ବଏଲର ବିସ୍ଫୋରଣରୁ ୨ ମୃତ, ୧୭ ଗୁରୁତର
ଚେନ୍ନାଇ: ବଏଲର ବିସ୍ଫୋରଣ କରିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ବୁଧବାର ସକାଳେ ତାମିଲନାଡୁର ନେୟଭେଲି ଲିଗଲାଇଟ ପ୍ଲାଣ୍ଟରେ ଥିବା ବୋଏଲରରେ ଏହି ଦୁର୍ଘଟଣା ଘଟିଛି। ଆହତ ମାନଙ୍କୁ ସ୍ଥାନୀୟ ଏନଏଲସି ହସ୍ପିଟାଲରୁ ସ୍ଥାନାନ୍ତର କରାଯାଇଛି।
Tamil Nadu: Explosion at a boiler in stage -2 of the Neyveli lignite plant. 17 injured persons taken to NLC lignite hospital. More details awaited.
— ANI (@ANI) July 1, 2020
ଏହି ପ୍ଲାଣ୍ଟରେ ଥିବା ଅଗ୍ନି ନିର୍ବାପକ ଟିମ୍ ନିଆଁ ଲିଭା କାମରେ ନିୟୋଜିତ ରହିଛି। ଏଥିସହ କୁଡାଲୋର ଜିଲ୍ଲା ପ୍ରଶାସନ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। ତେବେ ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।