୩୮ ଜଣଙ୍କୁ ନେଇ ଯାଉଥିବା ବିମାନ ଅଧା ବାଟରୁ ନିଖୋଜ

ସାଣ୍ଟିଆଗୋ: ଚିଲି ବାୟୁସେନାର ଏକ ପରିବହନ ବିମାନ ୩୮ ଜଣ ଯାତ୍ରୀଙ୍କୁ ନେଇ ଆଣ୍ଟାର୍କଟିକା ସ୍ଥିତ ବେସ୍‌କୁ ଯାଉଥିବା ବେଳେ ଅଧା ରାସ୍ତାରୁ ନିଖୋଜ ହୋଇଯାଇଛି। ବର୍ତ୍ତମାନ ବିମାନଟିକୁ ଠାବ କରିବା ପାଇଁ ସେନା ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, ଆଜି ସି-୧୩୦ ହର୍କୁଲେସ ୧୭ ଜଣ କ୍ରୁ ସଦସ୍ୟ ଓ ୨୧ ଜଣ ଯାତ୍ରୀଙ୍କୁ ନେଇ ଆଣ୍ଟାର୍କଟିକା ସ୍ଥିତ ବେସକୁ ଯାଉଥିଲା। ସେଠାରେ ତେଲ ପାଇପ ଲାଇନ ଏବଂ ଅନ୍ୟ […]

vc

Hemant Lenka
  • Published: Tuesday, 10 December 2019
  • , Updated: 10 December 2019, 01:50 PM IST

ସାଣ୍ଟିଆଗୋ: ଚିଲି ବାୟୁସେନାର ଏକ ପରିବହନ ବିମାନ ୩୮ ଜଣ ଯାତ୍ରୀଙ୍କୁ ନେଇ ଆଣ୍ଟାର୍କଟିକା ସ୍ଥିତ ବେସ୍‌କୁ ଯାଉଥିବା ବେଳେ ଅଧା ରାସ୍ତାରୁ ନିଖୋଜ ହୋଇଯାଇଛି।

ବର୍ତ୍ତମାନ ବିମାନଟିକୁ ଠାବ କରିବା ପାଇଁ ସେନା ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, ଆଜି ସି-୧୩୦ ହର୍କୁଲେସ ୧୭ ଜଣ କ୍ରୁ ସଦସ୍ୟ ଓ ୨୧ ଜଣ ଯାତ୍ରୀଙ୍କୁ ନେଇ ଆଣ୍ଟାର୍କଟିକା ସ୍ଥିତ ବେସକୁ ଯାଉଥିଲା। ସେଠାରେ ତେଲ ପାଇପ ଲାଇନ ଏବଂ ଅନ୍ୟ ସରଞ୍ଜାମ ଯାଞ୍ଚ କରିବାର ଥିଲା।

ବିମାନଟି ପୁଣ୍ଟା ଆରେନାସ ସ୍ଥିତ ସନ୍ଧ୍ୟା ୪.୫୫ରେ ଉଡ଼ାଣ ଭରିଥିଲା। ତେବେ ୬.୧୩ରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଏହି ସମୟରେ ବିମାନଟି ଆଣ୍ଟାର୍କଟିକା ବେସ ଠାରୁ ମାତ୍ର କିଛି କିମି ଦୂରରେ ଥିଲା। ପାଗ ଭଲ ଥିବା ସତ୍ତ୍ୱେ ବିମାନ ସହ କେମିତି ଯୋଗାଯୋଗ ବିଚ୍ଛିନ୍ନ ହେଲା, ସେନେଇ ସମସ୍ତେ ଚିନ୍ତାରେ ଅଛନ୍ତି। ଏବେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

Related story