ବାପାର ଅନ୍ତିମ ସଂସ୍କାର ସରଞ୍ଜାମ ପାଇଁ ଯିବା ବେଳେ ଦୁର୍ଘଟଣାରେ ପୁଅର ମୃତ୍ୟୁ

ଲକ୍ଷ୍ମୀପୁର: ଜଣେ ବ୍ୟକ୍ତି ନିଜ ବାପାଙ୍କ ଅନ୍ତିମ ସଂସ୍କାର ପାଇଁ ଜିନିଷ କିଣିବା ପାଇଁ ବଜାରକୁ ଆସିଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି। ଉତ୍ତର ପ୍ରଦେଶ ଲକ୍ଷ୍ମୀପୁରରେ ଏଭଳି ଅଘଟଣ ଘଟିଛି। ଶନିବାର ମିତଉଲି-ମଇଗଲଗଞ୍ଜ ଲିଙ୍କ ରୋଡରେ ଏକ ଚାରି ଚକିଆ ଭ୍ୟାନ ସହ ଧକ୍କା ହେବା ଫଳରେ ସୁନୀଲଙ୍କର (୩୨) ମୃତ୍ୟୁ ଘଟିଛି। ସୁନୀଲ ଦୁର୍ଘଟଣାର ଶିକାର ହେବା ପରେ ସ୍ଥାନୀୟ ହସ୍ପିଟାଲରେ ସୁନୀଲଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସୁନୀଲଙ୍କୁ ମୃତ […]

accident

Subhransu Sekhar
  • Published: Sunday, 22 December 2019
  • , Updated: 22 December 2019, 04:08 PM IST

ଲକ୍ଷ୍ମୀପୁର: ଜଣେ ବ୍ୟକ୍ତି ନିଜ ବାପାଙ୍କ ଅନ୍ତିମ ସଂସ୍କାର ପାଇଁ ଜିନିଷ କିଣିବା ପାଇଁ ବଜାରକୁ ଆସିଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି। ଉତ୍ତର ପ୍ରଦେଶ ଲକ୍ଷ୍ମୀପୁରରେ ଏଭଳି ଅଘଟଣ ଘଟିଛି। ଶନିବାର ମିତଉଲି-ମଇଗଲଗଞ୍ଜ ଲିଙ୍କ ରୋଡରେ ଏକ ଚାରି ଚକିଆ ଭ୍ୟାନ ସହ ଧକ୍କା ହେବା ଫଳରେ ସୁନୀଲଙ୍କର (୩୨) ମୃତ୍ୟୁ ଘଟିଛି।

ସୁନୀଲ ଦୁର୍ଘଟଣାର ଶିକାର ହେବା ପରେ ସ୍ଥାନୀୟ ହସ୍ପିଟାଲରେ ସୁନୀଲଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସୁନୀଲଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ସୁନୀଲଙ୍କ ମୁଣ୍ଡରେ ଆଘାତ ଅଧିକ ଲାଗିଥିବାରୁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଡାକ୍ତର କାରଣ ଦର୍ଶାଇଛନ୍ତି। ସୂଚନାଯୋଗ୍ୟ, ସୁନୀଲ ଗାଡ଼ି ଚଳାଇବା ବେଳେ ହେଲମେଟ ପିନ୍ଧିନଥିଲେ। ଆଜି ଉଭୟ ସୁନୀଲ ଏବଂ ତାଙ୍କ ମୃତ ବାପାଙ୍କ ଅନ୍ତିମ ସଂସ୍କାର ଏକା ସାଙ୍ଗରେ ହେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ସୁନୀଲ କୁମାର ଶିବପୁରୀ ଗାଁର ବାସିନ୍ଦା। ଶୁକ୍ରବାର ରାତିରେ ତାଙ୍କର ବାପାଙ୍କର ମୃତ୍ୟୁ ଘଟିଥିଲା।

Related story