ଅହମ୍ମଦାବାଦ: ଇଭେଣ୍ଟ ମ୍ୟାନଜମେଣ୍ଟ୍ ବିବାଦକୁ ନେଇ କଣ୍ଠଶିଳ୍ପୀ ମିକା ସିଂ ଚର୍ଚ୍ଚାରେ ଅଛନ୍ତି । ସୂଚନା ଅନୁସାରେ, କମ୍ପାନୀର ମାଲିକାଣୀ ପ୍ରିୟଙ୍କା ଚଢା ସଙ୍ଗୀତ କାର୍ଯ୍ୟକ୍ରମ ପୂର୍ବରୁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ମିକା ସିଂ ୨୭ ଲକ୍ଷ ଟଙ୍କା ଠକିଥିବା ନେଇ ପ୍ରିୟଙ୍କା ଅଭିଯୋଗ କରିଛନ୍ତି ।
ପୋଲିସ୍ ର କହିବାକଥା ପ୍ରିୟଙ୍କା ଚଢା ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ସ୍ଥାନୀୟ ସୋଲା ସିବଲ୍ ହସ୍ପିଟାଲରେ ସେ ଚିକିତ୍ସତ ହେଉଛନ୍ତି । ପ୍ରିୟଙ୍କାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି । ପ୍ରିୟଙ୍କା ପୋଲିସକୁ ଦେଇଥିବା ବୟାନ୍ ଅନୁଯାୟୀ ୨୭ ଲକ୍ଷ ଟଙ୍କା କ୍ଷତି ହେବା ପରେ ସେ ଡିପ୍ରେସନରେ ଆସି ନିଦ ବଟିକା ଖାଇଥିଲେ । ପ୍ରିୟଙ୍କା କିଛି ଦିନ ପୂର୍ବରୁ ମିକା ସିଂ ଓ ତାଙ୍କ ୬ ଜଣ ବନ୍ଧୁଙ୍କ ବିରୋଧରେ ନାରନପୁରା ଥାନାରେ ମାମଲା ଦାୟର କରିବା ସହ ୨୭ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ କରିଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
'ଗୋଟିଏ ଦେଶ, ଗୋଟିଏ ନିର୍ବାଚନ' ପାଇଁ ଜେପିସି କମିଟିରେ ୩୯ ସଦସ୍ୟ, ଓଡ଼ିଶାରୁ ୪ ସାଂସଦ
ଶାସକ ଏନଡିଏରୁ ୨୭ ଓ ବିଭିନ୍ନ ବିରୋଧୀ ଦଳରୁ ୧୨ ସାସଂଦଙ୍କୁ ଜେପିସିରେ ମିଳିଲା ସ୍ଥାନ। ଓଡ଼ିଶାରୁ ବୈଜୟନ୍ତ, ଭର୍ତ୍ତୃହରି, ସମ୍ବିତଙ୍କ ସମେତ ମାନସ ମଙ୍ଗରାଜ କମିଟିରେ ସାମିଲ।
National
ନିୟମରେ ହେଲା ବଡ଼ ପରିବର୍ତ୍ତନ: ଭିଡିଓ ରେକର୍ଡିଂ ଦେଖାଇବେନି ନିର୍ବାଚନ କମିଶନ
ଗୋଟିଏ କୋର୍ଟ କେସ୍ ଯୋଗୁ ହିଁ ସରକାର ଏହି ନିୟମରେ ସଂଶୋଧନ କରାଯାଇଥିବା ଅଭିଯୋଗ ହୋଇଛି।
Accident
ବାଇକ ଚାଳକଙ୍କୁ ଧକ୍କା ଦେଇ ୩୦କିମି ଯାଏଁ ଘୋଷାଡ଼ି ନେଲା ତହସିଲଦାରଙ୍କ ଗାଡ଼ି
ଉତ୍ତରପ୍ରଦେଶର ବହରାଇଚରେ ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଗାଡ଼ି ଭିତରେ ଥିବା ତହସିଲଦାର ନିଲମ୍ବିତ, ଡ୍ରାଇଭର ଗିରଫ।
National
ବଡ଼ ଦାବି କଲେ ଓୱେସୀଙ୍କ ଭାଇ: ଦଳାଚକଟା ପରେ ଫିଲ୍ମ ହିଟ୍ ହେବ ବୋଲି କହିଥିଲେ ଅଲ୍ଲୁ ଅର୍ଜୁନ
ବିଧାନସଭାରେ ଓୱେସୀ ଅଭିଯୋଗ କରିଛନ୍ତି ଯେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲେ ହେଁ ଅଲ୍ଲୁ ଅର୍ଜୁନ ହଲରେ ସିନେମା ଦେଖିଥିଲେ ଓ ସେଠାରୁ ବାହାରିବା ପରେ ବେଶ ହସଖୁସିରେ ହାତ ହଲାଇ ଚାଲି ଯାଇଥିଲେ।
Crime
କୋଟାରେ ପୁଣି ଜୀବନ ହାରିଲେ ଛାତ୍ର; ଏ ବର୍ଷ ଗଲାଣି ୧୭ ଜୀବନ
ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ନାବାଳକ ଛାତ୍ରଙ୍କ ମୃତଦେହ ଉଦ୍ଧାର। ୧୬ ବର୍ଷୀୟ ଛାତ୍ର ଆଇଆଇଟି-ଜେଇଇ ପାଇଁ କରୁଥିଲେ ପ୍ରସ୍ତୁତି।