‘ମନ୍ କୀ ବାତ୍’ରେ ମୋଦିଙ୍କ ସଡ଼କ ସୁରକ୍ଷା ଚିନ୍ତା, କହିଲେ ଆହତଙ୍କୁ ପ୍ରଥମ ୫୦ ଘଣ୍ଟା ମିଳିବ ମାଗଣା ଚିକିତ୍ସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ମନ୍ କୀ ବାତ୍ ’ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ୱୋଧିତ କରିଛନ୍ତି । କାର୍ଯ୍ୟକ୍ରମ ଆରମ୍ଭରେ  ପ୍ରଥମେ ସେ କାରିଗଲର ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ସେ କହିଥିଲେ, ମାତୃଭୂମି ପାଇଁ କାରଗିଲ ଯୁଦ୍ଧରେ ଶହୀଦ ସମସ୍ତ ଯବାନଙ୍କୁ ମୁଁ ସଲାମ୍ କରୁଛି। ଶହୀଦଙ୍କ ବଳିଦାନରେ ଦେଶ ଆଜି ଗୌରବାନ୍ୱିତ ହୋଇଛି। ଏହାପରେ ମୋଦି ‘ସଡକ ସୁରକ୍ଷା’ ଉପରେ ଆଲୋଚନା କରିଥିଲେ। ଏଥର ତାଙ୍କର ଆଲୋଚନାର ବିଷୟ ବସ୍ତୁ […]

-narendramodi

Rakesh Mallick
  • Published: Sunday, 26 July 2015
  • , Updated: 26 July 2015, 08:31 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ମନ୍ କୀ ବାତ୍ ’ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ୱୋଧିତ କରିଛନ୍ତି । କାର୍ଯ୍ୟକ୍ରମ ଆରମ୍ଭରେ  ପ୍ରଥମେ ସେ କାରିଗଲର ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ସେ କହିଥିଲେ, ମାତୃଭୂମି ପାଇଁ କାରଗିଲ ଯୁଦ୍ଧରେ ଶହୀଦ ସମସ୍ତ ଯବାନଙ୍କୁ ମୁଁ ସଲାମ୍ କରୁଛି। ଶହୀଦଙ୍କ ବଳିଦାନରେ ଦେଶ ଆଜି ଗୌରବାନ୍ୱିତ ହୋଇଛି।

ଏହାପରେ ମୋଦି ‘ସଡକ ସୁରକ୍ଷା’ ଉପରେ ଆଲୋଚନା କରିଥିଲେ। ଏଥର ତାଙ୍କର ଆଲୋଚନାର ବିଷୟ ବସ୍ତୁ ସଡ଼କ ସୁରକ୍ଷା ଉପରେ ହିଁ ଥିଲା। ସେ ସଡକ ଦୁର୍ଘଟଣା ଉପରେ ଚିନ୍ତା ପ୍ରକଟ କରି କହିଥିଲେ, କୌଣସି ଦୁର୍ଘଟଣାର ଆହତ ବ୍ୟକ୍ତିମାନଙ୍କୁ ପ୍ରଥମ ୫୦ ଘଣ୍ଟାରେ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦିଆଯିବ। ଚିକିତ୍ସା ପାଇଁ ଟଙ୍କା କେଉଁଠାରୁ ଆସିବ, କିଏ ଦେବ ଅବା କେତେ ଖର୍ଚ୍ଚ ହେବ ତାହା ଚିନ୍ତା ନ କରି ପ୍ରଥମେ ଚିକିତ୍ସା ଯୋଗାଇ ଦିଆଯିବ। ପ୍ରାଥମିକ ସ୍ତରରେ ଏହି ସେବା ଗୁରଗାଁଓ, ଜୟପୁର ଓ ବଡ଼ୋଦରା ଠାରୁ ଆରମ୍ଭ କରି ମୁମ୍ବାଇ, ରାଞ୍ଚି, ରଣଗାଁଓ, ଏବଂ ମୋଡ଼ିଆ ରାଜପଥ ପାଇଁ ଆରମ୍ଭ କରାଯିବ। ପରେ ଏହାକୁ ଦେଶର ଅନ୍ୟ ସ୍ଥାନଗୁଡ଼ିକୁ ବିସ୍ତାରିତ କରାଯିବ।

ଏହା ସହିତ ସରକାର ଏକ ସଡ଼କ ସୁରକ୍ଷା ବିଲ୍ ଆଣିବା ପାଇଁ ମଧ୍ୟ ଚିନ୍ତା କରୁଛନ୍ତି ବୋଲି ମୋଦି କହିଥିଲେ। ଏକ ଜାତୀୟ ସଡ଼କ ସୁରକ୍ଷା ଯୋଜନା ତିଆରି କରାଯିବାକୁ ଚିନ୍ତା କରାଯାଉଛି।  ସେ କହିଥିଲେ, ଗତ ୫ ବର୍ଷରେ ବିଦେଶ ଭଳି ଭାରତରେ ମଧ୍ୟ ସଡ଼କ ଦୁର୍ଘଟଣା ମାମଲା ବଢ଼ିଛି। ଦୁର୍ଘଟଣା ରୋକିବା ପାଇଁ ସଚେତନତାର ଆବଶ୍ୟକତା ରହିଛି। ବାପାମା’ମାନେ ଦୁର୍ଘଟଣା ସଂପର୍କରେ ସେମାନଙ୍କ ପିଲାମାନଙ୍କୁ ସଚେତନ କରିବା ଉଚିତ୍।

ସେ କହିଥିଲେ, ସାରା ଦେଶରେ ଦୁର୍ଘଟଣା ସଂପର୍କରେ ସୂଚନା ଦେବା ପାଇଁ ଏକ ଟୋଲ୍ ଫ୍ରି ନମ୍ବର (୧୦୩୩) ଆମ୍ବୁଲାନ୍ସ ବ୍ୟବସ୍ଥା ରହିଛି। ଗୋଟିଏ ଗୋଟିଏ ଜୀବନ ବହୁତ ମୂଲ୍ୟବାନ। ତେଣୁ ଦୁର୍ଘଟଣାରେ ଆହତ ହୋଇ ଆସୁଥିବା ଲୋକଙ୍କୁ ସେହି ନଜରରେ ଦେଖାଯିବା ଉଚିତ୍। ସେମାନଙ୍କର ପ୍ରଥମେ ଚିକିତ୍ସା କରାଯିବା ଉଚିତ୍।

ସଡ଼କ ସୁରକ୍ଷା ସହିତ ମୋଦି ଆହୁରି ଅନେକ ବିଷୟ ଉପରେ ଚର୍ଚ୍ଚା କରିଥିଲେ। ଉତ୍ତ-ପୂର୍ବ ରାଜ୍ୟଗୁଡ଼ିକର ବିକାଶଠଶରୁ ଆରମ୍ଭ କରି ଦେଶରେ ସବୁ ଗାଁକୁ ବିଦ୍ୟୁତ ସେବା ଯୋଗାଇବା ନେଇ ସେ ଆଲୋଚନା କରିଥିଲେ। ଜିଲ୍ଲା ଅଧିକାରୀମାନେ ଗାଁ ଗୁଡ଼ିକୁ ଯାଇ ଲୋକଙ୍କ ସମାସ୍ୟା ବୁଝିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହା ସହିତ ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କୁ ବୈଜ୍ଞାନିକ ହେବାର ସ୍ୱପ୍ନ ଦେଖିବାକୁ ସେ କହିଥିଲେ। ବୈଜ୍ଞାନିକ ହୋଇ ନୂଆ ନୂଆ ଜିନିଷର ଉଦ୍ଭାବନ କରିବା ପାଇଁ ଗବେଷଣା କରିବାକୁ ସେ କହିଥିଲେ। ସେହିପରି ଶିଶୁମାନଙ୍କ ପାଇଁ ପାଠପଢ଼ା ନିହାତି ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଶିଶୁଙ୍କ ପାଠପଢ଼ାରେ ଯେପରି କିଛି ସମସ୍ୟା ନ ଉପୁଜିବ ସେଥିପାଇଁ ତାଙ୍କ ସରକାର ସବୁ ପ୍ରକାର ଉଦ୍ୟମ କରିବ ବୋଲି ସେ କହିଥିଲେ। ଏହା ସହିତ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଲାରୁ ସେ ଦେଶବାସୀଙ୍କ କେଉଁ ପ୍ରସଙ୍ଗ ଉପରେ ସମ୍ବୋଧିତ କରିବେ ସେ ନେଇ ପରାମର୍ଶ ପଠାଇବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

Related story