୫୦ ମହିଳାଙ୍କୁ ଯୌନ ଶୋଷଣ ଓ ବ୍ଲାକମେଲ କରିଥିବା ଯୁବକ ଗିରଫ

କୋଟ୍ଟୟମ୍: ଜଣେ ଏଭଳି ୨୫ ବର୍ଷ ବୟସ୍କ ଯୁବକକୁ ପୁଲିସ୍‌ ଗିରଫ କରିଛି ଯିଏକି ୫୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଯୌନ ଶୋଷଣ କରିଆସୁଥିଲା । ସେ ସୋଶାଲ ମିଡିଆ ମାଧ୍ୟମରେ ପ୍ରଥମେ ବନ୍ଧୁତା କରିବା ପରେ ସେମାନଙ୍କ ଫଟୋକୁ କଦର୍ଥ କରିବା ସହ ଏସବୁ ଦେଖାଇ ବ୍ଲାକ୍‌ମେଲ୍‌ କରିଆସୁଥିଲେ। ପ୍ରଦୀଶ କୁମାର ନାମକ ଏହି ଯୁବକଙ୍କୁ ପୁଲିସ୍‌ ଶୁକ୍ରବାର ଗିରଫ କରିଥିଲା। ପୁଲିସ୍‌ କହିବା ଅନୁଯାୟୀ ସେ ମହିଳାଙ୍କୁ ସୋଶାଲ ମିଡିଆରେ ଟାର୍ଗେଟ୍‌ କରିବା ସହ ସେମାଙ୍କର […]

blackmail

blackmail

Subrat Kumar Nayak
  • Published: Saturday, 01 June 2019
  • Updated: 01 June 2019, 09:28 PM IST

Sports

Latest News

କୋଟ୍ଟୟମ୍: ଜଣେ ଏଭଳି ୨୫ ବର୍ଷ ବୟସ୍କ ଯୁବକକୁ ପୁଲିସ୍‌ ଗିରଫ କରିଛି ଯିଏକି ୫୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଯୌନ ଶୋଷଣ କରିଆସୁଥିଲା । ସେ ସୋଶାଲ ମିଡିଆ ମାଧ୍ୟମରେ ପ୍ରଥମେ ବନ୍ଧୁତା କରିବା ପରେ ସେମାନଙ୍କ ଫଟୋକୁ କଦର୍ଥ କରିବା ସହ ଏସବୁ ଦେଖାଇ ବ୍ଲାକ୍‌ମେଲ୍‌ କରିଆସୁଥିଲେ। ପ୍ରଦୀଶ କୁମାର ନାମକ ଏହି ଯୁବକଙ୍କୁ ପୁଲିସ୍‌ ଶୁକ୍ରବାର ଗିରଫ କରିଥିଲା। ପୁଲିସ୍‌ କହିବା ଅନୁଯାୟୀ ସେ ମହିଳାଙ୍କୁ ସୋଶାଲ ମିଡିଆରେ ଟାର୍ଗେଟ୍‌ କରିବା ସହ ସେମାଙ୍କର ନମ୍ବର ସଂଗ୍ରହ କରୁଥିଲା ଓ ପରେ ସେମାନଙ୍କୁ ବ୍ଲାକମେଲ କରି ଯୌନ ଶୋଷଣ କରୁଥିଲା।

ସେ ମୁଖ୍ୟତଃ ବିବାହିତା ମହିଳାମାନଙ୍କୁ ଟାର୍ଗେଟ୍ କରୁଥିଲା ଏବଂ ପ୍ରଥମେ ସେମାନଙ୍କ ଘରେ ଚାଲିଥିବା ସମସ୍ୟା ବାବଦରେ ପଚାରୁଥିଲା। ଏହାପରେ ମହିଳାଙ୍କ ନାମରେ ଫେକ୍‌ ଆଇଡି ଖୋଲି ତାଙ୍କ ସ୍ୱାମୀମାନଙ୍କୁ ଟାର୍ଗେଟ୍‌ କରୁଥିଲା। ସେମାନଙ୍କ ସହ ଘନିଷ୍ଠ ହେବାପରେ ମହିଳାମାନଙ୍କୁ ସେମାନଙ୍କ ସ୍ୱାମୀ ପରକୀୟା ସମ୍ପର୍କରେ ମାତିଛନ୍ତି ବୋଲି ପ୍ରମାଣ କରିବା ପାଇଁ ମିଛ ଅନ୍ତରଙ୍ଗ ଚ୍ୟାଟର ସ୍କ୍ରିନ୍‌ ଶଟ୍‌ ପଠାଉଥିଲା। ଏହାକୁ କେନ୍ଦ୍ର କରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବା ପରେ ଓ ସେମାନେ ପରସ୍ପରଠାରୁ ଦୂରେଇବା ଆରମ୍ଭ କରିବା ପରେ ଅଭିଯୁକ୍ତ ପ୍ରଦୀଶ ଭିଡିଓ କଲିଂ ଜରିଆରେ ମହିଳାଙ୍କୁ ନିମନ୍ତ୍ରଣ କରିବା ସହ ସେମାନଙ୍କର ମର୍ଫିଙ୍ଗ ହୋଇଥିବା ଅଶ୍ଳୀଳ ଭିଡିଓ ଓ ଫଟୋ ନେଇ ବ୍ଲାକମେଲ କରିଥାଏ। ଯଦି ମହିଳା ତା’ କଥାରେ ରାଜି ନହୁଅନ୍ତି ସେମାନଙ୍କ ସ୍ୱାମୀଙ୍କୁ ଏହି ଭିଡିଓ ଓ ଫଟୋ ପଠାଇଦେବ କହି ଧମକାଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos