କରାଚି: ଭାରତ ସହ ଯୁଦ୍ଧ କରିବ ବୋଲି ଶୁଖିଲା ଧମକ ଦେଉଥିବା ପାକିସ୍ତାନରେ ଆକାଶ ଛୁଆଁ ହୋଇଛି କ୍ଷୀର ଦର। ବିଶେଷ କରି ମହରମ୍ରେ ଏହାର ଦର ହଠାତ୍ ବୃଦ୍ଧି ପାଇ ୧୪୦ ଟଙ୍କାରେ ପହଞ୍ଚିଛି। କରାଚି ଏବଂ ସିନ୍ଧ ପ୍ରଦେଶରେ କ୍ଷୀର ଦର ଏଭଳି ସ୍ଥିତିରେ ପହଞ୍ଚିଛି ବୋଲି ଜଣାପଡ଼ିଛି।
ସବୁଠାରୁ ବଡ଼ କଥା ହେଉଛି, ଏଠାରେ ପେଟ୍ରୋଲ ଓ ଡିଜେଲ ଦର କ୍ଷୀରଦରଠାରୁ କମ୍ ରହିଛି। ଏଠାରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି ଯଥାକ୍ରମେ ୧୧୩ ଟଙ୍କା ଏବଂ ୯୧ ଟଙ୍କା ରହିଛି। କ୍ଷୀରର ଚାହିଦା ହଠାତ୍ ବଢ଼ିଯାଇଥିବାରୁ କରାଚିର ବିଭିନ୍ନ ସ୍ଥାନରେ ଦର ୧୨୦ରୁ ୧୪୦ ଟଙ୍କା ରହିଥିବା ଜଣେ ବ୍ୟବସାୟୀ କହିଛନ୍ତି।
ସୂଚନାଯୋଗ୍ୟ ଯେ, ମହରମ୍ ସମୟରେ ବିଭିନ୍ନ ଷ୍ଟଲ୍ ଜରିଆରେ ଶ୍ରଦ୍ଧାଳୁଙ୍କୁ କ୍ଷୀର ଏବଂ ଜୁସ୍ ବଣ୍ଟନର ପରମ୍ପରା ରହିଛି। ଏହି ସମୟରେ କ୍ଷୀରର ପ୍ରବଳ ଚାହିଦା ରହିଥିବାରୁ ଏଭଳି ସ୍ଥିତି ଉପୁଜିଛି। ସ୍ଥାନୀୟ ବାସିନ୍ଦା କେବେ ମଧ୍ୟ ଦର ଏଭଳି ପରିମାଣରେ ବୃଦ୍ଧି ପାଇବା ବାବଦରେ ଜାଣିନଥିବା କହିଛନ୍ତି। ତେବେ ସରକାରୀ ଭାବେ କ୍ଷୀର ଦର ବର୍ତ୍ତମାନ ଲିଟର ପ୍ରତି ୯୪ ଟଙ୍କା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଖେଳୁ ଖେଳୁ ବୋରୱେଲରେ ଖସିପଡ଼ିଲା ଶିଶୁ କନ୍ୟା, ଉଦ୍ଧାର କାର୍ଯ୍ୟ ଜାରି
ଖେଳୁ ଖେଳୁ ଏକ ବୋରୱେଲରେ ଖସି ପଡ଼ିଲା ଶିଶୁ କନ୍ୟା ଚେତନା। ଚେତନାକୁ ଉଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି ରେସକ୍ୟୁ ଅପରେସନ ।
Business
ଟାରିଫ୍ ନିୟମରେ ସଂଶୋଧନ, ଫେରିବ ୧୦ ଟଙ୍କିଆ ରିଚାର୍ଜ କୁପନ୍
ଟେଲିକମ୍ କମ୍ପାନୀମାନଙ୍କୁ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବାକୁ ପଡ଼ିବ।
National
୬ ଦିନିଆ ଆମେରିକା ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର
ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଶାସନକୁ ଫେରିବା ପରେ ଏହା କୌଣସି ଭାରତୀୟ ମନ୍ତ୍ରୀଙ୍କ ପ୍ରଥମ ଆମେରିକା ଗସ୍ତ। ଦ୍ୱିପାକ୍ଷିକ ସମ୍ପର୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ହେବ ଆଲୋଚନା।
National
ବଢ଼ିଲା ଅଲ୍ଲୁ ଅର୍ଜୁନଙ୍କ ଅଡ଼ୁଆ, ପୁଲିସ କଲା ସମନ
ଆସନ୍ତାକାଲି ଦିନ ୧୧ଟାରେ ଥାନାରେ ହାଜର ହେବାକୁ ତାଙ୍କୁ କୁହାଯାଇଛି।
National
ହାଇକୋର୍ଟଙ୍କ ସାଂଘାତିକ ରୁଲିଂ: ମୃତଦେହ ସହ ସେକ୍ସ କରିବା ଦୁଷ୍କର୍ମ ନୁହେଁ
ଜଣେ ନାବାଳିକାଙ୍କ ମୃତଦେହ ସହ ଦୁଷ୍କର୍ମ କରିବା ଅଭିଯୋଗରେ ନୀଲୁ ନାଗେଶ ନିକଟରେ ତଳ କୋର୍ଟରେ ଦୋଷମୁକ୍ତ ହୋଇଥିଲେ।