ଲାଲୁଙ୍କ ଆରଜେଡିକୁ ଶକ୍ତ ଧକ୍କା, ନୀତୀଶଙ୍କ ଦଳରେ ମିଶିଲେ ୫ ଏମଏଲସି

ପାଟଣା: ବିହାର ବିଧାନ ପରିଷଦର ଗୁରୁତ୍ୱପୂର୍ଣ୍ଣ ଭୋଟିଂ ପୂର୍ବରୁ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡିକୁ ଶକ୍ତ ଝଟକା ଲାଗିଛି। ଆରଜେଡିର ୫ ବିଧାନ ପରିଷଦ ସଦସ୍ୟ(ଏମଏଲସି) ଦଳ ଛାଡ଼ି ନୀତୀଶ କୁମାରଙ୍କ ଜେଡିୟୁରେ ସାମିଲ ହୋଇଛନ୍ତି। ସେହିପରି ଆରଜେଡିର ଉପ ସଭାପତି ରଘୁବଂଶ ପ୍ରସାଦ ସିଂହ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେଇଥିବା ୫ ଜଣ ଏମଏଲସି ହେଲେ ସଞ୍ଜୟ ପ୍ରସାଦ, ଏମଡି କମର ଆଲାମ, ରାଧା ଚରଣ ସେଠ, ଦିଲୀପ ରାୟ ଓ ରଣବିଜୟ […]

y

Hemant Lenka
  • Published: Tuesday, 23 June 2020
  • , Updated: 23 June 2020, 05:10 PM IST

ପାଟଣା: ବିହାର ବିଧାନ ପରିଷଦର ଗୁରୁତ୍ୱପୂର୍ଣ୍ଣ ଭୋଟିଂ ପୂର୍ବରୁ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡିକୁ ଶକ୍ତ ଝଟକା ଲାଗିଛି। ଆରଜେଡିର ୫ ବିଧାନ ପରିଷଦ ସଦସ୍ୟ(ଏମଏଲସି) ଦଳ ଛାଡ଼ି ନୀତୀଶ କୁମାରଙ୍କ ଜେଡିୟୁରେ ସାମିଲ ହୋଇଛନ୍ତି। ସେହିପରି ଆରଜେଡିର ଉପ ସଭାପତି ରଘୁବଂଶ ପ୍ରସାଦ ସିଂହ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ଇସ୍ତଫା ଦେଇଥିବା ୫ ଜଣ ଏମଏଲସି ହେଲେ ସଞ୍ଜୟ ପ୍ରସାଦ, ଏମଡି କମର ଆଲାମ, ରାଧା ଚରଣ ସେଠ, ଦିଲୀପ ରାୟ ଓ ରଣବିଜୟ ସିଂହ। ଜୁଲାଇ ୭ରେ ବିଧାନ ପରିଷଦ ପାଇଁ ଭୋଟିଂ ହେବାକୁ ଥିବା ବେଳେ ଏମାନେ ନୀତୀଶ କୁମାରଙ୍କ ଦଳରେ ମିଶିଯାଇଛନ୍ତି। ସେମାନେ ଆରଜେଡିରେ ଚାଲିଇଥିବା ବଂଶବାଦ ରାଜନୀତି ଓ ତେଜସ୍ୱୀ ଯାଦବଙ୍କ ନେତୃତ୍ୱକୁ ଗ୍ରହଣ ନ କରିପାରି ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି।

ଅନ୍ୟପକ୍ଷରେ ବିଧାନ ପରିଷଦ ପାଇଁ ୩ ଜଣ ପ୍ରାର୍ଥୀଙ୍କ ନାଁ ଆରଜେଡି ଘୋଷଣା କରିବ ବୋଲି କହିଛି।

Related story