ବିଶ୍ୱ ସୁନ୍ଦରୀ ହେଲେ ମେକ୍ସିକୋର ଭେନେସା ପୋନସେ

ସାନ୍ୟା(ଚୀନ୍‌): ମେକ୍ସିକୋ ସୁନ୍ଦରୀ ଭେନେସା ପୋନସେ ୨୦୧୮ ବିଶ୍ୱ ସୁନ୍ଦରୀ ହୋଇଛନ୍ତି। ଚୀନ୍‌ର ସାନ୍ୟାଠାରେ ଚାଲିଥିବା ଏହି ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ଭେନେସା ସମସ୍ତଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଛନ୍ତି। ତାଙ୍କୁ ବିଜୟ କ୍ରାଉନ୍‌ ଗତବର୍ଷର ମିସ୍‌ ୱାର୍ଲଡ ତଥା ଭାରତର ମାନୁଷୀ ଛିଲର ପିନ୍ଧାଇଥିଲେ। ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ୧୧୭ ଜଣ ପ୍ରତିଯୋଗି ଥିଲେ। କିନ୍ତୁ ୨୬ ବର୍ଷୀୟ ଭେନେସା ବାଜିମାତ୍‌ କରି ୨୦୧୮ ବର୍ଷର ବିଜୟୀ ହୋଇଛନ୍ତି। ସେହିପରି ମିସ୍ ଥାଇଲ୍ୟାଣ୍ଡର ନିକୋଲେନ୍‌ […]

d

Hemant Lenka
  • Published: Saturday, 08 December 2018
  • , Updated: 08 December 2018, 10:11 PM IST

ସାନ୍ୟା(ଚୀନ୍‌): ମେକ୍ସିକୋ ସୁନ୍ଦରୀ ଭେନେସା ପୋନସେ ୨୦୧୮ ବିଶ୍ୱ ସୁନ୍ଦରୀ ହୋଇଛନ୍ତି। ଚୀନ୍‌ର ସାନ୍ୟାଠାରେ ଚାଲିଥିବା ଏହି ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ଭେନେସା ସମସ୍ତଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଛନ୍ତି।

ତାଙ୍କୁ ବିଜୟ କ୍ରାଉନ୍‌ ଗତବର୍ଷର ମିସ୍‌ ୱାର୍ଲଡ ତଥା ଭାରତର ମାନୁଷୀ ଛିଲର ପିନ୍ଧାଇଥିଲେ। ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ୧୧୭ ଜଣ ପ୍ରତିଯୋଗି ଥିଲେ। କିନ୍ତୁ ୨୬ ବର୍ଷୀୟ ଭେନେସା ବାଜିମାତ୍‌ କରି ୨୦୧୮ ବର୍ଷର ବିଜୟୀ ହୋଇଛନ୍ତି।

[caption id="attachment_310631" align="aligncenter" width="979"] ଭେନେସା[/caption]

ସେହିପରି ମିସ୍ ଥାଇଲ୍ୟାଣ୍ଡର ନିକୋଲେନ୍‌ ପିଶାପା ପ୍ରଥମ ରନର୍ସଅପ୍‌ ହୋଇଛନ୍ତି।

ଭାରତରୁ ତାମିଲନାଡୁର ଅନୁକୃତି ବାସ ଚଳିତ ବର୍ଷ ମିସ୍‌ ୱାର୍ଲଡ ପ୍ରତିଯୋଗିତାରେ ସାମିଲ ହୋଇଥିଲେ। ସେ ଟପ୍‌ ୩୦ରେ ରହିଥିଲେ ହେଁ ଚୂଡ଼ାନ୍ତ ୧୨ ଜଣିଆ ତାଲିକାର ବାଦ ପଡ଼ିଥିଲେ।

[caption id="attachment_310630" align="alignnone" width="750"] ଅନୁକୃତି ବାସ[/caption]

Related story