ମହଙ୍ଗା ପଡ଼ିଲା ଚିକିତ୍ସାରେ ଅବହେଳା: ମାକ୍ସ ହସ୍ପିଟାଲର ଲାଇସେନ୍ସ ରଦ୍ଦ

ନୂଆଦିଲ୍ଲୀ: ଜୀବିତ ଶିଶୁକୁ ମୃତ ଘୋଷଣା ଘଟଣାରେ ଦିଲ୍ଲୀ ଶାଲିମାର ବାଗ୍ ଅଞ୍ଚଳରେ ଥିବା ମାକ୍ସ ହସ୍ପିଟାଲର ଲାଇସେନ୍ସକୁ ଦିଲ୍ଲୀ ସରକାର ରଦ୍ଦ କରିଛନ୍ତି। ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ କହିଛନ୍ତି,“ତଦନ୍ତ ରିପୋର୍ଟରେ ହସ୍ପିଟାଲ କର୍ତ୍ତୃପକ୍ଷ ଅନେକ ନିୟମ ଉଲ୍ଲଙ୍ଘନ କରିଥିବା କଥା ସାମ୍ନାକୁ ଆସିଛି। ରୋଗୀଙ୍କୁ ଆଦୌ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନଥିଲା। ଅତିରିକ୍ତ ବେଡରେ ଜ୍ୱରରେ ଆକ୍ରାନ୍ତ ରୋଗୀଙ୍କୁ ରଖିବା ନିୟମ ରହିଛି। କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ ଅନ୍ୟ ରୋଗୀଙ୍କୁ ଏଥିରେ […]

max hospital

Rakesh Mallick
  • Published: Saturday, 09 December 2017
  • , Updated: 09 December 2017, 02:50 PM IST

ନୂଆଦିଲ୍ଲୀ: ଜୀବିତ ଶିଶୁକୁ ମୃତ ଘୋଷଣା ଘଟଣାରେ ଦିଲ୍ଲୀ ଶାଲିମାର ବାଗ୍ ଅଞ୍ଚଳରେ ଥିବା ମାକ୍ସ ହସ୍ପିଟାଲର ଲାଇସେନ୍ସକୁ ଦିଲ୍ଲୀ ସରକାର ରଦ୍ଦ କରିଛନ୍ତି। ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ କହିଛନ୍ତି,“ତଦନ୍ତ ରିପୋର୍ଟରେ ହସ୍ପିଟାଲ କର୍ତ୍ତୃପକ୍ଷ ଅନେକ ନିୟମ ଉଲ୍ଲଙ୍ଘନ କରିଥିବା କଥା ସାମ୍ନାକୁ ଆସିଛି। ରୋଗୀଙ୍କୁ ଆଦୌ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନଥିଲା। ଅତିରିକ୍ତ ବେଡରେ ଜ୍ୱରରେ ଆକ୍ରାନ୍ତ ରୋଗୀଙ୍କୁ ରଖିବା ନିୟମ ରହିଛି। କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ ଅନ୍ୟ ରୋଗୀଙ୍କୁ ଏଥିରେ ରଖୁଥିଲେ।”

ବର୍ତ୍ତମାନ ହସ୍ପିଟାଲ ଲାଇସେନ୍ସ ରଦ୍ଦ ହେବା ପରେ ଚିକିତ୍ସାଧୀନ ରୋଗୀମାନେ ଦ୍ୱନ୍ଦ୍ୱରେ ଅଛନ୍ତି। ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, “ହସ୍ପିଟାଲରେ ଭର୍ତ୍ତି ଥିବା ରୋଗୀଙ୍କ ଚିକିତ୍ସା ଜାରି ରହିବ। ତେବେ ରୋଗୀମାନେ ଚାହିଁଲେ ଅନ୍ୟ ହସ୍ପିଟାଲକୁ ବି ସ୍ଥାନାନ୍ତର ହୋଇପାରିବେ।”

ସୂଚନାଯୋଗ୍ୟ, ନଭେମ୍ବର ୩୦ ତାରିଖରେ ଏହି ହସ୍ପିଟାଲରେ ଜାଆଁଳା ଶିଶୁ ଜନ୍ମ ହୋଇଥିଲେ। ତେବେ ଉଭୟଙ୍କୁ ମୃତ ଘୋଷଣା କରି ଡାକ୍ତର ଏକ ଜରି ପ୍ୟାକେଟରେ ପରିବାରକୁ ହସ୍ତାନ୍ତର କରିଥିଲେ। ହେଲେ ଶେଷକୃତ୍ୟ ପାଇଁ ଗଲା ବେଳକୁ ଶିଶୁପୁତ୍ରଟି ଜୀବିତ ଥିବା ଜଣା ପଡ଼ିଥିଲା। ଯାହାକୁ ନେଇ ବିବାଦ ଦେଖା ଦେଇଥିଲା। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଲୋକେ ହସ୍ପିଟାଲ ଆଗରେ ଧାରଣା ଦେଇଥିଲେ।

Related story