ଦାମ୍ପତ୍ୟ ଜୀବନରେ ଅଶାନ୍ତିରୁ ବର୍ତ୍ତିବା ପାଇଁ ବିଷପିଇ ଜୀବନ ହାରିଲେ ଆଇପିଏସ୍ ସୁରେନ୍ଦ୍ର  

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗି ରହୁଥିଲା କଳି ଝଗଡ଼ା, ଜନ୍ମାଷ୍ଟମୀ ଦିନ ସୃଷ୍ଟି ହୋଇଥିଲା ଚରମ ପରିସ୍ଥିତି

କାନପୁର: ପାଞ୍ଚ ଦିନ ଧରି ଜୀବନ ସହ ସଂଘର୍ଷ କରି ଶେଷରେ ହାରିଯାଇଛନ୍ତି ଆଇପିଏସ୍‌ ଅଧିକାରୀ ସୁରେନ୍ଦ୍ର ଦାସ। ମେଡିକାଲରେ ଲିଭିଯାଇଛି ଜୀବନ ଦୀପ। 
 
୫ ଦିନତଳେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୁରେନ୍ଦ୍ର ଦାସଙ୍କ ଗତକାଲି କାନପୁରରେ ଏକ ନର୍ସିଂ ହୋମ୍‌ରେ ମୃତ୍ୟୁ ଘଟିଛି। ଉକ୍ତ ମେଡିକାଲର ଜଣେ ଡାକ୍ତରଙ୍କ କହିବା ଅନୁଯାୟୀ ସୁରେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଧୀରେ ଧୀରେ ଗମ୍ଭୀର ହୋଇପଡ଼ିଥିଲା। ଏପରିକି ତାଙ୍କ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇପଡ଼ିଥିଲା। ତାଙ୍କୁ ଆଇସିୟୁରେ ଲାଇଫ ସପୋର୍ଟ ସିଷ୍ଟମରେ ରଖା ଯାଇଥିଲା। 
ଆଉ ଶେଷରେ ଗତକାଲି ତାଙ୍କର ମୃତ୍ୟୁ ଘଟିଛି। 
 
୩୦ ବର୍ଷୀୟ ସୁରେନ୍ଦ୍ର ହେଉଛନ୍ତି ୨୦୧୪ ବ୍ୟାଚ୍‌ର ଆଇପିଏସ ଅଫିସର । ଚଳିତ ଅଗଷ୍ଟରେ ତାଙ୍କୁ କାନପୁରର ଏସ୍‌ପି ଭାବେ ଦାୟିତ୍ୱ ଦିଆଯାଇଥିଲା।
 
 କୁହାଯାଉଛି ନିଜ ବୈବାହିକ ଜୀବନରେ ଅଶାନ୍ତି ସୃଷ୍ଟି ହୋଇ ଶେଷରେ ଏହା ଚରମ ସ୍ଥିତିରେ ପହଞ୍ଚିଥିଲା। ଅଧିକାଂଶ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳି ଝଗଡ଼ା ହେଉଥିଲା। ଜନ୍ମାଷ୍ଟମୀରେ ତାଙ୍କ ପତ୍ନୀ ଡା. ରବୀନା ଆମିଷ ଖାଦ୍ୟ ଓ ବର୍ଗର ମଗାଇ ଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପୁଣି ଝଗଡ଼ା ହୋଇଥିଲା।
 
ଅନ୍ୟପଟେ  ସୁରେନ୍ଦ୍ର ଗତ ୪୦ ଦିନ ହେଲା ନିଜ ମାଆଙ୍କ ସହିତ କଥା ହୋଇନଥିଲେ। ଏସବୁ କାରଣକୁ ନେଇ ଶେଷରେ ସୁରେନ୍ଦ୍ର ଏକ ଅତି ବିଷାକ୍ତ କୀଟନାଶକ ‘ସେଲ୍‌ଫସ୍‌’ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଏକ  ଘରୋଇ ନର୍ସିଂ ହୋମ୍‌ରେ ଚିକିତ୍ସା କରାଯାଉଥିଲା। ପରେ ତାଙ୍କୁ କାନପୁରର ରିଜେନ୍ସି ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ରବିବାର ତାଙ୍କର ମୃତ୍ୟୁ ଘଟିଛି। 
 
ତାଙ୍କ ପରଲୋକରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି। ସେହିପରି ୟୁପି ଡିଜିପି ଓ.ପି. ସିଂହ ମଧ୍ୟ ଟ୍ଵିଟର୍‌ରେ ଶୋକପ୍ରକାଶ କରିବା ସହିତ ସୁରେନ୍ଦ୍ର ଜଣେ କର୍ତ୍ତବ୍ୟପରାୟଣ ଅଫିସର ଥିଲେ ବୋଲି କହିଛନ୍ତି। 

ଆହୁରି ପଢ଼ନ୍ତୁ

ଆରୋଗ୍ୟ ହେଲେ ୧୭୮୫ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଗିରଫ ଲକ୍ଷ୍ମୀକାନ୍ତଙ୍କ ପରିବାରକୁ ଭେଟିଲା ବିଜେପି, ସରକାରୀ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା

ସୁଶାନ୍ତଙ୍କ ମୃତ୍ୟୁ ମାମଲାର ଶୁଣାଣି ଗୁରୁବାରକୁ ଘୁଞ୍ଚିଲା, ରିୟା ରଖିଲେ ଏମିତି ପକ୍ଷ

ଭୁବନେଶ୍ୱରରୁ ୧୦୯ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୪୯ ଲୋକାଲ୍‌ କେସ୍‌

କରୋନାରେ ଆକ୍ରାନ୍ତ ରାହତ ଇନ୍ଦୋରୀଙ୍କ ପରଲୋକ

ବେହେରାସାହି ପରେ ଚିନ୍ତା ବଢ଼ାଇଲା ଜାଲୁଆ ସାହି

ଏହି ୧୦ ରାଜ୍ୟ କରୋନାକୁ ହରାଇ ପାରିଲେ ଭାରତ ଜିତିବ ବୋଲି କହିଲେ ମୋଦି

ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଲୋକଙ୍କ ପ୍ରତିବାଦ

‘ମୋ ଭାଇର ଯଦି କିଛି ଭୁଲ ହୋଇଛି, ମୁଖ୍ୟମନ୍ତ୍ରୀ କ୍ଷମା କରି ଦିଅନ୍ତୁ’

ଡବଲ ମର୍ଡଲ; ବଡ଼ଭାଇ, ପୁତୁରାକୁ ମାରି ପାଇଖାନା ଟାଙ୍କିରେ ଫିଙ୍ଗିଦେଲେ

ଭାଇରାଲ ଅଡିଓ ମାମଲା; ରିମାଣ୍ଡରେ ଗଲେ ଲକ୍ଷ୍ମୀକାନ୍ତ, ବିଶ୍ୱଜିତ

୭ ଶିଳ୍ପୀଙ୍କୁ ଧର୍ମପଦ ସମ୍ମାନ, ଆଖି ବୁଜି ସାରିଲେଣି ୩ ଜଣ