ମୃତ ଆତଙ୍କବାଦୀଙ୍କ ପରିବାର ଲୋକଙ୍କୁ ଭେଟିଲେ ମେହବୁବା ମୁଫତି
ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ପରିବାର ଲୋକଙ୍କୁ ଭେଟିଲେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି। ଶ୍ରୀନଗରର ଲଓ୍ୱାୟପୋରରେ ମୃତ ଆତଙ୍କବାଦୀର ପରିବାର ଲୋକେ ରହିଛନ୍ତି। ଏହାପରେ ରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଚିଠି ଲେଖିଛନ୍ତି ମେହବୁବା ମୁଫତି।
ସେ ଟ୍ୱିଟ୍ କରି ଲେଖିଛନ୍ତି ଲଓ୍ୱାୟପୋରରେ ହତ୍ୟାର ଶିକାର ହୋଇଥିବା ମୃତ ବ୍ୟକ୍ତିର ଶବ ଏଯାବତ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ନାହିଁ। ପରିବାର ଲୋକେ ଶେଷ ରୀତିନୀତି କରିପାରି ନାହାନ୍ତି। ପରିବାର ସବୁଦିନ ପାଇଁ ତା’ପୁଅକୁ ହରାଇଛି। ଏହା ଅତ୍ୟନ୍ତ ଦୁଃଖଦାୟକ।
ସୂଚନାଯୋଗ୍ୟ, ବୁଧବାର ଦିନ ଶ୍ରୀନଗରରେ ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ମଙ୍ଗଳବାର ଲଓ୍ୱାୟପୋରରେ ସୁରକ୍ଷାକର୍ମୀଙ୍କ ସହ ଏନକାଉଣ୍ଟର ବେଳେ ତିନି ଆତଙ୍କବାଦୀ ନିପାତ ହୋଇଥିଲେ।
Met families of the young men killed in Lawaypora encounter. Forget justice, even their dead bodies are not being returned to them for the last rites. They have lost their beloved sons forever & in the midst of grief have to plead even for closure.@manojsinha_ @adgpi pic.twitter.com/2esKTzpjHy
— Mehbooba Mufti (@MehboobaMufti) December 31, 2020
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।