ଦେଶ ପାଇଁ ଖେଳିବାକୁ ଥିଲା ବୋଲି ବାପାଙ୍କ ଅନ୍ତିମ ସଂସ୍କାରକୁ ଆସିଲେନି

ନୂଆଦିଲ୍ଲୀ: ନିକଟରେ ଭାରତୀୟ ମହିଳା ଟିମ୍ ହକି ଏଫଆଇଏଚ ସିରିଜ୍ ବିଜୟୀ ହୋଇଛି। ସୋଶାଲ୍ ମିଡିଆରେ ଦଳ ଏବେ ଯେତିକି ଚର୍ଚ୍ଚାରେ ନାହିଁ, ତାଠୁ ଅଧିକ ଚର୍ଚ୍ଚାରେ ଦଳର ଏହି ମେଘାଳୟ ଖେଳାଳି ଲାଲରେମସିୟାମି। ମ୍ୟାଚ ବେଳେ ନେଇଥିବା ନିଜ ନିଷ୍ପତ୍ତି ପାଇଁ ଏବେ ସୋଶାଲ ମିଡିଆରେ ସାବାସି ସାଉଁଟିଛନ୍ତି ଲାଲରେମସିୟାମି। ସୂଚନାଯୋଗ୍ୟ, ଭାରତ ଏଫଆଇଏଚ ହକି ସିରିଜ୍ ଖେଳୁଥିବା ବେଳେ ଲାଲରେମସିୟାମିଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା। ହେଲେ ସେହି ସମୟରେ ଭାରତ ଭଲ ପ୍ରଦର୍ଶନ କରୁଥିଲା। […]

Indian-womens-hockey-striker-Lalremsiami

Indian-womens-hockey-striker-Lalremsiami

Subhransu Sekhar
  • Published: Wednesday, 26 June 2019
  • Updated: 26 June 2019, 01:59 PM IST

Sports

Latest News

ନୂଆଦିଲ୍ଲୀ: ନିକଟରେ ଭାରତୀୟ ମହିଳା ଟିମ୍ ହକି ଏଫଆଇଏଚ ସିରିଜ୍ ବିଜୟୀ ହୋଇଛି। ସୋଶାଲ୍ ମିଡିଆରେ ଦଳ ଏବେ ଯେତିକି ଚର୍ଚ୍ଚାରେ ନାହିଁ, ତାଠୁ ଅଧିକ ଚର୍ଚ୍ଚାରେ ଦଳର ଏହି ମେଘାଳୟ ଖେଳାଳି ଲାଲରେମସିୟାମି। ମ୍ୟାଚ ବେଳେ ନେଇଥିବା ନିଜ ନିଷ୍ପତ୍ତି ପାଇଁ ଏବେ ସୋଶାଲ ମିଡିଆରେ ସାବାସି ସାଉଁଟିଛନ୍ତି ଲାଲରେମସିୟାମି।

ସୂଚନାଯୋଗ୍ୟ, ଭାରତ ଏଫଆଇଏଚ ହକି ସିରିଜ୍ ଖେଳୁଥିବା ବେଳେ ଲାଲରେମସିୟାମିଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା। ହେଲେ ସେହି ସମୟରେ ଭାରତ ଭଲ ପ୍ରଦର୍ଶନ କରୁଥିଲା। ଦଳ ପାଇଁ ଲାଲରେମସିୟାମିଙ୍କ ଭାଗିଦାରୀ ମଧ୍ୟ ଆବଶ୍ୟକ ଥିଲା।

କୋଚ ଲାଲରେମସିୟାମିଙ୍କୁ ତାଙ୍କ ବାପାଙ୍କ ଦେହାନ୍ତ ଖବର ଦେଇଥିଲେ। ଏହାପରେ ଲାଲରେମସିୟାମି ପ୍ରତିକ୍ରିୟାରେ ତାଙ୍କ କୋଚକୁ କହିଥିଲେ ନିଜ ବାପାଙ୍କୁ ସେ ଗର୍ବିତ କରିବାକୁ ଚାହୁଁଛନ୍ତି। ତେଣୁ ସେ ସେମିଫାଇନାଲ ମ୍ୟାଚ ଖେଳିବାକୁ ଆଗ୍ରହୀ। ତେଣୁ ବାପାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇପାରିନଥିଲେ ଲାଲରେମସିୟାମି। ଭାରତ ପ୍ରଥମେ ଚିଲିକୁ ୪-୨ରେ ହରାଇଥିଲା। ଏହାପରେ ଫାଇନାଲରେ ୩-୧ରେ ଜାପାନକୁ ମାତ୍ ଦେଇଥିଲା ଭାରତ।

ବିଜୟ ମୁକୁଟ ପିନ୍ଧି ଲାଲରେମସିୟାମି ମଙ୍ଗଳବାର ନିଜ ଘର ପହଞ୍ଚିଥିଲେ। ହେଲେ ନିଜ ମାଆ ଓ ପରିବାରବର୍ଗଙ୍କୁ ଭେଟିବା ଥିଲା ଅତ୍ୟନ୍ତ ହୃଦୟ ବିଦାରକ। ଯେଉଁ ବାପାଙ୍କ ଆଶୀର୍ବାଦ ନେଇ ଝିଅ ଖେଳିବା ପାଇଁ ଯାଇଥିଲା, ସେହି ବାପା କିନ୍ତୁ ଝିଅର ବିଜୟୀ ରୂପ ଦେଖିବାକୁ ନଥିଲେ। ମାଆକୁ ଧରି ଲାଲରେମସିୟାମି ଯେତେବେଳେ କାନ୍ଦୁଥିଲେ ସେତେବେଳେ ସ୍ତବ୍ଧ ହୋଇଯାଇଥିଲା ପୁରା ଗାଁ। ଗୋଟିଏ ପଟେ ଝିଅର ସଫଳତା ଅନ୍ୟପଟେ ଲାଲରେମସିୟାମଙ୍କ ବାପାଙ୍କ ଦେହାନ୍ତ ସେହି ମୁହୂର୍ତ୍ତକୁ ଭାବ ବିହ୍ୱଳ କରିଦେଇଥିଲା। ଏହି ସମୟରେ ଗାଁ ଲୋକଙ୍କ ସହ ମିଜୋରାମ ସରକାରଙ୍କ ଅଧିକାରୀମାନେ ଉପସ୍ଥିତ ଥିଲେ।ଲାଲରେମସିୟାମିଙ୍କ ବାପାଙ୍କ ଦେହାନ୍ତ ଗତ ଶୁକ୍ରବାର ଦିନ ହୃଦଘାତ କାରଣରୁ ହୋଇଛି।

ଫାଇନାଲରେ ଭାରତ ଜାପାନ ବିପକ୍ଷରେ ମ୍ୟାଚ ଜିତିବା ପରେ ଅଧିନାୟକ ରାନୀ ରାମପାଲ ଦଳର ବିଜୟ ଲାଲରେମସିୟାମିଙ୍କ ବାପାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ। ଲାଲରେମସିୟାମିଙ୍କୁ ଦଳରେ ସିୟାମି ନାମରେ ସମସ୍ତେ ଡ଼ାକନ୍ତି। ଖେଳ ପ୍ରତି ଲାଲରେମସିୟାମିଙ୍କ ସମର୍ପଣ ଭାବ ଦେଖି କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଲାଲରେମସିୟାମିଙ୍କ ବାପାଙ୍କ ଦେହାନ୍ତରେ ଟ୍ୱିଟ୍ କରି ଶୋକ ପ୍ରକାଶ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos