ମହିଳାଙ୍କୁ ହତ୍ୟା କରି ସେକ୍ସ କରୁଥିବା କୁଖ୍ୟାତ ଅପରାଧୀ ଗିରଫ

କୋଲକାତା: ଶୀର୍ଷକ ପଢ଼ି ଆପଣମାନେ ନିଶ୍ଚିତ ଏକ କ୍ରାଇମ୍‌ ଥ୍ରୀଲର୍ ଫିଲ୍ମ କଥା ଭାବୁଥିବେ। କିନ୍ତୁ ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନରେ ଦୀର୍ଘଦିନ ହେଲା ମହିଳାଙ୍କୁ ପ୍ରଥମେ ହତ୍ୟା ଓ ପରେ ସେମାନଙ୍କ ସହ ଶାରିରୀକ ସମ୍ପର୍କ ରଖୁଥିବା ଜଣେ କୁଖ୍ୟାତ୍‌ ଓ ବିକୃତ ମାନସିକତାର ସିରିଏଲ୍‌ ହତ୍ୟାକାରୀକୁ ପୁଲିସ୍‌ ଗିରଫ କରିଛି। ଉକ୍ତ ଅଭିଯୁକ୍ତର ନାଁ କାମରୁଜମାନ ସରକାର। ତା’କୁ ପୁଲିସ୍‌ ଗିରଫ କରିବା ପରେ ୧୨ ଦିନିଆ ରିମାଣ୍ଡରେ ନେଇଛି। ସରକାର ଏକ ଛୋଟିଆ ସ୍କ୍ରାପ୍‌ […]

ura

Hemant Lenka
  • Published: Tuesday, 04 June 2019
  • , Updated: 04 June 2019, 05:01 PM IST

କୋଲକାତା: ଶୀର୍ଷକ ପଢ଼ି ଆପଣମାନେ ନିଶ୍ଚିତ ଏକ କ୍ରାଇମ୍‌ ଥ୍ରୀଲର୍ ଫିଲ୍ମ କଥା ଭାବୁଥିବେ। କିନ୍ତୁ ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନରେ ଦୀର୍ଘଦିନ ହେଲା ମହିଳାଙ୍କୁ ପ୍ରଥମେ ହତ୍ୟା ଓ ପରେ ସେମାନଙ୍କ ସହ ଶାରିରୀକ ସମ୍ପର୍କ ରଖୁଥିବା ଜଣେ କୁଖ୍ୟାତ୍‌ ଓ ବିକୃତ ମାନସିକତାର ସିରିଏଲ୍‌ ହତ୍ୟାକାରୀକୁ ପୁଲିସ୍‌ ଗିରଫ କରିଛି। ଉକ୍ତ ଅଭିଯୁକ୍ତର ନାଁ କାମରୁଜମାନ ସରକାର। ତା’କୁ ପୁଲିସ୍‌ ଗିରଫ କରିବା ପରେ ୧୨ ଦିନିଆ ରିମାଣ୍ଡରେ ନେଇଛି।

ସରକାର ଏକ ଛୋଟିଆ ସ୍କ୍ରାପ୍‌ ଡିଲର୍‌ ଭାବେ କାର୍ଯ୍ୟ କରୁଥିଲା। ସେ ପୂର୍ବ ବର୍ଦ୍ଧମାନ ଓ ପଡ଼ୋଶୀ ହୁଗୁଳି ଜିଲ୍ଲାରେ ୫ ଜଣ ମହିଳାଙ୍କ ସହ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ସହ ଏକାଧିକ ମହିଳାଙ୍କୁ ଆହତ କରିଥିବା ଅଭିଯୋଗ ହୋଇଛି। ନିକଟରେ ସେ ଜଣେ ମହିଳାଙ୍କୁ ଲୁହା ଛଡ଼ରେ ଆକ୍ରମଣ କରି ହତ୍ୟା କରିଥିଲା। ଏହାପରେ ସେ ଉକ୍ତ ରକ୍ତାକ୍ତ ଶବ ସହ ସେକ୍ସ କରିଥିଲା।

