ଭାଲସାଦ: ଗୁଜରାଟର ଭାଲସାଦର ବାପିଠାରେ ଥିବା ଗୋଟିଏ ବାଓ କେମିକାଲ ଫ୍ୟାକ୍ଟ୍ରୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଫ୍ୟାକ୍ଟ୍ରୀଟି ଜିଆଡିସି ଦ୍ୱାରା ପରିଚାଳିତ ହେଉଥିଲା।
ଆଜି ମଧ୍ୟାହ୍ନରେ ହଠାତ୍ ଏଥିରେ ଅଗ୍ନିକାଣ୍ଡ ଘଟିଛି। ପୂରା ଅଞ୍ଚଳ ଧୂଆଁମୟ ହୋଇଯାଇଥିବା ବେଳେ ନିଆଁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ବ୍ୟାପିବାରେ ଲାଗିଛି।
ଖବର ପାଇ ୧୦ରୁ ଅଧିକ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ଖବର ଲେଖା ହେବା ଯାଏ ନିଆଁ ସଂପୂର୍ଣ୍ଣ ଭାବେ ଆୟତ୍ତ ହୋଇନାହିଁ। ନିଆଁ ଲିଭା କାର୍ଯ୍ୟ ଜାରି ରହିଥିବାରୁ କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ।