ଆମେରିକା ଫାଷ୍ଟ ଲେଡିଙ୍କ ଗାଉନ୍‌କୁ ନେଇ ଚର୍ଚ୍ଚା, ମୂଲ୍ୟ ଦେଢ଼ ଲକ୍ଷ

ୱାଶିଂଟନ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାକ୍ଷାତକୁ ନେଇ ସୋସିଆଲ ମିଡ଼ିଆରେ ଯେତିକି ଚର୍ଚ୍ଚା ହେଉନି, ଅଧିକ ଚର୍ଚ୍ଚାରେ ଅଛନ୍ତି ଟ୍ରମ୍ପଙ୍କ ପତ୍ନୀ ମେଲାନିଆ। ତେବେ ଏହି ଚର୍ଚ୍ଚା ମେଲାନିଆଙ୍କୁ ନେଇ ନୁହେଁ, ବରଂ ତାଙ୍କ ଡ୍ରେସ୍‌କୁ ନେଇ। ଗତକାଲି ବିଳମ୍ବିତ ରାତିରେ (ଭାରତୀୟ ସମୟ) ରାଷ୍ଟ୍ରପତି ଟ୍ରମ୍ପ ଏବଂ ମେଲାନିଆ ହ୍ୱାଇଟ ହାଉସରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏହି  ସମୟରେ ମେଲାନିଆ ହଳଦିଆ ରଙ୍ଗର ବେଲ୍ଟେଡ ଫ୍ଲୋରଲ ପ୍ରିଣ୍ଟ […]

dress_

Rakesh Mallick
  • Published: Tuesday, 27 June 2017
  • , Updated: 27 June 2017, 12:44 PM IST

ୱାଶିଂଟନ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାକ୍ଷାତକୁ ନେଇ ସୋସିଆଲ ମିଡ଼ିଆରେ ଯେତିକି ଚର୍ଚ୍ଚା ହେଉନି, ଅଧିକ ଚର୍ଚ୍ଚାରେ ଅଛନ୍ତି ଟ୍ରମ୍ପଙ୍କ ପତ୍ନୀ ମେଲାନିଆ। ତେବେ ଏହି ଚର୍ଚ୍ଚା ମେଲାନିଆଙ୍କୁ ନେଇ ନୁହେଁ, ବରଂ ତାଙ୍କ ଡ୍ରେସ୍‌କୁ ନେଇ।

ଗତକାଲି ବିଳମ୍ବିତ ରାତିରେ (ଭାରତୀୟ ସମୟ) ରାଷ୍ଟ୍ରପତି ଟ୍ରମ୍ପ ଏବଂ ମେଲାନିଆ ହ୍ୱାଇଟ ହାଉସରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏହି  ସମୟରେ ମେଲାନିଆ ହଳଦିଆ ରଙ୍ଗର ବେଲ୍ଟେଡ ଫ୍ଲୋରଲ ପ୍ରିଣ୍ଟ ଗାଉନ ପିନ୍ଧିଥିଲେ। ଭାରତୀୟ କରେନ୍ସୀରେ ଯାହାର ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା। ମେଲାନିଆଙ୍କ ଡ୍ରେସକୁ ନେଇ ସୋସିଆଲ ମିଡ଼ିଆରେ ଏବେ ଖୁବ୍ ଚର୍ଚ୍ଚା। ଏହାସହ ତାଙ୍କ ଷ୍ଟାଇଲ ଓ ସୋନ୍ଦର୍ଯ୍ୟକୁ ନେଇ ମଧ୍ୟ ସୋସିଆଲ ମିଡ଼ିଆରେ ବହୁତ ଚର୍ଚ୍ଚା। ଟ୍ବିଟର ୟୁଜର୍ସ ଏ ନେଇ ଟ୍ୱିଟ୍‌ କରୁଛନ୍ତି। କିଏ ମେଲାନିଆଙ୍କ ସୌନ୍ଦର୍ଯ୍ୟର ପ୍ରଂଶସା କରୁଛନ୍ତି ତ କିଏ ତାଙ୍କ ଗାଉନ ବିଷୟରେ ଆଲୋଚନା କରୁଛନ୍ତି। ଏମିତିକି ସୋସିଆଲ୍ ମିଡିଆରେ କେତେକ ଏହାର ଫଟୋ ଓ ଦାମ୍ ବିଷୟରେ ବି ଲେଖିଛନ୍ତି ଓ ଫଟୋ ଛାଡ଼ିଛନ୍ତି।

Related story