ପ୍ରବାସୀ ଶ୍ରମିକଙ୍କ ପାଇଁ ଭଡ଼ା ଦେବେ ରାଜ୍ୟ ସରକାର

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କ ପାଖରୁ ଭଡ଼ା ନନେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ବସ୍ ଏବଂ ଟ୍ରେନରେ ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ପାଖରୁ କୌଣସି ଭଡ଼ା ନନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସମସ୍ତ ଭଡ଼ା ରାଜ୍ୟ ସରକାର ବହନ କରିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଘରକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେବା ଦରକାର ବୋଲି ଦେଶର ସର୍ବୋଚ୍ଚ କୋର୍ଟ ଅନ୍ତରୀଣ ଆଦେଶ ଦେଇ କହିଛନ୍ତି। ଏଥିସହ ଚାଲିଚାଲି ଯାଉଥିବା ଶ୍ରମିକଙ୍କୁ ତୁରନ୍ତ […]

Bandra-Migrant-Labourers

Bandra-Migrant-Labourers

Subhransu Sekhar
  • Published: Thursday, 28 May 2020
  • Updated: 28 May 2020, 04:24 PM IST

Sports

Latest News

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କ ପାଖରୁ ଭଡ଼ା ନନେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ବସ୍ ଏବଂ ଟ୍ରେନରେ ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ପାଖରୁ କୌଣସି ଭଡ଼ା ନନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସମସ୍ତ ଭଡ଼ା ରାଜ୍ୟ ସରକାର ବହନ କରିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଘରକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେବା ଦରକାର ବୋଲି ଦେଶର ସର୍ବୋଚ୍ଚ କୋର୍ଟ ଅନ୍ତରୀଣ ଆଦେଶ ଦେଇ କହିଛନ୍ତି। ଏଥିସହ ଚାଲିଚାଲି ଯାଉଥିବା ଶ୍ରମିକଙ୍କୁ ତୁରନ୍ତ ଆଶ୍ରୟ, ଖାଦ୍ୟ ଓ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଘର ଫେରନ୍ତା ଶ୍ରମିକଙ୍କ ପ୍ରତି ଠିକ ବ୍ୟବସ୍ଥା ହେଉନଥିବା କୋର୍ଟ କହିଛନ୍ତି।

ଆଜି କୋର୍ଟରେ ସରକାର କହିଛନ୍ତି, କେହି ପ୍ରବାସୀଙ୍କ ପାଖରୁ ପଇସା ମାଗିବେ ନାହିଁ। ଯେଉଁମାନେ ରାସ୍ତାରେ ଚାଲି ଚାଲି ଯାଉଛନ୍ତି ସେମାନେ ଅବସାଦ କାରଣରୁ ଏଭଳି କରୁଛନ୍ତି ବୋଲି କେନ୍ଦ୍ର ସରକାର କହିଛନ୍ତି।
ପୂର୍ବରୁ ଏହି ମାମଲାରେ କୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏହି ମାମଲାରେ ନୋଟିସ୍ କରି ଜବାବ ତଲବ କରିଥିଲେ। କେନ୍ଦ୍ର ସରକାର ପ୍ରବାସୀଙ୍କ ପାଇଁ କ’ଣ କ’ଣ ପଦକ୍ଷେପ ନେଇଛନ୍ତି, ସେ ବାବଦରେ ଜବାବ ମାଗିଥିଲେ କୋର୍ଟ।

କଂଗ୍ରେସ ନେତା ତଥା ଆଇନଜୀବୀ କପିଲ୍ ଶିବଲ୍ ଏହି ପ୍ରସଙ୍ଗରେ କୋର୍ଟରେ କହିଛନ୍ତି, ଦେଶରେ ଏଯାବତ ୩ ପ୍ରତିଶତ ଟ୍ରେନ୍ ବ୍ୟବହାର ହେଉଛି। ସରକାର ଆହୁରି ଅଧିକ ଟ୍ରେନ୍ ଚଳାଇ ପ୍ରବାସୀଙ୍କୁ ଘର ପହଞ୍ଚାଇବାର ଆବଶ୍ୟକତା ରହିଛି ବୋଲି ଶିବଲ କହିଛନ୍ତି। ଜନଗଣନା ବେଳେ ୩ କୋଟି ପ୍ରବାସୀ ଶ୍ରମିକ ଥିଲେ। ଏବେ କିନ୍ତୁ ଏହି ସଂଖ୍ୟା ୪ କୋଟିକୁ ବଢ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos