ଦରମା ମାଗିଲେ ବୋଲି ହାଣି ତିନି ଖଣ୍ଡ କରିଦେଲେ

ନୂଆଦିଲ୍ଲୀ: ଦରମା ମାଗିବାରୁ ଜଣେ ଘରୋଇ ସହାୟିକାଙ୍କୁ ହତ୍ୟା କରାଯାଇଛି । ଏହି ଅଭାବନୀୟ ଘଟଣା ଘଟିଛି  ଦିଲ୍ଲୀରେ। ମୃତ ସହାୟିକାଙ୍କ ବୟସ ୧୬ ବର୍ଷ। ତାଙ୍କୁ ହତ୍ୟା କରିଥିବା ନେଇ  ଅଭିଯୁକ୍ତ ମନଜିତ୍‌ କରକେଟା ପୋଲିସ ଆଗରେ ସ୍ୱୀକାର କରିଛି। ସୂଚନାଯୋଗ୍ୟ,  ମେ’ ୪ ତାରିଖରେ ଏକ ନାଳରୁ ଏହି ନାବାଳିକାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଠାବ କରାଯାଇଥିଲା। ତା’ପୂର୍ବ ଦିନ ତାଙ୍କୁ ହତ୍ୟା କରାଯାଇଥିଲା। ତାକୁ ୩ ଖଣ୍ଡ କରି ଦିଆଯାଇଥିଲା। ମୃତଦେହ ମିଳିବା […]

deadbody 23

Rakesh Mallick
  • Published: Monday, 21 May 2018
  • , Updated: 21 May 2018, 11:14 AM IST

ନୂଆଦିଲ୍ଲୀ: ଦରମା ମାଗିବାରୁ ଜଣେ ଘରୋଇ ସହାୟିକାଙ୍କୁ ହତ୍ୟା କରାଯାଇଛି । ଏହି ଅଭାବନୀୟ ଘଟଣା ଘଟିଛି  ଦିଲ୍ଲୀରେ। ମୃତ ସହାୟିକାଙ୍କ ବୟସ ୧୬ ବର୍ଷ। ତାଙ୍କୁ ହତ୍ୟା କରିଥିବା ନେଇ  ଅଭିଯୁକ୍ତ ମନଜିତ୍‌ କରକେଟା ପୋଲିସ ଆଗରେ ସ୍ୱୀକାର କରିଛି।

ସୂଚନାଯୋଗ୍ୟ,  ମେ’ ୪ ତାରିଖରେ ଏକ ନାଳରୁ ଏହି ନାବାଳିକାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଠାବ କରାଯାଇଥିଲା। ତା’ପୂର୍ବ ଦିନ ତାଙ୍କୁ ହତ୍ୟା କରାଯାଇଥିଲା। ତାକୁ ୩ ଖଣ୍ଡ କରି ଦିଆଯାଇଥିଲା। ମୃତଦେହ ମିଳିବା ପରେ ପୋଲିସ ପ୍ରଥମେ ଉକ୍ତ ଅଞ୍ଚଳରେ ଲାଗି ଥିବା ସିସିଟିଭି କ୍ୟାମେରା ଯାଞ୍ଚ କରିଥିଲା। ଆଉ ସେଠାରେ ଥିବା ପ୍ରାୟ ୨୦୦  ଭଡ଼ାଟିଆଙ୍କୁ ଏନେଇ ପଚରାଉଚରା କରିଥିଲା। ତେବେ ଝାଡଖଣ୍ଡ ଅଞ୍ଚଳର ଜଣେ ଭଡାଟିଆ(ମନଜିତ କେରକେଟା) ଝିଅଟିର ହତ୍ୟା ପରଠାରୁ ନିଖୋଜ ଥିବା ପୋଲିସ ଜାଣିବାକୁ ପାଇଥିଲା। ଏହାପରେ ପୋଲିସ ନିଖୋଜ ଥିବା ବ୍ୟକ୍ତିଙ୍କ ଗାଁକୁ ଯାଇଥିଲା। ସେଠାରେ କିନ୍ତୁ ତାଙ୍କୁ ପାଇନଥିଲା। ପୋଲିସ ସେଠାରୁ ଫେରିଆସି ମେ’ ୧୭ ତାରିଖରେ ଦିଲ୍ଲୀରୁ ଅଭିଯୁକ୍ତକୁ ଗିରଫ କରିଥିଲା। ଆଉ ୨ ଜଣଙ୍କ ସହ ମିଶି ସେ ନାବାଳିକାକୁ ହତ୍ୟା କରିଥିବା ପୋଲିସ ଆଗରେ କହିଛି। ସେ ଦୁଇ ଜଣଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି।

ପୋଲିସ କହିଛି ଯେ ସେମାନେ ତିନି ଜଣ ମିଶି ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନରେ ଯୁବତୀମାନଙ୍କୁ ଚାକିରି ଓ ଅର୍ଥର ଲୋଭ ଦେଖାଇ ଦିଲ୍ଲୀ ଆଣୁଥିଲେ। ଏ ଯେଉଁ ନାବାଳିକାକୁ ସେମାନେ ହତ୍ୟା କରିଛନ୍ତି ତାଙ୍କୁ ୩ ବର୍ଷ ତଳେ ଦିଲ୍ଲୀ ଆଣିଥିଲେ। ତାଙ୍କୁ ଦିଲ୍ଲୀରେ ଜଣଙ୍କ ଘରେ ସହାୟିକା ଭାବେ ଚାକିରି କରାଇ ଦେଇଥିଲେ। ମନଜିତ୍‌ ଏହି ନାବାଳିକାଙ୍କ ଦରମା ଟଙ୍କା ସଂଗ୍ରହ କରୁଥିଲା, କିନ୍ତୁ ତାଙ୍କୁ ଦେଉନଥିଲା।

ଗତ ମେ’୩ ତାରିଖରେ ନାବାଳିକା ଜଣଙ୍କ ଚାକିରି ଛାଡ଼ି ଦେଇ ମନଜିତ୍‌ ପାଖକୁ ଆସିଥିଲେ ଓ ତାଙ୍କ ଟଙ୍କା ମାଗିଥିଲେ। ତା’ପରେ ମନଜିତ ଓ ତାର ସାଥୀମାନେ ଏକ କଟୁରୀରେ ହାଣି ତିନିଖଣ୍ଡ କରି ଦେଇଥିଲେ ଓ ନାଳରେ ଫିଙ୍ଗି ଦେଇଥିଲେ।

Related story