୪୨ ବର୍ଷୀୟ ସରକାର ପ୍ରଥମେ ଇଲେକ୍ଟ୍ରି ମିଟର ରିଡିଂ କରିବା ବାହାନାରେ ଘର ମଧ୍ୟକୁ ପ୍ରବେଶ କରୁଥିଲା। ଏହାପରେ ସେ ନିଜର ଘୃଣ୍ୟ କାଣ୍ଡ ରଚୁଥିଲା। ପୂର୍ବ ବର୍ଦ୍ଧମାନର ଏସ୍‌ପି ଭାସ୍କର ମୁଖୋପାଧ୍ୟାୟ କହିଛନ୍ତି, “ମେ’ ୨୧ରେ ସରକାର ଗୋଆରା ଗାଁରେ ପୁତୁଲ ମାଝୀ ନାମକ ଜଣେ ମହିଳାଙ୍କୁ ଆକ୍ରମଣ କରି ହତ୍ୟା କରିଥିଲା। ଏହାପରେ ତାଙ୍କ ମରଶରୀର ସହ ଶାରିରୀକ ସମ୍ପର୍କ ରଖିଥିଲା। ଏହି ଘଟଣାରେ ତାକୁ ଗିରଫ କରାଯାଇଛି। ସମାନ ଧରଣର ଆଉ ୪ଟି ଘଟଣାରେ ମଧ୍ୟ ତା’ର ସମ୍ପୃକ୍ତି ରହିଛି।

ତେଣୁ ଏ ବିଷୟରେ ଜେରା କରିବା ପାଇଁ ଆମେ ତାକୁ ୧୨ ଦିନିଆ ରିମାଣ୍ଡରେ ଆଣିଛୁ। ଖାଲି ସେତିକି ନୁହେଁ କିଛି ମହିଳା ସରକାରର ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ସରକାର ଲୁହା ରଡ୍‌ ଓ ସାଇକେଲ୍‌ ଚେନ୍‌ରେ ତାର ସମସ୍ତ ଶିକାରଙ୍କୁ ଆକ୍ରମଣ କରୁଥିଲା। ଅବଶ୍ୟ ମହିଳାଙ୍କୁ ହତ୍ୟା କରିବା ପରେ ସେ କିଛି ଅଳଙ୍କାର ବା ଅନ୍ୟ ମୂଲ୍ୟବାନ ଜିନିଷ ନେଇ ଯିବାର ନଜର ରହିଛି। ହେଲେ ଚୋରି ତା’ର ପ୍ରକୃତ ଉଦ୍ଦେଶ୍ୟ ନଥଲା। କେବଳ ମହିଳାଙ୍କୁ ହତ୍ୟା କରି ତା' ପରେ ତାଙ୍କ ଶବ ସହ ସେକ୍ସ କରିବାକୁ ସେ ଆଗ୍ରହୀ ଥିଲା।

ପ୍ରାଥମିକ ତଦନ୍ତରୁ ଏଭଳି ତଥ୍ୟ ଆମ ହାତରେ ଲାଗିଛି। ରବିବାର ଦିନ ନାଲିଆ ବାଇକ୍‌ ସହ ନାଲି ରଙ୍ଗର ହେଲମେଟ୍‌ ପିନ୍ଧି ଯାଉଥିବା ବେଳେ କଲନା ଠାରେ ସରକାରକୁ ଗିରଫ କରାଯାଇଛି। ପୁତୁଲ ମାଝୀ ହତ୍ୟାକାଣ୍ଡ ପରେ ବିଭିନ୍ନ ସ୍ଥାନରେ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇ ଅଭିଯୁକ୍ତର ଫଟୋକୁ ବିଭିନ୍ନ ଚେକ୍‌ପୋଷ୍ଟକୁ ପଠା ଯାଇଥିଲା। ଉକ୍ତ ଫଟୋ ଆଧାରରେ ସରକାରକୁ ଗିରଫ କରାଯାଇଛି।”

Related story