଫଳ ହେବା ପରେ ଏବେ ଆଶ୍ୱାସନାରେ ଭରପୁର ଏକ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କହିଛନ୍ତି, ହସ୍ପିଟାଲ ହିଂସା ଘଟଣାରେ ସେ ସମସ୍ତ ପ୍ରକାର ସହଯୋଗ କରିବାକୁ ରାଜି ଅଛନ୍ତି ଏବଂ ଏଥିନେଇ ପଦକ୍ଷେପ ନେବେ। ଏହା ପୂର୍ବରୁ ସେ ଆନ୍ଦୋଳନରେ ଥିବା ଡାକ୍ତରଙ୍କ ପାଖକୁ ଯାଇଥିଲେ ଏବଂ ଡାଇରେକ୍ଟର ଅଫ୍‌ ମେଡିକାଲ ଏଜୁକେସନ୍‌ (ଡିଏଇ)ଙ୍କ ମାଧ୍ୟମରେ ସେମାନଙ୍କୁ ଭେଟିବାକୁ ଚାହିଁଥିଲେ। ମାତ୍ର […]

mamta

mamta

Subrat Kumar Nayak
  • Published: Friday, 14 June 2019
  • Updated: 14 June 2019, 10:14 PM IST

Sports

Latest News

କୋଲକାତା: ଜୁନିଅର ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ଆନ୍ଦୋଳନରତ ଡାକ୍ତରଙ୍କୁ ଭେଟିବାରେ ବିଫଳ ହେବା ପରେ ଏବେ ଆଶ୍ୱାସନାରେ ଭରପୁର ଏକ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କହିଛନ୍ତି, ହସ୍ପିଟାଲ ହିଂସା ଘଟଣାରେ ସେ ସମସ୍ତ ପ୍ରକାର ସହଯୋଗ କରିବାକୁ ରାଜି ଅଛନ୍ତି ଏବଂ ଏଥିନେଇ ପଦକ୍ଷେପ ନେବେ। ଏହା ପୂର୍ବରୁ ସେ ଆନ୍ଦୋଳନରେ ଥିବା ଡାକ୍ତରଙ୍କ ପାଖକୁ ଯାଇଥିଲେ ଏବଂ ଡାଇରେକ୍ଟର ଅଫ୍‌ ମେଡିକାଲ ଏଜୁକେସନ୍‌ (ଡିଏଇ)ଙ୍କ ମାଧ୍ୟମରେ ସେମାନଙ୍କୁ ଭେଟିବାକୁ ଚାହିଁଥିଲେ। ମାତ୍ର ଡାକ୍ତରମାନେ ଏଥିରେ ରାଜି ହୋଇନଥିଲେ।

ମମତା ତାଙ୍କ ଚିଠିରେ ଡାକ୍ତରମାନଙ୍କୁ ଆନ୍ଦୋଳନରୁ ଓହରିବାକୁ ଅନୁରୋଧ କରିଥିବାବେଳେ ସୋମବାର ଦିନର ହିଂସାତ୍ମକ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ସେ ଏଥିରେ ନିଜ ସରକାର ନେଇଥିବା ପଦକ୍ଷେପ ବାବଦରେ ଓକିଲାତି ମଧ୍ୟ କରିଛନ୍ତି। ଏଥିରେ ସେ ଡାକ୍ତରଙ୍କୁ ମନାଇବା ପାଇଁ କର୍କଟ, କିଡ୍‌ନୀ ଏବଂ ଅନ୍ୟ ଗୁରୁତର ରୋଗୀଙ୍କ ସ୍ଥିତି ବାବଦରେ ଚିନ୍ତା ପ୍ରକାଶ କରିବା ସହିତ ଦୂରଦୂରାନ୍ତରୁ ଆସୁଥିବା ରୋଗୀ କିଭଳି ଉଚିତ ଚିକିତ୍ସା ପାଇପାରୁନାହାନ୍ତି, ସେକଥା ମଧ୍ୟ ଉଲ୍ଲେଖ କରିଛନ୍ତି।

ମମତା କହିଛନ୍ତି, ମୁଁ କୋଲକାତା ପୁଲିସ୍‌ କମିଶନରଙ୍କୁ ପଠାଇଛି, ସେ ଜୁନିଅର ଡାକ୍ତରଙ୍କ ସହ ଆଲୋଚନା କରିବେ। ଡାକ୍ତରଙ୍କୁ ଆକ୍ରମଣ କରିଥିବା ୫ ଜଣ ଗିରଫ ହୋଇଛନ୍ତି ଏବଂ ସେମାନଙ୍କ ଜାମିନ ଖାରଜ ହୋଇଯାଇଛି। ଆମ ସରକାର ଆହତ ଡାକ୍ତରଙ୍କ ଯତ୍ନ ନେଉଛନ୍ତି। ସେ ବର୍ତ୍ତମାନ ଠିକ୍‌ ଅଛନ୍ତି ଏବଂ ଆରୋଗ୍ୟ ଲାଭ କରୁଛନ୍ତି। ସରକାର ସହଯୋଗ କରୁଛନ୍ତି ଏବଂ ସମସ୍ତ ପଦକ୍ଷେପ ନେଉଛନ୍ତି ବୋଲି ମମତା କହିଛନ୍ତି।

ମମତା ତାଙ୍କ ଚିଠିରେ ଡାକ୍ତରମାନଙ୍କୁ କୃତଜ୍ଞତା ଜଣାଇବା ସହିତ ସୋଶାଲ ମିଡିଆ ମାଧ୍ୟମରେ କିଛି ରାଜନୀତିକ ଦଳ ଅପପ୍ରଚାର କରୁଥିବା ଅଭିଯୋଗ କରିଛନ୍ତି। ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟସେବା ପାଇଁ ସେ ଓ ତାଙ୍କ ସରକାର ଉତ୍ସର୍ଗୀକୃତ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story