ଇଡି, ସିବିଆଇ ଜରିଆରେ ବିଜେପି କାହିଁକି ନିର୍ବାଚନ ଲଢ଼ୁଛି ପଚାରିଲେ ମେହବୁବା

ଶ୍ରୀନଗର: ଜମ୍ମୁ କଶ୍ମୀର ବିକାଶ ପରିଷଦ ନିର୍ବାଚନର ଫଳାଫଳକୁ ନେଇ ବିଜେପି ଉପରେ ବର୍ଷିଛି ପିଡିପି। ନିର୍ବାଚନରେ ବିଜେପି ୭୫ଟି ଆସନ ସହ ସର୍ବାଧିକ ଆସନ ଜିତିଛି। ହେଲେ ଗୁପକର ମେଣ୍ଟ ସର୍ବାଧିକ ଆସନ ଜିତିଛି। ହେଲେ ଗୁପକର ମେଣ୍ଟର ସଦସ୍ୟ ପିଡିପି ମାତ୍ର ୨୭ଟି ଆସନରେ ବିଜୟୀ ହୋଇଛି। ଯାହାକି ସ୍ୱାଧୀନ ପ୍ରାର୍ଥୀଙ୍କଠୁ କମ୍। ଫଳାଫଳ ପ୍ରକାଶ ପାଇବା ପରେ ପିଡିପି ନେତା ମେହବୁବା ମୁଫତି କହିଛନ୍ତି, ‘ରାଜନୀତିକ ଯୁଦ୍ଧ ଛାଡ଼ି ବିଜେପି ଏନଆଇଏ, ଇଡି […]

mehbooba-mufti_

mehbooba-mufti_

Subhransu Sekhar
  • Published: Wednesday, 23 December 2020
  • Updated: 23 December 2020, 08:18 PM IST

Sports

Latest News

ଶ୍ରୀନଗର: ଜମ୍ମୁ କଶ୍ମୀର ବିକାଶ ପରିଷଦ ନିର୍ବାଚନର ଫଳାଫଳକୁ ନେଇ ବିଜେପି ଉପରେ ବର୍ଷିଛି ପିଡିପି। ନିର୍ବାଚନରେ ବିଜେପି ୭୫ଟି ଆସନ ସହ ସର୍ବାଧିକ ଆସନ ଜିତିଛି। ହେଲେ ଗୁପକର ମେଣ୍ଟ ସର୍ବାଧିକ ଆସନ ଜିତିଛି। ହେଲେ ଗୁପକର ମେଣ୍ଟର ସଦସ୍ୟ ପିଡିପି ମାତ୍ର ୨୭ଟି ଆସନରେ ବିଜୟୀ ହୋଇଛି। ଯାହାକି ସ୍ୱାଧୀନ ପ୍ରାର୍ଥୀଙ୍କଠୁ କମ୍।

ଫଳାଫଳ ପ୍ରକାଶ ପାଇବା ପରେ ପିଡିପି ନେତା ମେହବୁବା ମୁଫତି କହିଛନ୍ତି, ‘ରାଜନୀତିକ ଯୁଦ୍ଧ ଛାଡ଼ି ବିଜେପି ଏନଆଇଏ, ଇଡି ଏବଂ ସିବିଆଇକୁ ଅସ୍ତ୍ର କରି ନିର୍ବାଚନ ଲଢ଼ୁଛି। ନର୍ବାଚନ ଫଳାଫଳରେ ଗୁପକର ମେଣ୍ଟ ପ୍ରତି ଲୋକଙ୍କ ସମର୍ଥନ ରହିଛି’।

ସେ ଆହୁରି କହିଛନ୍ତି ଯେ ଜମ୍ମୁ କଶ୍ମୀରରେ ଧାରା ୩୭୦ ପୁଣି ଲାଗୁ ନହେବା ଯାଏ ସେ କୌଣସି ନିର୍ବାଚନରେ ​​ପ୍ରାର୍ଥୀ ହେବେ ନାହିଁ। ଯଦି ରାଜ୍ୟରେ ବିଧାନସଭା ନିର୍ବାଚନ ହୁଏ ତେବେ ନ୍ୟାଶନାଲ କନଫରେନ୍ସ ସହ ମିଶି ଏକାଠି ଲଢ଼ିବୁ। ମତ ଭିନ୍ନ ରହିଥିଲେ ବି ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଉଭୟ ଏକ ହେବୁ। ଆମେ ସବୁ ପରେ କଶ୍ମୀରବାସୀ। ମୁଖ୍ୟମନ୍ତ୍ରୀଙ୍କ ପଦବୀ ସମ୍ପର୍କରେ ସେ କହିଛନ୍ତି, ‘ମୁଁ ଏହି ଦୌଡ଼ରେ ନାହିଁ’।

ସେହିପରି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ବିଜେପିକୁ ସର୍ବାଧିକ ଆସନରେ ବିଜୟୀ କରାଇଥିବାରୁ ଜମ୍ମୁ କଶ୍ମୀରବାସୀଙ୍କ ଶୁଭେଚ୍ଛା। ଭୋଟର ଜଣାପଡ଼ିଛି ଲୋକଙ୍କ ମନବୋଳ ବଢ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos