ଗୁଜରାଟରୁ ଆସିଲା ଭୟଙ୍କର ଘଟଣା: ନାବାଳିକାକୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା

ନାସକାଣ୍ଠା: ଛାତି ଥରାଇ ଦେବା ଭଳି ଘଟଣା ଗୁଜରାଟରୁ ଆସିଛି। ଏଠାରେ ଜଣେ ୧୨ ବର୍ଷୀୟ ଝିଅଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ବାଇକ୍‌ରେ ନେଇ ଦୁଷ୍କର୍ମ କରିଛନ୍ତି। ଦୁଷ୍କର୍ମ ପରେ ଅଭିଯୁକ୍ତ ଜଣଙ୍କ ନାବାଳିକାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଛି। ଆକ୍ରମଣ ଯୋଗୁ ନାବାଳିକାଟିର ମୁହଁ ଓ ମୁଣ୍ଡ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଗୁଜରାଟର ବନାସକାଣ୍ଠା ଜିଲ୍ଲା ଦେସା ସହରରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ପୁଲିସ୍‌ର ସୂଚନା ଅନୁଯାୟୀ, ନାବାଳିକା ଜଣଙ୍କ […]

g

Hemant Lenka
  • Published: Saturday, 17 October 2020
  • , Updated: 17 October 2020, 10:31 PM IST

ନାସକାଣ୍ଠା: ଛାତି ଥରାଇ ଦେବା ଭଳି ଘଟଣା ଗୁଜରାଟରୁ ଆସିଛି। ଏଠାରେ ଜଣେ ୧୨ ବର୍ଷୀୟ ଝିଅଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ବାଇକ୍‌ରେ ନେଇ ଦୁଷ୍କର୍ମ କରିଛନ୍ତି। ଦୁଷ୍କର୍ମ ପରେ ଅଭିଯୁକ୍ତ ଜଣଙ୍କ ନାବାଳିକାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଛି। ଆକ୍ରମଣ ଯୋଗୁ ନାବାଳିକାଟିର ମୁହଁ ଓ ମୁଣ୍ଡ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ଗୁଜରାଟର ବନାସକାଣ୍ଠା ଜିଲ୍ଲା ଦେସା ସହରରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ପୁଲିସ୍‌ର ସୂଚନା ଅନୁଯାୟୀ, ନାବାଳିକା ଜଣଙ୍କ ଶୁକ୍ରବାର ଠାରୁ ନିଖୋଜ ଥିଲେ। ଆଜି ଏକ ପରିତ୍ୟକ୍ତ ସ୍ଥାନରୁ ତାଙ୍କର କ୍ଷତାକ୍ତ ମୃତଦେହ ମିଳିଛି। ପୁଲିସ୍‌ ଏହି ଘଟଣାରେ ପୀଡ଼ିତାଙ୍କର ଜଣେ ୨୫ ବର୍ଷୀୟ ସମ୍ପର୍କୀୟଙ୍କୁ ଅଟକ ରଖି ଜେରା କରୁଛି।

ଶୁକ୍ରବାର ଏହି ଯୁବକ ଜଣଙ୍କ ତାଙ୍କୁ ଗାଡ଼ି ବସାଇ ବୁଲାଇବାକୁ ନେଇ ଯାଇଥିଲେ। ଏହାପରେ ସେ ନାବାଳିକାକୁ ଏକ ନିଛାଟିଆ ସ୍ଥାନରେ ଜୋରଜବରଦସ୍ତି ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପରେ ସେ ହିଁ ତାଙ୍କୁ ହତ୍ୟା କରିଛି ବୋଲି ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଆଜି ନାବାଳିକାଟିର ମୃତଦେହ ମୋତି ଭାକର ଗାଁ ନିକଟ ପଡ଼ିଆରୁ ପୁଲିସ୍‌ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି।

Related story